୪୭ ଜଣଙ୍କୁ ରାଷ୍ଟ୍ରପତି ପଦକ ଦେଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସ୍ୱାଧୀନତା ଦିବସରେ ଜୟଦେବ ଭବନରେ ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ପୁଲିସ ୩୮ ଅଧିକାରୀଙ୍କୁ ରାଷ୍ଟ୍ରପତି ପଦକ େଇ ପୁରସ୍କୃତ କରିଛନ୍ତି । ହେଲେ ବାଦ୍ ପଡ଼ିଛନ୍ତି ଖୋର୍ଦ୍ଧା ସଦର ଥାନା ଆଇଆଇସି ବିକ୍ରମ ଜେନା । ପ୍ରଶଂସନୀୟ ପଦକ ତାଲିକାରେ ତାଙ୍କ ନାଁ ଥାଇ ମଧ୍ୟ ତାଙ୍କୁ ଏଥିରୁ ବଞ୍ଚିତ ହେବାକୁ ପଡ଼ିଛି । କାରଣ ଖୋର୍ଦ୍ଧାରେ ବେଆଇନ୍ ପଥର ଖଣି କାରବାର ନେଇ ଏସ୍ଟିଏଫ୍ ଗତ ୧୩ ତାରିଖରେ ତାଙ୍କୁ ନୋଟିସ୍ କରିଥିଲା । ପଦକ ପ୍ରଦାନ ବେଳେ ଡିଜିପି ବିଜୟ କୁମାର ଶର୍ମା ସମସ୍ତଙ୍କ ନାଁ ଘୋଷଣା କରିଥିଲେ ହେଲେ ଇନ୍ସପେକ୍ଟର ବିକ୍ରମ ଜେନାଙ୍କ ନାମ ଡକା ହେଲା ନାହିଁ ।
ସାହସିକତା ପାଇଁ କନ୍ଧମାଳ ଏସ୍ପି ପ୍ରତୀକ୍ ସିଂହ, କୋରାପୁଟ୍ ଆଡିସନାଲ ଏସ୍ପି ନିରଞ୍ଜନ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ମେଡାଲ ପିନ୍ଧାଇଥିଲେ । ରାଉରକେଲା ପୁଲିସର ଏଏସ୍ଆଇ ସୁନିଲ କୁମାର ନନ୍ଦ, ହାବିଲଦାର କମଳେନ୍ଦୁ ଷଡ଼ଙ୍ଗୀ, କନ୍ଷ୍ଟେବଲ ମଦନ କିଶାନ, କନ୍ଷ୍ଟେବଲ ଆନ୍ଥାସିସ୍୍ ଜୋଜୋ, କନ୍ଷ୍ଟେବଲ ମୁକେଶ ବ୍ରହ୍ମା, କଟକ ଷଷ୍ଠ ବାଟାଲିୟନର ସୁବେଦାର (ଓଏସ୍ଏପି) ବିଦ୍ୟାଧର ସେଠୀ, ଭୁବନେଶ୍ୱର ଏସ୍ଓଜି କମାଣ୍ଡୋ ବିଶାଲ ବୋମଜାନ୍, କମାଣ୍ଡୋ ରାଜେନ୍ଦ୍ର ମଲ୍ଲ, କମାଣ୍ଡୋ ଧନଞ୍ଜୟ ବରାଡ, କମାଣ୍ଡୋ କୃଷ୍ଣ ଚନ୍ଦ୍ର ପିଙ୍ଗ, କମାଣ୍ଡୋ ସନ୍ତୋଷ କୁମାର ଧାନ, ଦୀପକ ସିଂ କନୱର, ଏସ୍ଓଜି ହାବିଲ୍ଦାର ଧ୍ରୁବ ବାହାଦୁର ବଂଶେତ, ହାବିଲ୍ଦାର ରାଜେଶ ବିଶ୍ୱକର୍ମା, ହାବିଲ୍ଦାର ଆଲୋକ କୁମାର ସେଠୀ, କନ୍ଷ୍ଟେବଲ କାହ୍ନୁଚରଣ ମାଝୀ, ଏସ୍ଓଜି ସୁବେଦାର ରବିନ୍ଦ୍ର ସବର, ସୁବେଦାର ଅଶୋକ ରଥଙ୍କ ନାଁ ମଧ୍ୟ ପଦକ ତାଲିକାରେ ଅଛି । କୋରାପୁଟ୍ ହାବିଲଦାର ଜିତେନ୍ଦ୍ର କୁମାର ଦାସ, ହାବିଲଦାର କେଶବ ଶିଶା, କନଷ୍ଟେବଲ ସିନୟା ଶେଖର ବେପାରି, କନଷ୍ଟେବଲ୍ ଉଦ୍ଧବ ଚାଲାନଙ୍କ ସହ କନ୍ଧମାଳ ପୁଲିସର କନଷ୍ଟେବଲ ମଧୁସୁଦନ ମଲ୍ଲିକ ଓ ଓଏପିଏଫ୍ରେ କାର୍ଯ୍ୟରତ ଜଗନ୍ନାଥ କହ୍ନାରଙ୍କୁ ମଧ୍ୟ ପଦକ ଦିଆଯାଇଥିଲା । