୪ ଅନ୍ତଃଜିଲ୍ଳା ଲୁଟେରା ଗିରଫ

Get real time updates directly on you device, subscribe now.

ଫୁଲନଖରା, (ବି.ବି.ନୁ୍ୟଜ୍): ସଦର ଥାନା ପୋଲିସ ୪ ଜଣ ଅନ୍ତଃଜିଲା ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଏକ ବାଇକ ଓ ଚୋରା ମୋବାଇଲ ଫୋନ ଉଦ୍ଧାର କରିଛି । ଗିରଫ ହୋଇଥିବା ଲୁଟେରାମାନେ ହେଲେ ଭୁବନେଶ୍ୱର ସାଲିଆସାହିରେ ରହୁଥିବା ନୟାଗଡ଼ ଜିଲା ଶରଣକୁଳ ଥାନା ଅଧିନ ନରେନ୍ଦ୍ରପୁର ଗ୍ରାମର ସନ୍ତୋଷକୁମାର ସାହୁ (୨୮), ଭୁବନେଶ୍ୱର ସାମନ୍ତରାପୁରରେ ରହୁଥିବା ପୁରୀ ଷ୍ଟେସନ ବଜାର ଅଞ୍ଚଳର ଅନିଲକୁମାର ସାହୁ ,ଆଠଗଡ଼ର ହେମନ୍ତ ପ୍ରଧାନ ଓ କଟକରେ ରହୁଥିବା ଶରଣକୁଳର ଶ୍ରୀଧର ସାହୁ । ଏମାନେ ଭୁବନେଶ୍ୱର ସାଲିଆସାହିରେ ରହି ଲୁଟପାଟର ଯୋଜନା କରନ୍ତି । ପରେ ସେହି ଅନୁସାରେ ୧୬ ନମ୍ବର ଜାତୀୟ ରାଜପଥରେ ଯାତ୍ରୀଙ୍କୁ ଲୁଟନ୍ତି । ଗତ ୨୨ ତାରିଖରେ ନୟାଗଡ଼ ଜିଲା ଶରଣକୁଳ ଥାନା ଅନ୍ତର୍ଗତ ମଝିଆଖଣ୍ଡ ଗ୍ରାମର ସୁକାନ୍ତ ବିଷୋଇ ନିଜ ବାଇକ୍ ଯୋଗେ କଣ୍ଟାପଡ଼ା ଓଲଟପୁର ଅଂଚଳକୁ କୁକୁଡ଼ା ଫାର୍ମ ବୁଝିବାକୁ ଯିବା ସମୟରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ପ୍ରତାପନଗରୀଠାରେ ଅଟକାଇ ମାଡ଼ ମାରିଥିଲେ । ଏହାପରେ ବନ୍ଧୁକରେ ଭୟଭୀତ କରାଇ ବାଇକ, ମନିପର୍ସ ଓ ମୋବାଇଲ ଫୋନ ସହିତ କୁକୁଡ଼ା ଓଜନ କଣ୍ଟା ନେଇ ପଳାଇଥିଲେ । ଏ ସମ୍ପର୍କରେ ସୁକାନ୍ତ ସଦର ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଥିଲା । ପୋଲିସର ଏକ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଜଣ ଲୁଟେରାଙ୍କୁ ଗିରଫ କରିବା ସକ୍ଷମ ହୋଇଥିଲାବେଳେ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁଧାଂଶୁଭୂଷଣ ଜେନା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons