୪୫ ଫୁଟ୍ ତଳକୁ ଖସି ଛାତ୍ରୀ ଗୁରୁତର

Get real time updates directly on you device, subscribe now.

ସେମିଳିଗୁଡ଼ା: ନନ୍ଦପୁର ଥାନା ସେମିଳିଗୁଡା ବ୍ଲକ ପିତାଗୁଡା ବ୍ରିଜ ନିକଟରେ ଆଜି ଏକ ଦୁର୍ଘଟଣାରେ ଜଣେ ଯୁକ୍ତ ଦୁଇ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରୀ ଜଣଙ୍କ ହେଲେ ସେମିଳିଗୁଡା କଲେଜର ଯୁକ୍ତ ୨ ଦ୍ୱିତୀୟବର୍ଷର ଦିବ୍ୟା ନାୟକ । ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସୁନାବେଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଏନେଇ ତଦନ୍ତ ଜାରି ରଖିଛି ।
ଆଜି ସେମିଳିଗୁଡା କଲେଜରେ ନାମ ଲେଖାଇ ଦିବ୍ୟା ତାଙ୍କ ବାପା ଦେବ ନାୟକଙ୍କ ସହ ଏକ ବାଇକ(ଓଆର ୧୦ସି ୬୧୮୬)ରେ ନିଜ ଗାଁ ମାଳିବେଲଗାଁ ପଞ୍ଚାୟତ କୁତୁପୁଟକୁ ଫେରୁଥିଲେ । ସେହି ସମୟରେ ପିତାଗୁଡା ବ୍ରିଜଠାରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ( ଓଡି ୧୦ଏନ୍ ୪୧୯୭) ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଛାତ୍ରୀଜଣଙ୍କ ଛିଟକି ପଡି ୪୫ଫୁଟ୍ ବ୍ରିଜ ତଳକୁ ଖସି ପଡିଥିଲେ । ସ୍ଥାନୀୟ ଲୋକେ ଉଭୟ ବାପା ଝିଅଙ୍କୁ ଉଦ୍ଧାର କରି ସୁନାବେଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons