ସମ୍ବଲପୁର : ସମ୍ବଲପୁର ଧନୁପାଲିରେ ପୋଲିସ ଚଢାଉ କରିଛି । ଚଢାଉ ବେଳେ ୪ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁରଜ ପ୍ରଧାନ, ଦୀନେଶ ପ୍ରସାଦ ସା, ଚନ୍ଦନ କୁମାର ସା ଏବଂ ମହମ୍ମଦ ଆସିଫ ।
ସେମାନଙ୍କ ନିକଟରୁ ୩୫ଗ୍ରାମ ସୁନା ଅଳଙ୍କାର ଜବତ କରିଛି ପୋଲିସ । ଏହାସହ ନଗଦ ଏକ ହଜାର ଟଙ୍କା ସହ ୪ଟି ବ୍ୟାଗ୍, ଲୁଟ୍ ପାଇଁ ବ୍ୟବହୃତ ସାମଗ୍ରୀ, ଦୁଇଟି ବାଇକ୍ ଜବତ କରିଛି ପୋଲିସ ।
ଗିରଫ ଲୁଟେରା ବିହାର ରବୋଲି ଅଞ୍ଚଳର ବୋଲି ଜଣାପଡିଛି । ଲୁଟେରାଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସଫା କରିବା ଆଳରେ ବିଭିନ୍ନ ଅଞ୍ଚଳରୁ ଲୁଟ୍ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ୍ ।


Comments are closed, but trackbacks and pingbacks are open.