ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଶ୍ୱସ୍ତି ପରେ ମୁଣ୍ଡବ୍ୟଥା । ପଡେ଼ାଶୀ ପଶ୍ଚିମବଙ୍ଗ ହଜାଇ ଦେଇଛି ନିଦ । ସୋମବାର ରାଜ୍ୟରେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ଆଜିି ସକାଳୁ ସକାଳୁ ବାଲେଶ୍ୱରରୁ ଆଉ ୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟବାସୀଙ୍କୁ ଆହୁରି ଡରାଇଛି । ଛାତି ଏବେ ଧଡ଼ ଧଡ଼ । ପଶ୍ଚିମବଙ୍ଗରୁ ଏ ସଂକ୍ରମଣ ଓଡ଼ିଶାରେ କାୟା ମେଲାଉଥିବାରୁ ସରକାର ତପôର ହୋଇପଡ଼ିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ୩ ବରିÂ ଅଧିକାରୀ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ଯାଇ କ୍ୟାମ୍ପ ପକାଇଛନ୍ତି । କଣ୍ଟେନମେଣ୍ଟ ବ୍ୟବସ୍ଥା ତଦାରଖ କରୁଛନ୍ତି । ପଜିଟିଭ୍ ଚିହ୍ନଟ ବ୍ୟକ୍ତି କାହା ସଂସ୍ପର୍ଶରେ ଆସିଥିଲେ ତାହାର ଛାନଭିନ୍ ଚାଲିଛି ।
କରୋନା ସଂକଟ ସମୟରେ ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର ମଧ୍ୟ ଅଛି । ୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଆଜି ଘରୁ ଫେରିଛନ୍ତି । ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗ ମେଦିନପୁରର ୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ତେବେ ତାଙ୍କର କରୋନା ଯୋଗୁଁ ମୃତୁ୍ୟ ହୋଇନଥିବା ଯୁକ୍ତି କରିଛି ସ୍ୱାସ୍ଥ୍ୟ ବିଭାଗ । କ୍ୟାନସର୍ରେ ଆକ୍ରାନ୍ତ ଥାଇ ଏହି ୭୦ ବର୍ଷୀୟ ବ୍ୟକ୍ତି ମୃତୁ୍ୟବରଣ କରିଥିବା ସରକାର ସ୍ପଷ୍ଟ କରିଛନ୍ତି । ଆଜି ୫ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଛୁଇଁଛି ।
ପୂର୍ବରୁ ଭୁବନେଶ୍ୱର ଥିଲା କରୋନାର ହଟ୍ସ୍ପଟ୍ । କିନ୍ତୁ ବାଲେଶ୍ୱର ଜିଲ୍ଲାରେ ଜଣେ ହେଲେ କରୋନା ଆକ୍ରାନ୍ତ ନଥିଲେ । ଦୁଇ ଦିନ ତଳେ ପ୍ରଥମ ଆକ୍ରାନ୍ତ ବାଲେଶ୍ୱରରୁ ଚିହ୍ନଟ ହୋଇଥିଲେ ଆଜି ଏହାର ସଂଖ୍ୟା ୮କୁ ଛୁଇଁଛି । ଗତକାଲି ବାଲେଶ୍ୱରରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ସ୍ୱାବ୍ ନମୁନା ନିଆଯାଇଥିଲା । ସେଥିରୁ ୫ଜଣଙ୍କ ନମୁନା ପଜିଟିଭ ଆସିଥିବା ଆଜି ରିପୋର୍ଟ ଆସିଛି । ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଥିବା ବେଳେ ତିନି ଜଣ ପୁରୁଷ ରହିଛନ୍ତି । ଦୁଇ ମହିଳା ଆକ୍ରାନ୍ତଙ୍କ ବୟସ ୩୪ ବର୍ଷ ହୋଇଥିବା ବେଳେ ପୁରୁଷ ଆକ୍ରାନ୍ତଙ୍କ ବୟସ ରହିଛି ଯଥାକ୍ରମେ ୩୮, ୧୨ ଓ ୨୬ ।
ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ସ୍ଥିତି ଅଧିକ ବିଗିଡିÿବାକୁ ଯାଉଥିବା ଦେଖି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକଙ୍କୁ ଭଦ୍ରକ, ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକଙ୍କୁ ବାଲେଶ୍ୱର, ପରିବାର କଲ୍ୟାଣ ନିଦେ୍ର୍ଧଶକଙ୍କୁ ଯାଜପୁର ଜିଲ୍ଲାକୁ ପଠାଇଛନ୍ତିି । ଏ ବରିÂ ଅଧିକାରୀମାନେ ସେଠାରେ ରହି ସ୍ଥିିତି ଉପରେ ତୀକ୍ଷଣ ନଜର ରଖିବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବେ । ଯାଜପୁର ଜିଲ୍ଲା ପାଇଁ ବୈଷୟିକ ସହଯୋଗ କଟକ ଏସ୍ସିବି ଯୋଗାଇବ ବୋଲି ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ସେହିଭଳି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ବୈଷୟିକ ସହଯୋଗ ଯୋଗାଇବ ଫକୀର ମୋହନ ମେଡିକାଲ କଲେଜ । ଯାଜପୁରରେ ଚିହ୍ନଟ ୫ କରୋନା ପଜିଟିଭ୍ଙ୍କୁ ଚିକିତ୍ସା କରିଥିବା ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହି ଡାକ୍ତର ଓ ନର୍ସମାନେ ସିଧାସଳଖ କରୋନା ସଂକ୍ରମିତଙ୍କ ଚିକିତ୍ସା କରିଥିବାରୁ ସେମାନଙ୍କ ପରିବାର ମଧ୍ୟ ଏବେ କ୍ୱାରେଣ୍ଟାଇନରେ ।
ଗତକାଲି ଭଦ୍ରକରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏଥିରୁ ଦୁଇ ଆକ୍ରାନ୍ତ ଙ୍କ ମଧ୍ୟରୁ ଜଣଙ୍କ ଘର ବାସୁଦେବପୁର ବ୍ଲକ ଖରିଦା ବିନାୟକପୁରରେ ହୋଇଥିବା ବେଳେ ଆଉ ଜଣଙ୍କ ଘର ମଲକ୍ ସାହି ପଦ୍ମପୁର । ଖରିଦା ଆକ୍ରାନ୍ତ ଜଣଙ୍କ କଲିକତାରୁ ଟ୍ରକରେ ଓଡ଼ିଶା ଆସିଥିଲେ । ଏହାପରେ ହୋମ କ୍ୱାରେଣ୍ଟାଇନ୍ ଓ ସରକାରୀ କ୍ୱାରେଣ୍ଟାଇନ୍ରେ ରହିଥିଲେ । ୧୯ ତାରିଖରେ ତାଙ୍କ ନମୁନା ପରୀକ୍ଷା ହେବା ପରେ ୨୦ ତାରିଖରେ ତାଙ୍କର ପଜିଟିଭ ଆସିଥିଲା । ପଦ୍ମପୁରର ଆକ୍ରାନ୍ତ କଲିକତାରୁ ୩ଜଣଙ୍କ ସହ ମିଶି ଏକ ଭଡ଼ା ଗାଡ଼ିରେ ବାସୁଦେବପୁର ଆସିଥିଲେ । ଏହାପରେ ଘରେ ଓ ସରକାରୀ କ୍ୱରେଣ୍ଟାଇନ୍କୁ ମାନି ରହିଥିଲେ । ତାଙ୍କର ନମୁନା ପଜିଟିଭ ଆସିଛି । ଉଭୟ ଆକ୍ରାନ୍ତ ଏବେ ଅଶ୍ୱିନୀ ହସ୍ପଟାଲରେ ଚିକିତ୍ସିତ ହେଉଛନ୍ତି ।
ଆଜି ସୁସ୍ଥ ହୋଇ କୋଭିଡ୍ ହସପିଟାଲରୁ ଡିସଚାର୍ଜ ହୋଇଥିବା ୫ ଆକ୍ରାନ୍ତ ହେଉଛନ୍ତି ଭୁବନେଶ୍ୱ୍ୱର, ଢେ଼ଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାର । ଏମାନଙ୍କୁ ମିଶାଇଲେ ରାଜ୍ୟରେ ୨୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟରେ ଏଯାଏ ୧୧ହଜାର ୭୪୮ଟି ନମୁନା ପରୀକ୍ଷା ହୋଇଛି ୭୯ ନମୁନା ପଜିଟିଭ ଆସିଛି । ଏଥିରୁ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୯ । ଆଜି ମୃତୁ୍ୟବରଣ କରିଥିବା ୧୯ ନମ୍ବର କରୋନା ସଂକ୍ରମିତ ଗତ କିଛି ଦିନ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ପଶ୍ଚିମବଙ୍ଗର ମେଦିନିପୁରରୁ ଆସିଥିଲେ । ତାଙ୍କର କୋଭିଡ୍ ପରୀକ୍ଷାର ରିପୋର୍ଟ ଦୁଇ ଥର ନେଗେଟିଭ ଆସିଥିଲା । ଅନ୍ୟ ରୋଗରେ ଆକା୍ରନ୍ତ ଥିବାରୁ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ପାରିନଥିଲା । ସେଫ୍ଟିକ୍ ସକ୍ ସହ ହାଇଓପିକୁ୍ୟରିଜିମ୍ ଓ ମଲ୍ଟି ଅର୍ଗାନ ଫେଲିଓର ଯୋଗୁ ତାଙ୍କର ମୃତୁ୍ୟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।
Comments are closed, but trackbacks and pingbacks are open.