ଭୋଗରାଇ,(ବି.ବି.ନୁ୍ୟଜ୍): ଯେତେ ସଚେତନ କଲେ ହେଜୁନାହାନ୍ତି ଲୋକେ । କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଛନ୍ତି । ଏମିତି ଘଟଣା ଗତ ଗୁରୁବାର ରାତିରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ନିମାତପୁର ଗାଁରେ ଘଟିଛି । ବିଶ୍ୱକର୍ମା ଓ ମନସା ପୂଜା ପରେ ରାତିରେ ଜମିଲା ନୃତ୍ୟ ସଂଗୀତର ଆସର । ହଜାରେରୁ ଅଧିକ ଦର୍ଶକ ଖୁନ୍ଦାଖୁନ୍ଦି ହୋଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କଲେ । କାର୍ଯ୍ୟକ୍ରମର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଶାସନ ତପôର ହୋଇ ଉଠିଥିଲା । ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଖୋଳତାଡ଼ କରିଥିଲେ । ପରେ ଆୟୋଜକ ୫୦ ହଜାର ଟଙ୍କା ତଣ୍ଡ ଗଣିଥିଲେ ।
ସୂଚନା ମୁତାବକ, ନିମାତପୁର ଗ୍ରାମର ଗୌରାଙ୍ଗ ଦାସଙ୍କ ପୁଅ ସୁଦାମ ଦାସଙ୍କ ମାଲିକାନାରେ ଅଛି “ଗୌରାଙ୍ଗ ଜିଉ ଗଣନାଟ୍ୟ’ ଯାତ୍ରା ପାର୍ଟି । ଗୁରୁବାର ସନ୍ଧ୍ୟାରେ ସୁଦାମ ନିଜ ଘରେ ବିଶ୍ୱକର୍ମା ଓ ମନସା ପୂଜା କରିଥିଲେ । ଏହି ପୂଜା ଶେଷ ହେବା ପରେ ରାତି ପ୍ରାୟ ୧୧ଟାରୁ ଏହି ଗଣନାଟ୍ୟ ଦ୍ୱାରା ସେ ଏକ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ହଜାରେରୁ ଊଦ୍ଧ୍ୱର୍ ସ୍ତ୍ରୀ, ପୁରୁଷ ଓ ଛୁଆପିଲା ଏକାଠି ଏହି ନାଚଗୀତର ରାତିତମାମ ଭରପୁର ମଜା ଉଠାଇ ଥିଲେ । ଏନେଇ ଭୋଗରାଇ ତହସିଦାର ଓ ଭୋଗରାଇ ଥାନାଧିକାରୀଙ୍କୁ ଖବର ଦିଆଯାଇଥିଲା । ହେଲେ କେହି କର୍ଣ୍ଣପାତ କରି ନଥିବା ଲୋକେ କହିଛନ୍ତି । ଶୁକ୍ରବାର ସକାଳେ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ବିଚିତ୍ରପୁର ଆରଆଇ ରଞ୍ଜନ ପାଣି, ଭୋଗରାଇ ଥାନା ଅଧିକାରୀ ନରେନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ତଦନ୍ତ କରିବା ପରେ ଆୟୋଜକ ସୁଦାମ ଦାସଙ୍କଠାରୁ ଅତିରିକ୍ତ ତହସିଲଦାର ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ । କୋଭିଡ-୧୯ ନିୟମ ଅନୁଯାୟୀ ଏହି ଜରିମାନା ଆଦାୟ କରାଯାଇଛି । ଯଦି ଜରିମାନା ସେ ଦେଇ ନଥା’ନ୍ତେ, ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଥା’ନ୍ତା ବୋଲି ଅତିରିକ୍ତ ତହସିଲଦାର ଶ୍ରୀ ପାଣିଗ୍ରାହୀ କହିଥିଲେ । ସୂଚନାଯୋଗ୍ୟ, ନିମାତପୁର ପଂଚାୟତ ପାଶ୍ୱର୍ବର୍ତ୍ତୀ ଜୟରାମପୁର ପଂଚାୟତରେ ୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଭୋଗରାଇ ବ୍ଲକ୍ରେ ୫୨୬ ଜଣ କରୋନାରେ ଆକ୍ରାନ୍ତ ହେଲାଣି । ତଥାପି ଲୋକେ ହେଜୁନାହାନ୍ତି ।
Comments are closed, but trackbacks and pingbacks are open.