୫ ଘଣ୍ଟା କସରତ ପରେ ଇଶ୍ୱର କାବୁ କଲା ପୋଲିସ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱରରେ ପୋଲିସ-ଅପରଧୀ ମୁହାଁମୁହିଁ । ଅପରାଧୀକୁ ଧରିବାକୁ ଯିବା ସମୟରେ ପୋଲିସ ଉପରକୁହୋଇଛି କାଚ ବୋତଲ, ସୁତୁଲି ବୋମା, ଭଂଗା ଇଟା, ବାଥରୁମ୍ ସଫା କରୁଥିବା ଏସିଡ୍ ମାଡ଼ । ପୋଲିସ ଉପରକୁ ଏସବୁ ମାଡ଼ କରିଛନ୍ତି ଅପରାଧୀଙ୍କ ପରିବାର ଲୋକ । ଫଳରେ ଇଶ୍ୱର ମହାଳିକକୁ ଧରିବାରେ ପୁରା ନାକେଦମ୍ ହୋଇଥିଲା ସହଦେବଖୁଣ୍ଟା ଏବଂ ରେମୁଣା ଥାନା ପୋଲିସ । ରେମୁଣା ବ୍ଲକର ଶାମରାଇପୁରରେ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଇଶ୍ୱର ମହାଳିକ ପୋଲିସକୁ ଚକମା ଦେବାକୁ ସବୁ ଉଦ୍ୟମ କରିଥିଲା । ତାଙ୍କ ନାଁରେ ରହିଥିଲା ଶତାଧିକ ମାମଲା । ୨ଦିନ ପୂର୍ବରୁ ରାଜପଥରେ ହୋଇଥିବା ଏକ ଡକାୟତି ମାମଲାର ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହା ହିତ ଇଶ୍ୱର ମହାଳିକଙ୍କ ସଂପର୍କ ଅଭିଯୋଗ ରହିଥିବାରୁ ଆଜି ଭୋର ସମୟରେ ଇଶ୍ୱର ମହାଳିକଙ୍କ ଘର ଉପରେ ଚଢ଼ଉ କରିଥିଲା ପୋଲିସ । ପ୍ରାୟ ୫ ଘଣ୍ଟାର ଅପରେସନ୍ ପରେ ପୋଲିସ ଶେଷରେ ଇଶ୍ୱର ମହାଳିକଙ୍କୁ ଗିରଫ କରିଛି । ଇଟା ପଥର ମାଡ଼ରେ ଦୁଇ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି । ପୋଲିସ ଇଶ୍ୱର ମହାଳିକଙ୍କୁ ଗିରପ କରିବା ସହ ତାଙ୍କର କାର ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons