୫୦ ହଜାରର ଗୁଟଖା ଜବତ, ଦୋକାନୀ ଗିରଫ

Get real time updates directly on you device, subscribe now.

ଟିକିରି: କାଶୀପୁର ବ୍ଲକ ଟିକିରିର ଏକ କିରାନା ଦୋକାନ ଉପରେ ପୁଲିସ ଚଢ଼ଉ କରି ବିପୁଳ ପରିମାଣର ବେଆଇନ ଭାଙ୍ଗ, ଗୁଟ୍ଖା ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ଦୋକାନୀକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଜଣଙ୍କ ହେଲେ ବି. ନାୟକ । ତାଙ୍କ ଦୋକାନରୁ ମୋହନ ଡିଲକ୍ସ ପାନ ମସଲା, କେପି ଜର୍ଦ୍ଧା ଭଳି ବିଭିନ୍ନ ବ୍ରାଣ୍ଡର ପ୍ରାୟ ୨୮ ହଜାର ପାଉଚ୍ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ପୁଲିସ୍ ଆକଳନ କରିଛି ।
ସୂଚନାଥାଉ କି, ଗୁରୁବାର ଜୟପୁରଠାରୁ ଟିକିରି ଅଭିମୁଖେ ଆସୁଥିବା ଏକ ଗୁଡ଼ାଖୁ ବୋଝେଇ ଗାଡ଼ିରେ ବେଆଇନ ଭାଙ୍ଗ, ପୁଡ଼ିଆ ଆସୁଥିବା ପୁଲିସକୁ ସୂଚନା ମିଳିଥିଲା । ଗୁଡାଖୁ ଗାଡ଼ିଟି ସ୍ଥାନୀୟ ଅଞ୍ଚଳର କିଛି ଦୋକାନରେ ବେଆଇନ୍ ଭାଙ୍ଗ ଗୁଟ୍ଖାକୁ ଓହ୍ଲାଇ କୌଶଳକ୍ରମେ ଖସି ଯାଇଥିଲା । ଖବରପାଇ ପୁଲିସର ଏକ ଟିମ୍ ଶ୍ରୀ ନାୟକଙ୍କ କିରାନା ଦୋକାନ ଉପରେ ଚଢ଼ଉ କରି ଗୁଟ୍ଖା ଜବତ କରିଥିଲା । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ ବିକାଶ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି ।

ରିପୋଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons