ସୋର : ଦିନ ଦ୍ବିପହରେ ଗହଣା ବ୍ୟବସାୟୀଙ୍କ ଠାରୁ ୫ ଲକ୍ଷ ଟଙ୍କା ସୁନା-ରୂପା ଗହଣା ଲୁଟ । ବାଲେଶ୍ବର ଜିଲ୍ଲା ସୋର ଥାନା ରୁଷୋ ଗାଁର ଘଟଣା । ଗହଣା ବ୍ୟବସାୟୀ ସୁଦର୍ଶନ ରଣା ଅଳଙ୍କାର ନେଇ ଯାଉଥିବା ସମୟରେ ବାଘଆମ୍ପୁଡା ଯୋଗିନୀ ଛକରେ ୬ ଜଣ ଡକାୟତ ଦୁଇଟି ବାଇକରେ ଆସି ସୁଦର୍ଶନଙ୍କ ଗାଡିକୁ ଧକ୍କା ଦେଇଥିଲେ ।
ସୁଦର୍ଶନ ତଳେ ପଡିଯିବା ପରେ ତାଙ୍କୁ ଭୁଜାଲି ଦେଖାଇ ତାଙ୍କଠାରୁ ୮୦ ଗ୍ରାମ ସୁନା ଅଳଙ୍କାର, ୪ କେଜି ରୂପା ଅଳଙ୍କାର, ୧୩ ହଜାର ଟଙ୍କା, ଦୁଇଟି ମୋବାଇଲ ଲୁଟି ନେଇଥିଲେ । ଏନେଇ ସୁଦର୍ଶନ ସୋର ଥାନାରେ ଅଭିଯୋଗ କରିଵା ପରେ ସୋର ପୋଲିସ ଛାନଭିନ ଆରମ୍ଭ କରିଛି ।


Comments are closed, but trackbacks and pingbacks are open.