ନୟାଗଡ଼ , (ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ରେ ପ୍ରଥମ କରି ୫-ଟି ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବ ସ୍ୱରୂପ ଭାପୁର ବ୍ଲକଊ ଫତେଗଡ଼ ଥାନା ଅଧୀନସ୍ଥ ଭାପୁର ପୁଲିସ ବିଟ୍ ହାଉସ ଏଏସ୍ଆଇ ଅପର୍ତ୍ତି ସାହୁ ଗୁରୁବାର ନିଲମ୍ବିତ ହୋଇଛନ୍ତି ।
ଖବରରୁ ପ୍ରକାଶ ଯେ, ଏଏସ୍ଆଇ ଶ୍ରୀ ସାହୁ ୨୦୧୫ ମସିହାରେ ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟ କରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣା ମାମଲାରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନମ୍ବରରେ କେସ୍ କରିଥିଲେ । ଭୁଲ ତଥ୍ୟ ଦେବା ଏବଂ ତଦନ୍ତରେ ଅନିୟମିତତା କାରଣରୁ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶଶିଭୂଷଣ ଶତପଥି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।
ସେହିଭଳି ଦର୍ପନାରାୟଣ ଫାଣ୍ଡି କନେଷ୍ଟବଳ ଅଚୁ୍ୟତ ପ୍ରଧାନଙ୍କୁ ଲୋକସମ୍ପର୍କ ଠିକ୍ ନଥିବା ଅଭିଯୋଗରେ ଏସ୍ପି ନିଲମ୍ବନ କରିଛନ୍ତି । ଏ ନେଇ ଏସ୍ପି ଶ୍ରୀ ଶତପଥି ବିଭିନ୍ନ ଲୋକଙ୍କ ମତାମତ ଆଧାରରେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବାହାଡ଼ାଝୋଲା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ ସହ ଓଡ଼ଗାଁ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ଓ ଚାନ୍ଦପୁର ଥାନା ଅଧିକାରୀ ଗିରିଜାନନ୍ଦନ ପ;ନାୟକଙ୍କୁ ମଧ୍ୟ ଏସ୍ପି ବଦଳି କରିଥିଲେ ।


Comments are closed, but trackbacks and pingbacks are open.