ବାରିପଦା, (ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନରୁ ଏକ ଜାଇଲୋ ଗାଡି ଚୋରି କରି ୪ ଫେରାର ଅଭିଯୁକ୍ତକୁ ବାରିପଦା ଟାଉନ୍ ଥାନା ପୁଲିସ ଗିରଫ କରିବା ସହ ଉକ୍ତ ଗାଡିକୁ ଜବତ କରିଛି । ଅଭିଯୁକ୍ତମାନେ ହଲେ ବାଲେଶ୍ୱର ଜିଲ୍ଲା ଫୁଲାଡି ଗ୍ରାମର ଶରତ ଚନ୍ଦ୍ର ନାୟକଙ୍କ ପୁଅ ମନୋଜ କୁମାର ନାୟକ, ବାରିପଦା ଟାଉନ୍ ଥାନା ଅଧୀନ କରତବସା ଅଞ୍ଚଳର ଏସ୍କେ ହାକିମଙ୍କ ପୁଅ ସଲିମ୍(୨୦), ଶୂନଗଡିଆ ଅଞ୍ଚଳର ଏସକେ ସେଫ୍(୨୧)କୁ ଗିରଫ କରି ଗୁରୁବାର ବସ୍ତା ଥାନାକୁ ହସ୍ତାନ୍ତର କରାଯାଇଥିଲା । ତେବେ ଶୁକ୍ରବାର ଟାଟାରୁ ଅନ୍ୟ ଜଣେ ଅଭିଯୁକ୍ତ ସହିତ ଜାଇଲୋ ଗାଡିକୁ ଜବତ କରାଯାଇଥିବା ବଳେ ମୁଖ୍ୟ ଅଭିଯୁକ୍ତ ଆକାଶ ମୁଖି ଫେରାର ଥିବା ଜଣାପଡିଛି । ବାରିପଦା ଟାଉନ୍ ଥାନା ଅଧିକାରୀ ବିରେନ୍ଦ୍ର ସେନାପତିଙ୍କ ସୂଚନା ଅନୁଯାଇ ଗତ ଜୁନ ୩୦ରେ ବସ୍ତା ଅଞ୍ଚଳରୁ ଏକ ଜାଇଲୋ ଗାଡି ଚୋରି ହୋଇଥିଲା । ଅଭିଯୁକ୍ତମାନେ ବାରିପଦାରେ ଥିବା ବସ୍ତା ଥାନା ପକ୍ଷରୁ ସୂଚନା ଦିଆଯିବା ପରେ ସ୍ଥାନୀୟ ପୁଲିସ୍ ତନଘନା ଆରମ୍ଭ କରିଥିଲା । ତବେ ଗତ ୧ ତାରିଖରେ ଅଭିଯୁକ୍ତ ମନୋଜ ଶୂନଗଡିଆ ଅଞ୍ଚଳରେ ସନେ୍ଦହ ଜନକ ଅବସ୍ଥାରେ ଧରାପଡିବା ପରେ ପୁଲିସ୍ ଅନ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ଗୁରୁବାର ତିନି ଅଭିଯୁକ୍ତଙ୍କୁ ଧରି ବସ୍ତା ଥାନା ଜିମା ଦିଆଯାଇଥିବା ବଳେ ଶୁକ୍ରବାର ଟାଟା ଅଞ୍ଚଳରୁ ଆଉ ଜଣେ ଅଭିଯୁକ୍ତକୁ ଧରିବା ସହ ଗାଡିକୁ ଜବତ କରି ବାରିପଦା ଅଣାଯାଉଥିବା ଥାନା ଅଧିକାରୀ କହିଛନ୍ତି ।
Comments are closed, but trackbacks and pingbacks are open.