୪୩ ହଜାର ଗଣିଲେ ନାବାଳକ ମଦୁଆ ପୁଲିସ୍ ଚାଳକ ଗିରଫ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): ନୂଆ ମୋଟରଯାନ ଆଇନ ଲାଗୁ ହେବାର ଦ୍ୱିତୀୟ ପାଳିରେ ସମ୍ବଲପୁର ସଦରରେ ଟ୍ରାଫିକ୍ ଯାଞ୍ଚକୁ କଡାକଡି କରାଯାଇଛି । ଲକ୍ଷ୍ମୀଟକିଜ୍ ନିକଟରେ ଆଜି ଚାଲିଥିବା ଟ୍ରାଫିକ ଯାଞ୍ଚ ବେଳେ ଜଣେ ମଦୁଆ ପୁଲିସ୍ ଚାଳକଙ୍କୁ ଗିରଫ କରିଛି ଟ୍ରାଫିକ ପୁଲିସ । ଗିରଫ ଟ୍ରାଫିକ୍ ପୁଲିସ୍ ଧନୁପାଲି ଥାନା ବୁଲିଆପଡା ଫାଣ୍ଡିର କନଷ୍ଟେବଲ୍ ଦିଲ୍ଲୀପ ନାଗ । ଏନେଇ ଟ୍ରାଫିକ୍ ପୁଲିସ ତାଙ୍କୁ ଟାଉନ ଥାନାରେ ଜିମା ଦେବା ପରେ ଆଜି ଅପରାହ୍ନରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ଏନେଇ ଏସ୍ପି କନୱର୍ ବିଶାଲ ସିଂହ ଘଟଣା ସଂପର୍କରେ ଅବଗତ ହେବା ପରେ ଆଜି ସଂପୃକ୍ତ କନ୍ଷ୍ଟେବଲ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି । ସେହିପରି ସମ୍ବଲପୁର ସହର ଲକ୍ଷ୍ମୀଟକିଜ୍ ନିକଟରେ ଚାଳିଥିବା ଟ୍ରାଫିକ ଯାଞ୍ଚ ବେଳେ ଆଜି ଜଣେ ନାବାଳକ ଟ୍ରାଫିକ ହାବୁଡରେ ପଡି ୪୩ ହଜାର ଟଙ୍କା ତଣ୍ଡ ଗଣିଛନ୍ତି । ପରିବହନ ବିଭାଗ ତାଙ୍କୁ ବିନା ଡ୍ରାଇଭିଙ୍ଗ୍ ଲାଇସେନ୍ସେରେ ଗାଡି ଚାଳନା, ହେଲ୍ମେଟ୍ ନପିନ୍ଧି ଗାଡି ଚଳାଇବା, ନାବାଳକ ହୋଇ ଗାଡି ଚାଳନା ଏବଂ ପ୍ରଦୁଷଣ ଆଦିରେ ଚାଲାଣ କାଟିଛି । ସେହିପରି ଆଉ ଜଣେ ନାବାଳକ ଟ୍ରିପଲ ରାଇଡିଂ କରି ଯାଉଥିବାରୁ ତାକୁ ମଧ୍ୟ ୩୭ ହଜାର ଟଙ୍କା ଫାଇନ କରାଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଧନୁପାଲି ଥାନା ବୁଲିଆପଡା ଫାଣ୍ଡିର କନ୍ଷ୍ଟେବଲ୍ ଦିଲ୍ଲୀପ ନାଗ ଆଜି କୌଣସି ଏକ କାମରେ ବିନା ହେଲମେଟ୍ରେ ଗାଡିଚାଳନା କରି ଲକ୍ଷ୍ମୀଟକିଜ୍ ଆସୁଥିବା ବେଳେ ଟ୍ରାଫିକ୍ ପୁଲିସ ହାବୁଡରେ ପଡିଥିଲେ । ଏନେଇ ପୁଲିସ୍ ତାଙ୍କୁ ଯାଞ୍ଚ କଲା ବେଳେ ସେ ମଦପିଇଥିବା ଜାଣିବାକୁ ପାଇଥିଲା । ପରେ ତାଙ୍କୁ ପରୀକ୍ଷା କରିବାରେ ପରେ ତାଙ୍କ ଶରୀରରେ ଆଲ୍କୋହଲର ଭାଗ ପାଇଥିଲା ଟ୍ରାଫିକ୍ ପୁଲିସ । ଏନେଇ ପୁଲିସ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରିବା ସହ ଟାଉନ ଥାନା ପୁଲିସ ଜିମା ଦେଇଥିଲା । ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଆଜି ଅପରାହ୍ନରେ ସଂପୃକ୍ତ ପୁଲିସ ବାବୁଙ୍କୁ କୋର୍ଟଚାଲାଣ କରିଛି । ଏନେଇ ସମ୍ବଲପୁର ଏସ୍ପି ସିଂହ ଅବଗତ ହେବା ପରେ ଆଜି ସଂପୃକ୍ତ ପୁଲିସ କନଷ୍ଟେବଲଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ।
ଆଜି ଦଲଦଲିପଡା ଅଞ୍ଚଳର ବିଜୟ ସିଂହଙ୍କ ପୁଅ ସ୍ଥାନୀୟ ଏକ ସ୍କୁଲରେ ମାଟ୍ରିକ୍ ପରୀକ୍ଷା ଦେଇ ଫେରୁଥିବା ବେଳେ ଲକ୍ଷ୍ମୀଟକିଜ ନିକଟରେ ଯାଞ୍ଚ ବେଳେ ଟ୍ରାଫିକ୍ ପୁଲିସ ହାବୁଡରେ ପଡିଥିଲେ । ଏନେଇ ପୁଲିସ ତାଙ୍କୁ ଗାଡିର ଆବଶ୍ୟକୀୟ କାଗଜ ପତ୍ର ସହ ବୟସ ପାଇଁ ପ୍ରମାଣ ମାଗିଥିଲେ । ତେବେ ନାବାଳକ ହୋଇଥିବାରୁ ସେ ସଠିକ ଭାବେ କାଗଜପତ୍ର ଦେଖାଇ ପାରିନଥିଲେ । ପୁଲିସ ତାଙ୍କୁ ଫାଇନ ବାବଦକୁ ୪୩ ହଜାର ଟଙ୍କା ଫାଇନ କରିଥିଲେ । ସେଥିମଧ୍ୟରେ ଡ୍ରାଇଭିଙ୍ଗ୍ ଲାଇସେନ୍ସେରେ ଗାଡି ଚାଳନା ପାଇଁ ୫୦୦୦, ହେଲ୍ମେଟ୍ ନପିନ୍ଧି ଗାଡି ଚଳାଇବା ୧୦୦୦, ନାବାଳକ ହୋଇ ଗାଡି ଚାଳନା ପାଇଁ ୨୫୦୦୦ ଏବଂ ପ୍ରଦୁଷଣ ପାଇଁ ୧୦୦୦୦ ଏବଂ ଇନ୍ସୁରାନ୍ସ ପାଇଁ ମୋଟ ୧୦୦୦ ଟଙ୍କା ଫାଇନ୍ କରିଥିଲେ । ଯାହାକୁ ନେଇ ଆଜି ପୂରା ସହରରେ ଚର୍ଚ୍ଚା ଯୋର ଧରିଛି । ଏନେଇ ନାବାଳକଙ୍କୁ ରସିଦଦେବା ସହ ସ୍ଥାନୀୟ ଆରଟିଓ କାର୍ଯ୍ୟଳୟରେ ଫାଇନ ବାବଦକୁ ୪୩ ହଜାର ଟଙ୍କା ଫାଇନ୍ ଦେବା ପାଇଁ କୁହାଯାଇଛି । ତେବେ ସମ୍ବଲପୁରରେ ଆଜି ସର୍ବାଧିକ ଚାଲାଣ କଟାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons