୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ଛୁଟି

Get real time updates directly on you device, subscribe now.

ଭୁବନେଶ୍ୱର: ୫୦ବର୍ଷ ବୟସରୁ ଉର୍ଦ୍ଧ୍ୱ କର୍ମଚାରୀମାନେ ବିନା ଡାକ୍ତରୀ ପ୍ରମାଣପତ୍ରରେ ଏପ୍ରିଲ ୪ତାରିଖ ପର୍ୟ୍ୟନ୍ତ ପରିବର୍ତ୍ତିତ ଛୁଟି ନେଇପାରିବେ। ଏଥିପାଇଁ କୌଣସି ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଅସୁସ୍ଥ ଅନୁଭବ କରୁଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ୟ୍ୟସ୍ଥଳ ଛାଡ଼ି ୧୪ଦିନ ପାଇଁ ଘରୋଇ କ୍ୱାରେଣ୍ଟାଇନରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଘୋଷଣା ହୋଇଥିବାବେଳେ ସରକାରୀ କର୍ମଚାରୀମାନଙ୍କ ନିମନ୍ତେ ରାଜ୍ୟ ସରକାର ନିୟମକୁ କେତେକ କୋହଳ କରିଛନ୍ତି। ଏହାବ୍ୟତୀତ ୨୫ଟି ବିଭାଗର କର୍ମଚାରୀଙ୍କୁ ମଧ୍ୟ ଅଫିସ ନଆସିବା ପାଇଁ ଗତ ଦୁଇଦିନ ତଳେ ସରକାର ନିର୍ଦ୍ଦେଶ ଦେଇଥିଲେ।
ଆଜି ସାଧାରଣ ପ୍ରଶାସନ ବିଭାଗର ସୂଚନା ଅନୁସାରେ ବହୁମୂତ୍ର, ନିଃଶ୍ୱାସପ୍ରଶ୍ୱାସରେ ସମସ୍ୟା, ବୃକକଜନିତ ରୋଗ, ହୃଦରୋଗ ଓ ଅନ୍ୟାନ୍ୟ ଜୀବନ କ୍ଷତିକାରକ ଅସୁସ୍ଥତାରେ ଥିବା ୫୦ବର୍ଷ ବୟସରୁ ଊର୍ଦ୍ଧ୍ୱ କର୍ମଚାରୀମାନେ କାର୍ୟ୍ୟାଳୟରୁ ଛୁଟି ନେଇପାରିବେ। ଏଥିପାଇଁ ସମସ୍ତ ସଚିବ, ବିଭାଗୀୟ ମୁଖ୍ୟ, ରାଜସ୍ୱ କମିଶନର ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons