୪ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

Get real time updates directly on you device, subscribe now.

ପଙ୍କପାଳ,(ବି.ବି.ନୁ୍ୟଜ୍): ତ୍ରିଜଙ୍ଗା କଲୋନୀରେ ବଡ଼ଧରଣର ଡକାୟତି ଯୋଜନାକୁ ପୁଲିସ ପଣ୍ଡ କରିଦେଇଛି । କଲୋନୀ ଭିତରେ ଡକାୟତି ଯୋଜନା କରୁଥିବା ବେଳେ ଦାନଗଦୀ ଫାଣ୍ଡି ତଥା ଯାଜପୁର ରୋଡ ପୁଲିସର ମିଳିତ ସହଯୋଗରେ ୪ଜଣ ଡକାୟତଙ୍କୁ ଗିରଫ କରାଯିବା ସହିତ ତାଙ୍କ ଠାରୁ ମାରଣାସ୍ତ୍ର ଏବଂ ବାଇକ ଜବତ ହୋଇଛି । ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ସୂଚନା ମୁତାବକ, ଗତକାଲି ରାତିରେ ଡକାୟତି ଯୋଜନା କରୁଥିବା ସମ୍ପର୍କରେ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା ।
ଘଟଣାସ୍ଥଳରୁ ଦୁର୍ଦ୍ଧାନ୍ତ ଅପରାଧୀ କଳିଙ୍ଗନଗର ଥାନା ସାରଙ୍ଗପୁରର ଗୌତମ ଜେନା ଓରଫ କୁଟୁରୀ(୨୭), ନୀଳକଣ୍ଠପୁରର ସାଗର ପେରେଇ ଓରଫ ସଞ୍ଜୀବ(୨୨), ଯାଜପୁର ରୋଡ ଥାନା ଦାନଗଦୀ ପାତ୍ରସାହିର ରଞ୍ଜିତ ପାତ୍ର ଓରଫ ମିଥୁନ(୨୪) ଏବଂ କାହ୍ନୁ ପାତ୍ର ଓରଫ ପ୍ରଶାନ୍ତ(୨୨) ଧରାପଡ଼ିଥିଲେ । ତାଙ୍କ ନିକଟରେ ୩ଟି ଖଣ୍ଡା, ୪ଟି ମୋବାଇଲ, ୬ଟି ମଙ୍କିକ୍ୟାପ୍, ୨ଟି ଟର୍ଚ୍ଚ ଏବଂ ଗୋଟିଏ ନକ୍ସା ଜବତ କରାଯାଇଥିଲା । ଏଥିସହିତ ସେମାନେ ବ୍ୟବହାର କରୁଥିବା ଏକ ବାଇକ(ଓଡି୩୪ଜି୬୫୪୨)କୁ ଜବତ୍ କରିଛି । ଏହି ବାଇକ୍ଟି ଚୋରି ବାଇକ ବୋଲି ପୁଲିସ ସନେ୍ଦହ କରୁଛି ।
ଗିରଫ ୪ଜଣଙ୍କ ମଧ୍ୟରୁ ୨ଜଣ ନିୟମିତଭାବେ ଡକାୟିତ ମାମଲାରେ ଗିରଫ ହୋଇ ଜେଲ୍ ଯାଉଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଏମାନଙ୍କ ବିରୋଧରେ ଏକାଧିକ ଥାନାରେ ବହୁ ମାମଲା ରହିଛି । ଆଜି ଯାଜପୁର ରୋଡ ପୁଲିସ ଆଉ ଏକ ମାମଲା(୨୮) ରୁଜୁ କରି ଧାରା ୩୯୯ ଓ ୪୦୨ ସହିତ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଜରିଆରେ କୋର୍ଟ ଚାଲାଣ କରିଛି । ଦୁର୍ଦ୍ଧାନ୍ତ ଡକାୟତଙ୍କୁ କାବୁ କରି ଡକାୟତି ଯୋଜନା ପଣ୍ଡ କରିବାରେ ଯାଜପୁର ରୋଡ ଥାନାଧିକାରୀ ଶ୍ରୀ ମହାନ୍ତିଙ୍କ ସମେତ ଦାନଗଦୀ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ଏବଂ ଯାଜପୁର ରୋଡ ଏଏସ୍ଆଇ ଏସ କେ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons