୪୪୦ ଲିଟରର ଦେଶୀ ମଦ ଜବତ

Get real time updates directly on you device, subscribe now.

ଚଣ୍ଡିଖୋଲ: ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି । ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ଦ୍ୱାରା ମଦ ଜବତ ହୋଇଛି । ଧାନ ବିଲରୁ ୧୧ଟି ବ୍ୟାରେଲରେ ପ୍ରାୟ ୪୪୦ ଲିଟର ଦେଶୀମଦ ଜବତ ହୋଇଛି ।
ବଡ଼ଚଣା ଥାନା ପୋଲିସ ମଙ୍ଗରାଜପୁର ଗାଁରେ ଏକ ଧାନ ବିଲର କାଦୁଅ ମଧ୍ୟରେ ଦେଶୀମଦ ଲୁଚାଇ ରଖାଯାଇଥିଲା । କୌଣସି ସୂତ୍ରରୁ ସୂଚନା ପାଇ ବଡଚଣା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରିଥିଲା । ଏହି ଚଢାଉରେ ଦେଶୀ ମଦ ଭର୍ତ୍ତି ୧୧ଟି ବ୍ୟାରେଲ ଜବତ ହୋଇଛି । ଯେଉଁଥିରେ ୪୪୦ଲିଟର ଦେଶୀ ମଦ ଥିବା ପୋଲିସ ସୂଚନା ଦେଇଛି । ତେବେ ଏତେ ପରିମାଣର ମଦ କେଉଁଠୁ ଆସିଲା ଏବଂ ଏ କିଏ ଲୁଚାଇ ରଖିଥିଲା । ସେନେଇ ପୋଲିସ ତନାଘନା ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons