୪ ଚାକିରିରୁ ବିଦା, ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୁର୍ନୀତି ଓ ଅନିୟମିିତତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ୬ ସରକାରୀ କର୍ମଚାରୀଙ୍କ ମୁଣ୍ଡ ନେଇଛନ୍ତି । ୪ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା ବେଳେ ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଗତ ଅଗଷ୍ଟରୁ ଏ ମଧ୍ୟରେ ୫୯ ଜଣ ସରକାରୀ ଚାକିରିଆ ବିଦା ହୋଇଛନ୍ତି । ୧୨ ଜଣଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରିଥିଲା ବେଳେ ୧୧ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ ରଖାଯାଇଛି ।
ଦୁର୍ନୀତି ଓ ଅନିୟମିତତା ପାଇଁ ବରଗଡ଼ ଗ୍ରାମୀଣ ଜଳଯୋଗାଣ ଡିଭିଜନରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ନାରାୟଣ ତିଆଡ଼ିଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ସହ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ଏ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ସେ ଭିଜିଲାନସ୍ ଦ୍ୱାରା ଏକ ମାମଲାରେ ୨୦୧୦ରୁ ଛନ୍ଦି ହୋଇଥିଲେ । ସେହିଭଳି ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପଟେଲ ଦୀର୍ଘଦିନ ହେବ ବେଆଇନ ଭାବେ ଛୁଟିରେ ଥିବାରୁ ତାଙ୍କୁ ମଧ୍ୟ ଚାକିରିରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିଭଳି ଭିଜିଲାନସ୍ ଦ୍ୱାରା ଦୋଷୀ ସାବ୍ୟସ୍ତ ୪ ଜଣ ସରକାରୀ କର୍ମଚାରୀଙ୍କୁ ମଧ୍ୟ ବହିଷ୍କାର କରାଯାଇଛି । ବହିଷ୍କୃତ ଏହି ଅଧିକାରୀମାନେ ହେଲେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ପୂର୍ବତନ ଇଂଜିନିୟର ସଂଜୟ କୁମାର ଚୌଧୁରୀ, ଓଡ଼ିଶା ଖଦୀ ବୋର୍ଡର ପୂର୍ବତନ ସୁପରଭାଇଜର, ବାଙ୍କି ବ୍ଲକର ପୂର୍ବତନ ଇଂଜିନିୟର ବିଜ୍ଞାନ କୁମାର ବେଉରିଆ ଏବଂ ନିମାପଡ଼ା ଏନଏସିର ପୂର୍ବତନ ଜେଇ ଅମୀୟ କୁମାର ସେଠୀ ।
କୌଣସି ପରିସ୍ଥିତିରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବରଦାସ୍ତ କରାଯିବନି । ଦୁର୍ନୀତି ଅଭିଯୋଗ ଆସିଲେ ଏବଂ ତଦନ୍ତରେ ସତ ପ୍ରମାଣିତ ହେଲେ ବଳପୂର୍ବକ ଚାକିରିରୁ ବହିଷ୍କାର କରାଯିବ । ଚାକିରିରୁ ଅବସର ପରେ ଯଦି ତଦନ୍ତ ରିପୋର୍ଟରେ ଦୁର୍ନୀତି ଧରାପଡେ଼ ପେନସନରେ ମଧ୍ୟ ତାଲା ଲାଗିବ । ୫ମ ପାଳି ଆରମ୍ଭରୁ ଦୁର୍ନୀତି ବିରୋଧୀ ଅଭିଯାନକୁ ବେଶ ତେଜି ଏବଂ କଡା କାର୍ଯ୍ୟାନୁÂାନ ଗ୍ରହଣ କରି ଏମିତି ବାର୍ତ୍ତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ‘ଅପରେସନ କ୍ଲିନ’ରେ ଆଜି ପୁଣି ୬ ଅଫିସରଙ୍କ ମୁଣ୍ଡ ଗଡ଼ିଛି । ଗତ ଅଗଷ୍ଟ ମାସରୁ ଦୁର୍ନୀତିଗ୍ରସ୍ତ ଓ ଲାଞ୍ଚଖୋର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଜିରୋ ଟଲରାନସ୍ ନୀତି ଅସାଧୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଆଣିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons