୬୬ତମ ସର୍ବଭାରତୀୟ ସମବାୟ ସପ୍ତାହ:୪ ବର୍ଷରେ ୧୦ ଲକ୍ଷ ଟନ୍ ଛୁଇଁବ ମାଛ ଉପôାଦନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗତ ୫ ବର୍ଷ ଭିତରେ ରାଜ୍ୟର ମାଛ ଉପôାଦନ ୭.୬ ଲକ୍ଷ ଟନ୍ରେ ପହଞ୍ଚିଛି । ଆସନ୍ତା ୪ ବର୍ଷ ମଧ୍ୟରେ ଏହା ୧୦ ଲକ୍ଷ ଟନ୍ ଛୁଇଁବ । ରାଜ୍ୟ ସରକାର ଆଜି ଏମିତି ସୂଚନା ଦେଇଛନ୍ତି ।
ଓଡ଼ିଶା ରାଜ୍ୟ ମତ୍ସ୍ୟ ସମବାୟ ନିଗମ (ଫିସ୍ଫେଡ୍) ଓ ଫିସ୍କୋଫେଡ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘୬୬ତମ ସର୍ବଭାରତୀୟ ସମବାୟ ସପ୍ତାହ’ ଉତ୍ସବ ଓ ‘ସମବାୟ ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ବିକାଶ’ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି, ୨୦୦୦-୦୧ ବେଳକୁ ରାଜ୍ୟରୁ ବାର୍ଷିକ ୨.୫ ଲକ୍ଷ ଟନ୍ ମାଛ ଉପôାଦନ ହେଉଥିଲା । କିନ୍ତୁ ୨୦୧୪-୧୫ରେ ଏହା ବୃଦ୍ଧି ଘଟି ୪.୭ ଲକ୍ଷ ଟନ୍ରେ ପହଞ୍ଚିଥିଲା । ଏହାପରଠାରୁ ୫ ବର୍ଷ ମଧ୍ୟରେ ମାଛ ଉପôାଦନ ୬୦ଧରୁ ଅଧିକ ବଢ଼ି ଏବେ ୭.୬ ଲକ୍ଷ ଟନ୍ରେ ପହଞ୍ଚିଛି ।
ରାଜ୍ୟ ସରକାର ମତ୍ସ୍ୟଚାଷକୁ ପ୍ରୋତ୍ସାହିତ କରିବାକୁ ଅନେକ ଯୋଜନା ହାତେଇଛନ୍ତି । ଏହି ନୀଳ ବିପ୍ଳବକୁ ସାକାର କରିବାକୁ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ଅଧିକ କ୍ରିୟାଶୀଳ ହେବାକୁ ପଡ଼ିବ ବୋଲି ଡ. ସାହୁ ଆହ୍ୱାନ ଦେଇଛନ୍ତି । ସୂଚନା ଥାଉକି, ଏବେ ରାଜ୍ୟରେ ୧,୧୭୦ଟି ମତ୍ସ୍ୟ ସମବାୟ ସମିତି ଥିବା ବେଳେ ସେଥିମଧ୍ୟରୁ କେବଳ ୭୩୨ଟି ସକ୍ରିୟ ଅଛନ୍ତି ।
ଏ ଅବସରରେ କୃଷି ଓ ପ୍ରାଣୀସମ୍ପଦ ବିକାଶ ସଚିବ ଆର୍ ରଘୁପ୍ରସାଦ କହିଛନ୍ତି, ରାଜ୍ୟରୁ ଉପôାଦିତ ମାଛ ମଧ୍ୟରୁ ୫ ଲକ୍ଷ ଟନ୍ ମଧୁର ଜଳ ମାଛ ହୋଇଥିବା ବେଳେ ୧.୬ ଲକ୍ଷ ଟନ୍ ସାମୁଦ୍ରିକ ମତ୍ସ୍ୟ ରହିଛି । ମଧୁର ଜଳ ମାଛ ଉପôାଦନରେ ଏବେ ଓଡ଼ିଶା ଦେଶର ପଞ୍ଚମ ବୃହତ ରାଜ୍ୟ । ଆଗାମୀ ୪ ବର୍ଷ ମଧ୍ୟରେ ଓଡ଼ିଶାର ମୋଟ ମାଛ ଉପôାଦନକୁ ୧୦ ଲକ୍ଷ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ସେଥିରେ ମଧୁର ଜଳ ମାଛ ଏକାକୀ ୭ ଲକ୍ଷ ଟନ୍ ଅଂଶୀଦାର ରହିବ ବୋଲି ଶ୍ରୀ ରଘୁପ୍ରସାଦ କହିଛନ୍ତି ।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହ ଜଡ଼ିତ ବର୍ଗଙ୍କ ବିକାଶରେ ସମବାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟରେ ସୂଦୀର୍ଘ ଉପକୂଳ ରହିଥିବାରୁ ଗଭୀର ଜଳ ସାମୁଦ୍ରିକ ମାଛ ଉପôାଦନ ବୃଦ୍ଧିର ସୁଯୋଗ ରହିଛି । ସମବାୟ ଜରିଆରେ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିପାରିବ ବୋଲି ମଧ୍ୟ ଶ୍ରୀ ସ୍ୱାଇଁ କହିଛନ୍ତି ।
ଏ ଅବସରରେ ଫିସ୍ଫେଡ୍ କନ୍ୟାରତ୍ନ ଯୋଜନା ଅଧୀନରେ ମତ୍ସ୍ୟଜୀବୀ ପରିବାରର ୩୦ ଜଣ କୃତୀ ଛାତ୍ରୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୯ଟି ସମବାୟ ସମିତିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଫିସ୍ଫେଡ୍ ତଥା ଫିସ୍କୋଫେଡ୍ର ସଭାପତି ଟି ପ୍ରସାଦ ରାଓ ଦୋରା, ଫିସ୍କୋଫେଡ୍ର ପରିଚାଳନା ନିଦେ୍ର୍ଧଶକ ବିମଳ କୁମାର ମିଶ୍ର, ଜାତୀୟ ସମବାୟ ମହାସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍ ସତ୍ୟନାରାୟଣ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons