୪ ଘଣ୍ଟା ରେଳ ରୋକିଲେ ଚାଷୀ

Get real time updates directly on you device, subscribe now.

ବାମରା,(ବି.ବି.ନୁ୍ୟଜ୍): ୨୦୧୮-୧୯ର ବକେୟା ବୀମା କ୍ଷତିପୂରଣ, ଜଳସେଚନ ସୁବିଧା, ମାର୍କେଟ ୟାଡର଼୍ରେ ଦୁର୍ନୀତି, ନକଲି ଔଷଧ ଓ ବିହନ ବନ୍ଦ କରିବା ଆଦି ଦାବିରେ ଆଜି ସମ୍ବଲପୁର ଜିଲ୍ଲା ବାମରାରେ ଚାଷୀ ରେଳରୋକ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୂର୍ବାହ୍ନ ୧୦ଟାରୁ ୨ଟା ପର୍ଯ୍ୟନ୍ତ ରେଳରୋକ ଆନେ୍ଦାଳନ କରିଛନ୍ତି । ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦ ହଜାର ଚାଷୀ ସାମିଲ ହୋଇଛନ୍ତି । ବାମରା ଓ ସାଗରା ଷ୍ଟେସନ୍ରେ ଚାଷୀ ଧାରଣା ଦେଇଥିବାରୁ ଅନେକ ଟ୍ରେନ୍ ବିଳମ୍ବରେ ଚଳାଚଳ କରିଛି । ଦାବି ପୂରଣ ଦିଗରେ କୌଣସି ପ୍ରତିଶ୍ରୁତି ମିଳିନଥିଲେ ହେଁ ଚାଷୀ ଅପରାହ୍ନ ୨ଟାରେ ଧାରଣାରୁ ଉଠିଛନ୍ତି । ଦାବି ପୂରଣ ପାଇଁ ଆଗାମୀ ଦିନରେ ଜୋରଦାର ଆନେ୍ଦାଳନ କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ପଶ୍ଚିମ ଓଡ଼ିଶାରୁ ଆସିଥିବା ବିଭିନ୍ନ କୃଷକ ସଂଗଠନର ଚାଷୀ ଆଜି ବାମରା ଓ ସାଗରାରେ ପୃଥକ ପୃଥକ ଭାବେ ରେଳ ଧାରଣାରେ ଆନେ୍ଦାଳନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ପ୍ରବଳ ବର୍ଷିଥିଲେ । ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି ଆବାହକ ଅଶୋକ ପ୍ରଧାନ, ପ୍ରବକ୍ତା ସରୋଜ, ସମ୍ବଲପୁର ଜିଲ୍ଲା କୃଷକ ସଂଘ ସଭାପତି ମୁରାରୀ ପୁରୋହିତ, କୁଚିଣ୍ଡା ଉପଖଣ୍ଡସ୍ତରୀୟ କୃଷକ ସଂଘ ଆବାହକ କୁଶଧ୍ୱଜ ଚୌଧୁରୀ, ବାମରା ବ୍ଲକ ଜୟ କିସାନ କୃଷକ ସଂଘ ଆବାହକ ଘୋଷ ବିହାରୀ ପରିଡ଼ା, ଦିଲୀପ ଛତ୍ରିଆ, ମହାବୀର ଖଣ୍ଡେଲୱାଲ, କୁମାର ଚନ୍ଦ୍ର ପଟେଲ, ଜଗଦୀଶ ପାଲ, ସୁଶାନ୍ତ ମାଝି, ଲକ୍ଷ୍ମୀନାରାୟଣ ଛତ୍ରିଆ ପ୍ରମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ । କୁଚିଣ୍ଡା ବିଧାୟକ କିଶୋର ନାଏକ, ପୂର୍ବ ବିଧାୟକ ରବି ନାରାୟଣ ନାଏକ, ପୂର୍ବ ବିଧାୟକ ରାଜେନ୍ଦ୍ର ଛତ୍ରିଆ ପହଞ୍ଚô ସମର୍ଥନ ଜଣାଇଥିଲେ । କୁଚିଣ୍ଡା ଉପଜିଲ୍ଲାପାଳ ବିଶ୍ୱରଞ୍ଜନ ନାୟକ, ବାମରା ଗୋÂୀ ଉନ୍ନୟନ ଅଧିକାରୀ ସୁଶିଲ କୁଜୁର, ସମ୍ବଲପୁର ଅତିରିକ୍ତ ଏସ୍ପି ପି.କେ ମହାପାତ୍ର, କୁଚିଣ୍ଡା ଏସ୍ଡିପିଓ ରାଜକିଶୋର ମିଶ୍ରଙ୍କ ସମେତ ୨ ପ୍ଲାର୍ଟୁନ ପୁଲିସ୍ ମୁତୟନ ଥିଲେ । ରେଲ୍ୱେ ପୁଲିସ୍ ପକ୍ଷରୁ ରାଉରତେଲା ଡିଏସ୍ପି ବିଜୟ କେର୍କେଟା, ଝାରସୁଗୁଡ଼ା ଜିଆର୍ପି ଆଇଆଇସି ବିନୟ ମିଞ୍ଜ, ଜିଆର୍ପି ଇନ୍ଚାର୍ଜ ଟି. ହରୋ, ଏଏସ୍ଆଇ କିଶୋର ଚନ୍ଦ୍ର ପଟେଲ, ପଦ୍ମଲୋଚନ ଖର୍ସେଲ, ବଲାଙ୍ଗୀର ଜିଆର୍ପି ଇନ୍ଚାର୍ଜ ଉମେଶ ଅହିର, ଝାରସୁଗୁଡ଼ା ଏରିଆ ମ୍ୟାନେଜର୍ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଆନେ୍ଦାଳନ ଫଳରେ ୪ ଘଣ୍ଟା ଧରି ଟ୍ରେନ୍ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଜମ୍ମୁତାୱି ଏକ୍ସପ୍ରେସ୍ ଟ୍ରେନ୍ ବାମରା ଆଉଟ୍ରେ ଛିଡ଼ା ହୋଇଥିବାରୁ ଯାତ୍ରୀମାନେ ପିଇବା ପାଣି କିମ୍ବା ଟିଫିନ୍ ମଧ୍ୟ ପାଇନଥିଲେ । ସେହିପରି ବାମରା ଷ୍ଟେସନ୍ରେ ଛିଡ଼ା ହୋଇଥିବା ସମ୍ବଲପୁର-ରାଉରକେଲା ଡିଏମ୍ୟୁ ଟ୍ରେନ୍ ଓ ରାଉରକେଲା-ସମ୍ବଲପୁର ପାସେଞ୍ଜର୍ ୨ଟାରେ ବାହାରିଥିଲା । ଏହାଛଡ଼ା ଅନ୍ୟାନ୍ୟ ଟ୍ରେନ୍ ମଧ୍ୟ ବିଳମ୍ବରେ ଚଳାଚଳ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons