ଭୁବନେଶ୍ୱର,(ବି.ବି.ନୁ୍ୟଜ୍):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ ରେ ପହଞ୍ଚିଥିବା ବେଳେ ନୂତନ ଭାବେ ଚିହ୍ନଟ ୪୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଛି । ୪୮ ଜଣଙ୍କ ମଧ୍ୟରୁ ୪୭ ଜଣ ବାହାର ରାଜ୍ୟରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଏହି ସୂଚନା ଅନୁଯାୟୀ , କନ୍ଧମାଳ ଜିଲ୍ଲାରେ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିଲେ । ସେମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ପୁରୀର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ତାମିଲନାଡୁରୁ ଓ ଜଣେ ଆନ୍ଧ୍ରପ୍ରଦେଶରୁ ଫେରିଥିଲେ ଏବଂ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର । ଯାଜପୁରରେ ନୂତନ ଭାବେ ଚିହ୍ନଟ ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ପଶ୍ଚିମବଙ୍ଗରୁ, ଜଣେ ତେଲେଙ୍ଗାନାରୁ , ୪ ଜଣ ଆନ୍ଧ୍ର ପ୍ରଦେଶରୁ ଓ ୪ ଜଣ ଅହମଦାବାଦରୁ ଫେରିଥିଲେ । ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । କଟକରେ ଚିହ୍ନଟ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ସେହିଭଳି ବୌଦ୍ଧରେ ଜଣେ ଓ ବଲାଙ୍ଗିରରେ ୨ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ସୁରଟରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ନୟାଗଡ଼ରେ ୩ ଜଣ ଚିହ୍ନଟ ହୋଇଥିବା ବେଳେସେମାନେ ଅହମ୍ମଦାବାଦରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । କେନ୍ଦ୍ରାପଡ଼ାରେ ୩ ଜଣ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ପଶ୍ଚିମବଙ୍ଗର ଓ ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଖୋର୍ଦ୍ଧାରେ ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ସୁରଟରୁ ଫେରି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଗଞ୍ଜାମର ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁରଟରୁ ଓ ଜଣେ ବେଙ୍ଗାଲୁରୁ ଫେରିଥିଲେ । ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ୧୫ଟି ନୂଆ କେସ୍ ସହିତ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇଥିବା ବେଳେ ୨୫୬ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୨ ଜଣଙ୍କ ମୃତୁ୍ୟ ଘଟିଛି । ପୁଣି ୧୬ ଜଣ ଆକ୍ରାନ୍ତ ହେବା ପରେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ହୋଇଛି । ସେମାନଙ୍କ ମଧ୍ୟରୁ ୫୫ ଜଣ ସୁସ୍ଥ ହୋଇଥିବା ବେଳେ ୮୨ ଜଣ ଚିକିତ୍ସାଧୀନ ଅଛନ୍ତି । ପୁରୀରେ ଆଉ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ରେ ପହଞ୍ଚôଛି । ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି । କେନ୍ଦ୍ରାପଡ଼ାରେ ବି ଆହୁରି ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ସୁସ୍ଥ ହୋଇଛନ୍ତି । ନୟାଗଡ଼ରେ ୨ ନୂଆ କେସ୍ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୯ ରେ ପହଞ୍ଚô ଯାଇଛି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ବଲାଙ୍ଗିରରେ ଆଉ ୨ ଆକ୍ରାନ୍ତଙ୍କ ସହିତ ଏହି ସଂଖ୍ୟା ୬ରେ ପହଞ୍ଚି ଯାଇଛି । ଏଠାରେ କେହି ସୁସ୍ଥ ହୋଇନାହାନ୍ତି । କନ୍ଧମାଳରେ ପ୍ରଥମ ଥର ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ, କଯକ ଓ ଖୋର୍ଦ୍ଧାରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଯ ହୋଇଥିବା ବେଳେ ମୋଟ ସଂଖ୍ୟା ଯଥାକ୍ରମେ ୫, ୨୩ ଓ ୬୦ ରେ ପହଞ୍ଚିଛି । ଖୋର୍ଦ୍ଧାର ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୪୫ ଜଣ ସୁସ୍ଥ ହୋଇସାରିଛନ୍ତି । କଯକରେ ୨ ଜଣ ସୁସ୍ଥ ହୋଇଥିବା ବେଳେ ବୌଦ୍ଧରେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ୍ ୮୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୨୦ ଜଣ ସୁସ୍ଥ ହୋଇଛନ୍ତି ଓ ୪ ଜଣଙ୍କ ମୃତୁ୍ୟ ଘଟିଛି । ବାକି ୬୫୨ ଜଣଙ୍କ ଚିକିତ୍ସା ଚାଲିଛି ।
Comments are closed, but trackbacks and pingbacks are open.