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭୁବନେଶ୍ୱର ଜୋନ୍-୧ର ପୂର୍ବତନ ଏସିପି ଅସୀମ କୁମାର ପଣ୍ଡାଙ୍କ ସମେତ ଭୁବନେଶ୍ୱର ଏସ୍ଆଇଡବ୍ଲ୍ୟୁ ଡିଏସ୍ପି ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ପଦକ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ।
ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୁଲିସ ପଦକ ପାଇଥିବା ପୁଲିସ କର୍ମଚାରୀ ହେଲେ ଓଏସ୍ଏପି କମାଣ୍ଟାଣ୍ଟ ନବ ଦାସ, ଡେପୁଟି କମାଣ୍ଡାଣ୍ଟ ଅଜୟ ପାଢ଼ୀ (ଏସ୍ଓଜି), ଡିଏସପି ଅଶୋକ ଦେଓ (ଏସ୍ଆଇଡବ୍ଲ୍ୟୁ), ଏସିପି ପ୍ରଫୁଲ୍ଲ ସିଂହ (ସିକ୍ୟୁରିଟି), ଇନଚାର୍ଜ ଡିଏସ୍ପି ପ୍ରଦ୍ୟୁମ୍ନ ଦ୍ୱିବେଦୀ (ଭିଜିଲାନ୍ସ), ଇନ୍ଚାର୍ଜ ଡିଏସ୍ପି ସ୍ନିଗ୍ଧା ଭଞ୍ଜ (ଇଓଡବ୍ଲୁ,ସିଆଇଡି, ସିବି), ଏସ୍ଆଇ ବ୍ରହ୍ମାନନ୍ଦ ପଣ୍ଡା (ଏସ୍ଆଇଡବ୍ଲ୍ୟୁ), ଏଏସ୍ଆଇ କୈଳାସ ଚନ୍ଦ୍ର ପ୍ରଧାନ, ହାବିଲଦାର ଆଲେକ ଜାଣ୍ଡର କୁଜୁର, କନଷ୍ଟେବଲ ବିପ୍ର ଚରଣ ଗୌଡ଼ ।
ସେହିଭଳି ଅଗ୍ନିଶମ, ହୋମ୍ଗାର୍ଡ ଓ ସିଭିଲ୍ ଡିଫେନ୍ସର ୯ ଜଣ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ସେମାନେ ହେଲେ ଫାୟାରମ୍ୟାନ୍ କୁମରବର ସାମଲ, ବିଜୟ ମୁଦୁଲି (ଫିଟର ଷ୍ଟେସନ୍ ଅଫିସ୍ର), ଜ୍ୟୋତି ପ୍ରକାଶ ରଥ (ଷ୍ଟେସନ୍ ଅଫିସର), ଲୋଡିଂ ଫାୟାରମ୍ୟାନ୍ ଅର୍ଜୁନ ବେହେରା, ଫାୟାର ମ୍ୟାନ୍ ସୌମେନ୍ଦ୍ର ନାଥ କାନୁନଗୋ, ହୋମ୍ଗାର୍ଡ ଅଭିନ ମୋହନ ସାମନ୍ତରାୟ, ସିଭିଲ୍ ଡିଫେନ୍ସ ଅମୂଲ୍ୟ କୁମାର ସମର୍ଥା, ସିଭିଲ୍ ଡିଫେନ୍ସ ବିମଳ ପ୍ରସାଦ ପାଣି, ଏବଂ ସିଭିଲ୍ ଡିଫେନ୍ସ ପ୍ରକାଶ କୁମାର ଜେନା ।
ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ପୁଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା, ଅତିରିକ୍ତ ମହାନିର୍ଦ୍ଦେଶକ (କାରାଗାର) ମହେନ୍ଦ୍ର ପ୍ରତାପ ଓ ବେସାମରିକ ପ୍ରତିରକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସମେତ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons