ବୈପାରିଗୁଡା,(ବି.ବି.ନୁ୍ୟଜ): ସରକାରଙ୍କ ପକ୍ଷରୁ ପିଡିଏସରେ ଆସୁଥିବା ଟଙ୍କିକିଆ ଚାଉଳ ପ୍ରଦାନ ବ୍ୟବସ୍ଥାରେ ତ୍ରୁଟି ଦେଖାଦେଇଛି । ୫୦ କିଲୋ ବସ୍ତାରେ ୩୬ କିଲୋ ଚାଉଳ ପ୍ରଦାନ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ୧୫ଟି ଚାଉଳ ବସ୍ତାକୁ ଟ୍ରକରୁ ଆଣି ଓଜନ କରାଯିବା ପରେ ସତ୍ୟତା ଜଣାପଡିଥିଲା । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ହରିଶରଣ ମଲ୍ଲିକଙ୍କୁ ପଚାରିବାରେ ଚାଉଳ ବୋଝେଇ ଟ୍ରକରେ ସବୁ ବସ୍ତାର ଓଜନ ସମାନ ନଥିବା କହିଛନ୍ତି । କିଛି ବସ୍ତାରେ ୫୦ ବଦଳରେ ୫୫ କିଲୋ ଚାଉଳ ଥିବା ବେଳେ ଆଉ କିଛି ବସ୍ତାରେ ୪୫ କିଲୋ ଥିବା ସେ କହିଛନ୍ତି । ଗୋଟିଏ ପରିବାରରେ ୧୦ ଜଣ ବ୍ୟକ୍ତି ଥିଲେ ୫୦ କିଲୋ ଚାଉଳର ଗୋଟିଏ ବସ୍ତା ଦିଆଯାଉଛି । ହିତାଧିକାରୀମାନେ ଓଜନ ନକରି ବିଶ୍ୱାସରେ ନେଇଯାଉଛନ୍ତି । କିନ୍ତୁ ସେଥିରେ ୩୬ କେଜି ଚାଉଳ ରହିଲେ ହିତାଧିକାରୀ କ୍ଷତିର ସମ୍ମୁଖୀନ ହେଉଥିବା କହିଛନ୍ତି । ହିତାଧିକାରୀଙ୍କୁ ଓଜନ କରି ଚାଉଳ ଦେବାକୁ ସାଧାରଣରେ ଦାବି ହୋଇଛି ।
Comments are closed, but trackbacks and pingbacks are open.