୫ ବନ୍ଧୁକ, ୫୦ ଗୁଳି ସହ କାର୍ ଜବତ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ଦଶହରା ବଜାରରେ ଅପରାଧ ପାଇଁ କଟକକୁ ଯୋଗାଣ ହେଉଛି ଗୁଳି ଓ ବନ୍ଧୁକ । ପଡେ଼ାଶୀ ରାଜ୍ୟ ବିହାରର ମୁଙ୍ଗେର ଜିଲ୍ଲାରୁ ଆସୁଛି ଦେଶୀ ପିସ୍ତଲ ଓ ଗୁଳି । ବନ୍ଧୁକ ଯୋଗାଣ କରୁଥିବା ଉପକୂଳର ଏକ ବଡ଼ ଗ୍ୟାଙ୍ଗ କଟକ କମିସନରେଟ୍ ପୁଲିସ୍ ହାତରେ ଧରାପଡିଛି । ଅଭିଯୁକ୍ତମାନଙ୍କ ପାଖରୁ ଚାଉଳିଆଗଞ୍ଜ ଥାନା ପୁଲିସ୍ ୫ଟି ୯ ଏମ୍ଏମ୍ ମଡେଲ୍ର ଦେଶୀ ପିସ୍ତଲ/ବନ୍ଧୁକ, ୫୦ଟି ଅଫୁଟା ଗୁଳି, ଏକ ହୋଣ୍ଡାଇ ଆଇ-୨୦ କାର ସହ ୭ଟି ମୋବାଇଲ୍ ଫୋନ୍ ଜବତ କରିଛି । ବନ୍ଧୁକ ଚାଲାଣ ର୍ୟାକେଟର ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ତିତିରା ଗ୍ରାମର ସୁଧୀର ସ୍ୱାଇଁ (୪୫), କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ବଡ଼ପଡ଼ିଆ ଗ୍ରାମର ସମ୍ବିତ୍ ନାୟକ(୨୫), ପୁରୀ ଡେଲାଙ୍ଗା ଥାନା ହରିରାଜପୁର ଅଞ୍ଚଳର ମୁନା ଓରଫ ମନୋଜ ବେହେରା(୩୦) ଓ ଦିଲୁ ଓରଫ ବଣି ଓରଫ ପ୍ରଭାକର ବେହେରା(୩୨) ।
ପୁଲିସ୍ ସୂତ୍ରରୁ ପ୍ରକାଶ, ଆଗକୁ ଦଶହରା । ପୂଜା ପାଇଁ ବଜାର ସରଗରମ ନଥିଲେ ମଧ୍ୟ ଅପରାଧୀମାନେ ଏବେ ସେମାନଙ୍କ ବେପାର ଲକ୍ଷ୍ୟରେ ଅଛନ୍ତି । ବ୍ୟବସାୟୀ, ଠିକାଦାର, ଜମି ବେପାରୀ ଆଦିଙ୍କ ପାଖରୁ ବନ୍ଧୁକ ମୁନରେ ବଟି ଆଦାୟ କରିବାଠାରୁ ଆରମ୍ଭ କରି ଡକାୟତି ଏବଂ ରାହାଜାନୀ ଆଦି କାଣ୍ଡ ଘଟଇବା ପାଇଁ ବିଭିନ୍ନ ଅପରାଧିକ ଗୋÂୀ ଯୋଜନା ରଖିଥିବା ପୁଲିସ୍ ଜାଣିବାକୁ ପାଇଛି । ପୂଜା ପୂର୍ବରୁ କଟକ ସହର ଏବଂ ଏହାର ଉପକଣ୍ଠ ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ଅପରାଧୀ ଗୋÂୀଙ୍କ ପାଖରେ ଧାର୍ଯ୍ୟ ଦର ମୁତାବକ ବନ୍ଧୁକ ପହଞ୍ଚାଇବାରେ ନିୟୋଜିତ ଥିବା ଜଗତସିଂହପୁର ବାଲିକୁଦା ଥାନା ଅଞ୍ଚଳର ଦୁର୍ଦ୍ଧାନ୍ତ ସୁଧୀର ଓ ତାର ସହଯୋଗୀମାନଙ୍କ ସମ୍ପର୍କରେ ପୁଲିସ୍ ସୁରାକ ପାଇଥିଲା । ଉକ୍ତ ବେଆଇନ୍ ବନ୍ଧୁକ ଯୋଗାଣକାରୀ ର୍ୟାକେଟ୍କୁ ପିଛା କରୁଥିବା ଚାଉଳିଆଗଞ୍ଜ ସଫଳତା ପାଇଛି । ଏକ କାର୍ (ଓଡ଼ି ୦୫ ବିଏଚ୍ ୪୨୫୫)କୁ ପୁଲିସ୍ ଅଟକାଇ ଯାଞ୍ଚ କରିବା ମଧ୍ୟରେ ଗାଡ଼ି ଭିତରେ ବସିଥିବା ଦୁର୍ଦ୍ଧାନ୍ତ ସୁଧିର ଓ ତା ସହଯୋଗୀମାନଙ୍କଠାରୁ ୫ଟି ବନ୍ଧୁକ ଓ ୫୦ଟୁି ଅଫୁଟା ଗୁଳି ମିଳିଥିଲା । ଅଭିଯୁକ୍ତମାନଙ୍କୁ ପୁଲିସ୍ ଜେରା କରିବା ସମୟରେ ସେମାନଙ୍କଠାରୁ ବନ୍ଧୁକ କାରବାର ସମ୍ପର୍କରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି । ଅଭିଯୁକ୍ତ ସୁଧୀର ଜଣେ ପେସାଦାର ଅପରାଧୀ ବୋଲି ପୁଲିସ୍ କହିଛି । ସେ ଟେଣ୍ଡର ଫିକ୍ସିଂ କରିବାଠାରୁ ଆରମ୍ଭ କରି କନ୍ଦରପୁର ଥାନା ନିମେଇସାପୁର ଅଞ୍ଚଳର ଗ୍ୟାଙ୍ଗଷ୍ଟର ତପୁ ସହ ମିଶି ବହୁ ଅପରାଧ କାଣ୍ଡ ଘଟାଇଛି । ଡକାୟତି, ରାହାଜାନୀ, ବଟି ଆଦାୟ ଆଦି ବହୁ ଅପରାଧରେ ମଧ୍ୟ ସେ ଜଡ଼ିତ ରହିଛି । ଏବେ ସେ ବନ୍ଧୁକ କାରବାରରେ ସମ୍ପୃକ୍ତି ରହିଥିବା ପୁଲିସ୍ କହିଛି । ତା’ ବିରୋଧରେ କଟକ ସହରର ବିଭିନ୍ନ ଥାନାରେ ବହୁ ମାମଲା ରହିଛି । ମଧୁପାଟଣା ଥାନା, କ୍ୟାଣ୍ଟନମେଣ୍ଟ, ଚାଉଳିଆଗଞ୍ଜ, ମଙ୍ଗଳାବାଗ, ଚୌଦ୍ୱାର, ଚାଉଳିଆଗଞ୍ଜ ଆଦି ଥାନା ସମେତ ଜଗତସିଂହପୁର ଜିଲ୍ଲା ବାଲିକୁଦା ଆଦି ଏକାଧିକ ଥାନାରେ ବହୁ ଅପରାଧିକ ମାମଲା ଥିବା ସୂଚନା ମିଳିଛି । ସେହିପର ଅନ୍ୟତମ ଅଭିଯୁକ୍ତ ମନୋଜ ବେହେରା ଓ ପ୍ରଭାକର ବେହେରା ବିରୋଧରେ ଜଟଣୀ, ଡେଲାଙ୍ଗ ଆଦି ଏକାଧିକ ଥାନାରେ ବହୁ ମାମଲା ଥିବା ପୁଲିସ୍ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons