୫୦ ହଜାର ଟପିଲା କରୋନା ପରୀକ୍ଷା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କରୋନା ପରୀକ୍ଷା ସଂଖ୍ୟା ୫୦,୫୧୪କୁ ଟପିଛି । ଆଗକୁ ଏ ସଂଖ୍ୟା ଆହୁରି ବଢ଼ିବ । ଦୈନିକ ୧୫ ହଜାର ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଏଥିପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏବେ ରାଜ୍ୟରେ ୮ ଟି ଟେଷ୍ଟିଂ ସେଣ୍ଟର ଥିବା ବେଳେ ଆହୁରି ୧୧ ନୂଆ ସେଣ୍ଟର କରାଯିବ । ଆଜି ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ଶାଳିନୀ ପଣ୍ଡିତ ଏହି ସୂଚନା ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀମତୀ ପଣ୍ଡିତ କହିଛନ୍ତି, ଜାତୀୟ ସ୍ତରରେ ୧୦ ଲକ୍ଷ ଲୋକସଂଖ୍ୟାରେ ୯୮୩ ଜଣଙ୍କ କରୋନା ପରୀକ୍ଷା ହୋଇଛି । ତେବେ ଆମ ରାଜ୍ୟରେ ଏ ସଂଖ୍ୟା ୧୧୫୩ ରହିଛି । ଆଗକୁ ସଂଖ୍ୟା ବଢ଼ିଲେ ପଜିଟିଭ୍ ସଂଖ୍ୟା ମଧ୍ୟ ବଢ଼ିବ । ବର୍ତ୍ତମାନ ଠିକଣା ସମୟରେ ପରୀକ୍ଷା କରାଯାଇଥିବାରୁ ୪୦୦ ଜଣଙ୍କୁ ଆକ୍ରାନ୍ତ ହେବାରୁ ରୋକାଯାଇ ପାରିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ଦିନକୁ ୧୫ ହଜାର କୋଭିଡ୍ ପରୀକ୍ଷା କରିବାକୁ । ଅଧିକ ସଂଖାରେ ପରୀକ୍ଷାର ଆବଶ୍ୟକତା ମଧ୍ୟ ରହିଛି । ଅଧିକ ସଂଖ୍ୟାରେ ପରୀକ୍ଷା ଆଉ ଚିହ୍ନଟ ହେଲେ, ଜୀବନ ବଞ୍ଚାଯାଇପାରିବ । ଦୁଇ ମାସ ପୂର୍ବରୁ ରାଜ୍ୟରେ କୋଭିଡ୍ ପରୀକ୍ଷା ଆରମ୍ଭ ହୋଇଥିଲା । ସେତେବେଳେ ଦିନକୁ ପରୀକ୍ଷା ହେଉଥିଲା ମାତ୍ର ୧୦ଟି । ମାସକ ତଳେ ପରୀକ୍ଷା ସଂଖ୍ୟା ବଢ଼ି ହେଲା ୨୫୦ । ୧୫ ଦିନ ତଳେ ଏ ସଂଖ୍ୟା ବଢ଼ି ୧ ହଜାର ହୋଇଛି । ଆଜିକାର ସମୟରେ ସବୁଦିନ ୩,୦୦୦ ପରୀକ୍ଷା ହେଉଛି । ଦୁଇ ମାସ ତଳେ ଗୋଟିଏ ଲାବ୍ ରହିଥିବା ବେଳେ ଏବେ ଏ ସଂଖ୍ୟା ୮ ହୋଇଛି । ସବୁଦିନ ଟେଷ୍ଟିଂ ସଂଖ୍ୟା ୧୫ ହଜାର କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇ ସାରିଛନ୍ତି । ଏଥିପାଇଁ ଆଉ ୧୧ଟି ଟେଷ୍ଟିଂ ସେଣ୍ଟର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି । ସେଣ୍ଟର ଖୋଲିବାକୁ ଆଇସିଏମ୍ଆର୍ ଅନୁମତି ଦରକାର । କିଛି ଘରୋଇ ହସ୍ପିଟାଲ, ପଶୁ ପାଳନ ବିଭାଗର କିଛି ଲାବ୍ ଓ ଖୋଲିଥିବା ନୂଆ ମେଡିକାଲ କଲେଜରେ ଟେଷ୍ଟିଂ ସେଣ୍ଟର କରିବାକୁ ପଦକ୍ଷେପ ନେଉଛନ୍ତି ସରକାର । ସରକାର ବଲାଙ୍ଗୀର, ବାଲେଶ୍ୱର ଓ କୋରାପୁଟରେ ସରକାର କୋବାସ୍ ମେସିନ୍ କିଣିବାକୁ ପଦକ୍ଷେପ ମଧ୍ୟ ନେଲେଣି । ଏ ପଟେ ଆରଏମ୍ଆରସିକୁ ପୂର୍ବରୁ କୋବାସ୍ ମେସିନ୍ ଆସିଥିଲା । ସିବି ନାଟ୍ ଓ ଟ୍ରୁ ନାଟ୍ ମେସିନ୍ ଆସି ପହଞ୍ଚିଛି । ଏଥିରେ ପରୀକ୍ଷା ଆରମ୍ଭ ହେଲେ, ସଂଖ୍ୟା ଆହୁରି ବଢିବ ।
ଆର୍ଏମ୍ଆର୍ସି ନିଦେ୍ର୍ଧଶକ ସଂଘମିତ୍ରା ପତି କହିଛନ୍ତି, କରୋନା ଚିହ୍ନଟ ପରୀକ୍ଷା ହେଉଛି ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ । ଆର୍ଏମ୍ଆର୍ସିରେ ଗତକାଲି ସୁଦ୍ଧା ୨୫ ହଜାର ପରୀକ୍ଷା ହୋଇଛି । କାଲି ଗୋଟିଏ ଦିନରେ ସର୍ବାଧିକ ୧୯୧୬ଟି ପରୀକ୍ଷା କରି ରେକର୍ଡ କରିଛି ।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି, ଓଡ଼ିଶାରେ ଥିବା ବାହାର ରାଜ୍ୟର ବ୍ୟକ୍ତି ଯିବାକୁ ଚାହିଁଲେ ଅନୁମତି ନେବାକୁ ହେବ । ପାସ୍ ନେବା ପରେ ହିଁ ସେମାନେ ଯାଇ ପାରିବେ । କୋଭିଡ୍ ପୋର୍ଟାଲରେ ଅବେଦନ ପରେ ସେମାନଙ୍କୁ ଇମେଲ୍ ଓ ଏସ୍ଏମ୍ଏସ ଜରିଆରେ ପାସ୍ ଦିଆଯିବ ।
ଆଜି ରାଜ୍ୟକୁ ୪୨୨୫ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯ ହଜାର ୭୬୫ ଜଣ ଫେରିଛନ୍ତି । ବସ୍, ଟ୍ରେନ୍ ଓ ଅନ୍ୟାନ୍ୟ ଗାଡ଼ିରେ ଏମାନେ ଫେରିଛନ୍ତି । ରାଜ୍ୟରେ ଏବେ ରାତି ୭ରୁ ସନ୍ଧ୍ୟା ୭ ଟା ମଧ୍ୟରେ କର୍ଫୁ୍ୟ ଭଳି ପରିସ୍ଥିତି ରହିଛି । ଏ ସମୟ ମଧ୍ୟରେ ଲକ୍ଡାଉନ୍ ଭାଙ୍ଗିଥିବା ୨୩ ଜଣ ଓ ଜଣେ ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିଥିବାରୁ ମାମଲା ରୁଜୁ ହୋଇଛି । ଏହି ସମୟ ମଧ୍ୟରେ ୫୪ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons