୪ ମାସରେ ସରିବ ଶ୍ରୀମନ୍ଦିର ନାଟମଣ୍ଡପ, ସୂର୍ଯ୍ୟମନ୍ଦିର ମରାମତି

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଆସନ୍ତା ଚାରି ମାସ ମଧ୍ୟରେ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ମରାମତି ସରିବ । ଆଜି ହାଇକୋର୍ଟରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ଡିଜି ଉଷା ଶର୍ମା ଏବଂ ଯୁଗ୍ମ ନିଦେ୍ର୍ଧଶକ (ସଂରକ୍ଷଣ) ବ୍ୟକ୍ତିଗତ ହାଜର ହୋଇ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ ମରାମତି ବେଳେ ଏଏସ୍ଆଇ ବିଶେଷଜ୍ଞ କମିଟି ଏବଂ ଆମିକସ୍ କୁ୍ୟରୀଙ୍କ ପରାମର୍ଶ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ମରାମତି କାର୍ଯ୍ୟରେ ଯଦି ଅଧିକ ଅର୍ଥର ଆବଶ୍ୟକତା ପଡେ଼ ତାହେଲେ ଏଥିପାଇଁ ସରକାରଙ୍କ ସହାୟତା ନେବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ଅଭିଷେକ ଦାସ ଏବଂ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ମେ’ ୪ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଅଦାଲତ ସମୟ ଧାର୍ଯ୍ୟ କରିଛନ୍ତି । ସେହିଦିନ ଏଏସ୍ଆଇ କର୍ତ୍ତୃପକ୍ଷ ଶ୍ରୀମନ୍ଦିର ନାଟ ମଣ୍ଡପ ଓ କୋଣାର୍କ ମରାମତିର ସ୍ଥିତି ସଂକ୍ରାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିବେ ।
ଶ୍ରୀମନ୍ଦିରର ଗୋଟିଏ ପରେ ଗୋଟିଏ ଭାଗ ଦୁର୍ବଳ ହେବାରେ ଲାଗିଛି । ପ୍ରଥମେ ଜଗମୋହନ ଏବଂ ଏବେ ନାଟମଣ୍ଡପ । ହାଇକୋର୍ଟରେ ଏ ନେଇ ମାମଲା ରୁଜୁ ହେବା ପରେ ମରାମତି କାର୍ଯ୍ୟ ଅଦାଲତଙ୍କ ତତ୍ତ୍ୱାବଧାନରେ ହେଉଛି । କିନ୍ତୁ ଏହି ମରାମତି କାର୍ଯ୍ୟ ସନ୍ତୋଷଜନକ ନହେବାରୁ ହାଇକୋର୍ଟ ଏଏସ୍ଆଇ ଅଧୀକ୍ଷକ ଅରୁଣ ମଲ୍ଲିକଙ୍କୁ ବ୍ୟକ୍ତିଗତ ହାଜର ହୋଇ ଜବାବ ରଖିବାକୁ ନିଦେ୍ର୍ଧଶ ଦେଇଥିଲେ । ନାଟମଣ୍ଡପର ମରାମତି ନେଇ ସେ ଯେଉଁ ଜବାବ ରଖିଥିଲେ ସେଥିରେ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଫଳରେ ହାଇକୋର୍ଟ ଏସଂକ୍ରାନ୍ତରେ ଏଏସ୍ଆଇ ଡିଜି ଏବଂ ଯୁଗ୍ମ ନିଦେ୍ର୍ଧଶକ(ସଂରକ୍ଷଣ)ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ନିଦେ୍ର୍ଧଶ ଦେଇଥିଲେ । ହାଇକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ଆଜି ଉଭୟ ଅଧିକାରୀ ଅଦାଲତରେ ହାଜର ହୋଇ ଜବାବ ରଖିଛନ୍ତି ।
ଅପରପକ୍ଷରେ ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ମାମଲାରେ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର ହାଇକୋର୍ଟରେ ଏକ ମିସ୍କେସ୍ ଫାଇଲ୍ କରିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ସୂର୍ଯ୍ୟମନ୍ଦିର କୋଣାର୍କରେ ନବଗ୍ରହଙ୍କ ମୂର୍ତ୍ତି ରହିଥିଲା । ଏହି ମୂର୍ତ୍ତି ଇଂରେଜ ସରକାରଙ୍କ ଦ୍ୱାରା ସେମାନଙ୍କ ଦେଶକୁ ଚାଲିଯାଇଛି । ଏବେ ବ୍ରିଟେନ୍ର ମୁ୍ୟଜିୟମ୍ରେ ଏହି ମୂର୍ତ୍ତି ସ୍ଥାନ ପାଇଛି । ତେଣୁ ଏହି ମୂର୍ତ୍ତିକୁ ଆଣିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେବାକୁ ସେ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ବରିÂ ଆଇନଜୀବୀ ଡ. ଅଶୋକ କୁମାର ମହାପାତ୍ର ପରିଚାଳନା କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons