୫୨୦ଲିଟରର ଦେଶୀ ମଦ ଜବତ, ୫ ଗିରଫ

Get real time updates directly on you device, subscribe now.

ଭଦ୍ରକ: ବିପୁଳ ପରିମାଣର ଦେଶୀ ମଦ ଜବତ । ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ମଦ ଜବତ କରାଯାଇଛି ।
ଜିଲ୍ଲାରେ ଦେଶୀ ମଦର କାରବାର ଦିନକୁ ଦିନ ବଢିବାରେ ଲାଗିଥିଲା । ଏହାକୁ ଦେଖି ଆକ୍ସନ ମୋଡରେ ଆସିଛି ଅବକାରୀ ବିଭାଗ । ଟିମ୍‌ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଅବକାରୀ ବିଭାଗର ଗୋଟିଏ ଟିମ ମାଜିଷ୍ଟ୍ରେଟଙ୍କ ସହ ତିହିଡି ଥାନା ଅଞ୍ଚଳର ବୁଧୁପୁର, କନ୍ଦପୁର, ବିଦ୍ୟାଧରପୁର ଗାଁ ସହ ପୁରୁଣାବଜାର ଥାନା ଅଞ୍ଚଳର ମିର୍ଜାପୁର ଗାଁର ଚଢ଼ାଉ କରିଥିଲା ।
ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉ ପ୍ରାୟ ୫୨୦ଲିଟର ଦେଶୀ ମଦ ଜବତ ହେବା ସହ ୫ଜଣଙ୍କ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବା ମଧ୍ୟ ଜଣାପଡିଛି । ଦେଶୀ ମଦ କାରବାରରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବା ସହ ଏପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons