ମାଲକାନଗିରି,(ବି.ବି.ନୁ୍ୟଜ୍): ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ବିଛାଇଥିବା ଏକ ଲ୍ୟାଣ୍ଡମାଇନ୍କୁ ମଙ୍ଗଳବାର ଉଦ୍ଧାର କରାଯାଇଛି । ସିଆରପିଏଫ୍ ଯବାନ ଏହାକୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି । ଛତିଶଗଡ ରାଜ୍ୟ ସୀମାନ୍ତ ସୁକମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ଏହା ଦେଖିବାକୁ ମିଳିଛି । ଲ୍ୟାଣ୍ଡମାଇନ୍ର ଓଜନ ୫ କେଜି ଥିଲା ବୋଲି ପୁଲିସ କହିଛି । ଏହା ବିସ୍ଫୋରଣ ହୋଇଥିଲେ ବଡ ଧରଣର ଅଘଟଣ ଘଟିଥାନ୍ତା ବୋଲି ପୁଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ, ମୁରଲୀଗୁଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ଲ୍ୟାଣ୍ଡମାଇନ୍ଟି ବିଛା ଯାଇଥିଲା । ୨୧୭ ସିଆରପିଏଫ୍ ବାଟାଲିୟନ ଯବାନମାନେ କମ୍ବିଂରେ ଯାଉଥିଲେ । ଘଟଣାସ୍ଥଳରେ ଏକ ବିଦୁ୍ୟତ ତାର ଦେଖିବାକୁ ପାଇଥିଲେ । ସନେ୍ଦହ ହେବାରୁ ଯବାନମାନେ ମେଟାଲ ଡିଟେକ୍ଟର ଲଗାଇ ଯାଞ୍ଚ କରିଥିଲେ । ସର୍ଚ୍ଚ ବେଳେ ଲ୍ୟାଣ୍ଡମାଇନ୍ ଠାବ ହୋଇଥିଲା । ତୁରନ୍ତ ଲ୍ୟାଣ୍ଡମାଇନ୍ ବିଶେଷଜ୍ଞ ଏହାକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ ।
Comments are closed, but trackbacks and pingbacks are open.