୫ ପର୍ଯ୍ୟନ୍ତ ସିବିଆଇ ହାଜତରେ ଚିଦାମ୍ବରମ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିÂ କଂଗ୍ରେସ ନେତା ପି. ଚିଦାମ୍ବରମ ଆସନ୍ତା ୫ ତାରିଖ (ଗୁରୁବାର) ପର୍ଯ୍ୟନ୍ତ ସିବିଆଇ ହାଜତରେ ରହିବେ ବୋଲି ଆଜି ସୁପି୍ରମକୋର୍ଟ କହିଛନ୍ତି । ଚିଦାମ୍ବରମଙ୍କ ଅନ୍ତରୀଣ ଜାମିନ ଆବେଦନ ତଳକୋର୍ଟରେ ବିଚାରାଧୀନ ରହିଥିବାରୁ ସୁପି୍ରମକୋର୍ଟରେ ଗୁରୁବାର ପର୍ଯ୍ୟନ୍ତ ଆଉ ଆବେଦନ ଦାଖଲ ନକରିବାକୁ ବିଚାରପତି ଆର ଭାନୁମତୀ ଓ ଏ.ଏସ. ବୋପାନାଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଓକିଲଙ୍କୁ ପରାମର୍ଶ ଦେଇଛନ୍ତି । ଗୁରୁବାର ଚିଦାମ୍ବରଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ଦିନଧାର୍ଯ୍ୟ କରିଛନ୍ତି ।
ତାଙ୍କ ବିରୋଧରେ ଜାରି ଜାମିନ ବିହୀନ ଗିରଫ ପରୱାନା (ଏନ୍ବିଡବ୍ଲୁ୍ୟ) ଓ ସିବିଆଇ ହାଜତରେ ରଖିବା ଲାଗି ତଳକୋର୍ଟ ଦେଇଥିବା ନିଦେ୍ର୍ଧଶକୁ ଚାଲେଞ୍ଜ କରି ଚିଦାମ୍ବରମ କରିଥିବା ଆବେଦନ ଉପରେ ମଧ୍ୟ ଶୁଣାଣି କରାଯିବ । ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଏକ ଆବେଦନ ଦାଖଲ କରି ତଳକୋର୍ଟକୁ ସର୍ବୋଚ୍ଚ ଅଦାଲତ ଦେଇଥିବା ଆଦେଶ ପ୍ରତ୍ୟାହାର ଲାଗି ଅନୁରୋଧ କରିଥିଲେ । କହିଥିଲେ ସୋମବାର ତଳକୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଆଦେଶ ଦେବା ପରେ ତାଙ୍କ ଓକିଲ ସେହିଦିନ ପିଟିସନ ଦାଖଲ କରି ତାହା ଉପରେ ମତ ରଖିବାକୁ ଚାହିଁଥିଲେ । ଏହା ଉପରେ ତଳକୋର୍ଟ ସିବିଆଇକୁ ନୋଟିସ ଜାରି କରି ଆଜି ଅପରାହ୍ନ ୩ଟା ୩୦ ସୁଦ୍ଧା ଜବାବ ମାଗିଥିଲେ । ତଳକୋର୍ଟ ସିବିଆଇକୁ ଜବାବ ଦାଖଲ କରିବା ଲାଗି ମାତ୍ର ୨୪ ଘଣ୍ଟାରୁ କମ୍ ସମୟ ଦେଇଥିଲେ । ଏହା ଆଦୌ ଠିକ୍ ନୁହେଁ । ତା’ଛଡା ସିବିଆଇ ଆଉ ତାଙ୍କର ହାଜତ ମିଆଦ ଚାହୁଁନାହିଁ । ତେଣୁ ଆଇନ ଅନୁସାରେ କୋର୍ଟ ଆବଶ୍ୟକ ପଦକ୍ଷେପ ନେବାକୁ ସେ ନିବେଦନ କରିଥିଲେ । ଅପରପକ୍ଷରେ ମେହଟ୍ଟାଙ୍କ ଯୁକ୍ତିକୁ ଚିଦାମ୍ବରମଙ୍କ ଓକିଲ କପିଲ ସିବଲ ଓ ଅଭିଷେକ ମନୁ ସିଂଘଭି ବିରୋଧ କରିଥିଲେ । କହିଥିଲେ ଚିଦାମ୍ବରମଙ୍କୁ ଯଦି ବିଚାର ବିଭାଗୀୟ ହାଜତରେ ରଖିବାକୁ ତିହାର ଜେଲ୍କୁ ପଠାଯିବ ତେବେ ସୁପ୍ରିମକୋର୍ଟରେ ଥିବା ତାଙ୍କ ଆବେଦନ ନିରର୍ଥକ ହୋଇଯିବ । ସେମାନେ ଆଜି ତଳକୋର୍ଟରେ ଜାମିନ ପାଇଁ ଦାବି କରିନାହାନ୍ତି । ତେଣୁ ଚିଦାମ୍ବରମଙ୍କୁ ୫ ତାରିଖ ପର୍ଯ୍ୟନ୍ତ ସିବିଆଇ ହାଜତରେ ରଖାଯାଉ ।
ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପି୍ରମକୋର୍ଟ ଚିଦାମ୍ବରମଙ୍କ ଅନ୍ତୀରଣ ଜାମିନ ଆବେଦନର ଶୁଣାଣି ୫ ତାରିଖକୁ ଧାର୍ଯ୍ୟ କରିବା ଲାଗି ତଳକୋର୍ଟକୁ କହିଛନ୍ତି । ଏଥିସହିତ ଚିଦାମ୍ବରମଙ୍କ ସିବିଆଇ ହାଜତ ମିଆଦ ମଧ୍ୟ ୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଦେଶ ଦେଇଛନ୍ତି । ଆଇଏନଏକ୍ସ ମିଡିଆ ଦୁର୍ନୀତି ପ୍ରସଙ୍ଗରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ହାଇକୋର୍ଟ ଅଗଷ୍ଟ ୨୦ରେ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିବାକୁ ଚାଲେଞ୍ଜ କରି ଚିଦାମ୍ବରମ ସୁପି୍ରମକୋର୍ଟରେ ଦାଖଲ କରିଥିବା ଅନ୍ୟ ଏକ ପିଟିସନ ଉପରେ ମଧ୍ୟ ସର୍ବୋଚ୍ଚ ଅଦାଲତ ସେହିଦିନ ଶୁଣାଣି କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ ୨୦୦୭ରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲା ବେଳେ ଆଇଏନ୍ଏକ୍ସ ମିଡିଆକୁ ବିଦେଶରୁ ୩୦୫ କୋଟି ଟଙ୍କା ପାଇବା ଲାଗି ଆଇନ ଉଲ୍ଲଂଘନ କରି ଏଫଆଇପିବି (ବିଦେଶୀ ନିବେଶ ପୋ୍ରତ୍ସାହନ ବୋର୍ଡ)ଅନୁମତି ଦେଇଥିଲେ । ପ୍ରତିବଦଳରେ ଆର୍ଥିକ ଫାଇଦା ପାଇଥିଲେ ବୋଲି ସିବିଆଇ ଅଭିଯୋଗ କରିଛି । ୨୦୧୭ ମେ ୧୫ରେ ସିବିଆଇ ଏହା ଉପରେ ଏଫଆଇଆର ରୁଜୁ କରିଥିଲା । ସେହିବର୍ଷ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ମଧ୍ୟ ଚିଦାମ୍ବରମଙ୍କ ନାମରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons