ଦେବଗଡ : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ସଚିବମାନେ ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି। ଅର୍ଥ ସଚିବ ଅଶୋକ କୁମାର ମୀନା, ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ ଓ ୫ଟି ସଚିବ ଭିକେ ପାଣ୍ଡିଆନ୍ ପ୍ରମୁଖ ହେଲିକେପ୍ଟର ଯୋଗେ ଦେବଗଡ ପହଞ୍ଚିବା ପରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।
ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ୍ ଅନ୍ୟାନ୍ୟ ବରିଷ୍ଠ ସଚିବଙ୍କ ସହ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ମଙ୍ଗଳବାର ଦେବଗଡ ଜିଲ୍ଲା ଗସ୍ତ କରିଛନ୍ତି । ମଙ୍ଗଳବାର ଅର୍ଥ ସଚିବ ଅଶୋକ କୁମାର ମୀନା, ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳିନୀ ପଣ୍ଡିତ, ୫ଟି ସଚିବ ଭିକେ ପାଣ୍ଡିଆନ୍ ଦେବଗଡ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ତିନି ବରିଷ୍ଠ ସଚିବ ହେଲିକେପ୍ଟର ଯୋଗେ ଦେବଗଡ ପହଞ୍ଚିବା ପରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଇନଡୋରରେ ରୋଗୀମାନଙ୍କୁ ଭେଟି ଚିକିତ୍ସାରମାନ ନେଇ ପଚାରି ବୁଝିଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ୟ୍ୟାଳୟରେ ସମୀକ୍ଷା ବୈଠକ ପରେ ତିନି ବରିଷ୍ଠ ସଚିବ ଆଦର୍ଶ ମହାବିଦ୍ୟାଳୟ ପରିଦର୍ଶନ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ଦେବଗଡ ସହରର ବରିଷ୍ଠ ନାଗରିକ ମାନେ ତିନି ବରିଷ୍ଠ ସଚିବ ଙ୍କୁ ଭେଟି ଦେବଗଡ ଜିଲ୍ଲା ର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ । ଖାସ କରି ସ୍ବାସ୍ଥ୍ୟ ବିଭାଗ ର ଉନ୍ନତି ପାଇଁ, ବିଭିନ୍ନ ଅତ୍ୟାଧୁନିକ ମେସିନ୍ ସ୍ଥାପନ ପାଇଁ ନାଗରିକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତିନି ବରିଷ୍ଠ ସଚିବଙ୍କ ଦେବଗଡ ଜିଲ୍ଲା ଗସ୍ତ କୁ ନେଇ ଦେବଗଡ ଜିଲ୍ଲା ର ନାଗରିକ ମାନଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ସେପଟେ ଉପସ୍ଥିତ ଜନତା ଡାକ୍ତରଖାନାର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନାରାବାଜି କରିଥିଲେ ।


Comments are closed, but trackbacks and pingbacks are open.