୬୬ ଜଣ ପୋଲିସ, ଅଗ୍ନିଶମ, ଓ ଜେଲ କର୍ମଚାରୀଙ୍କୁ ମିଳିଲା ପୋଲିସ ଓ ରାଜ୍ୟପାଳ ପଦକ

Get real time updates directly on you device, subscribe now.

ଭୁବନେଶ୍ୱର : ୬୬ ଜଣ ପୋଲିସ, ଅଗ୍ନିଶମ, ଓ ଜେଲ କର୍ମଚାରୀଙ୍କୁ ମିଳିଲା ପୋଲିସ ଓ ରାଜ୍ୟପାଳ ପଦକ। ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା ଭବନ ସମ୍ମିଳନୀ ପରିସରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ଉତ୍ସବ ରେ ଏହି ପଦକ ପ୍ରଦାନ କରାଯାଇଛି।।
ଚାକିରି କ୍ଷେତ୍ରରେ ସାହାସିକତା, ଉଲେଖନୀୟ, ପ୍ରଶଂସନୀୟ, ସଂସ୍କାରମୁଳକ କାମ କରିଥିବା ​ପୋଲିସ, ଅଗ୍ନିଶମ, ଜେଲ ଅଧିକାରୀଙ୍କୁ ମିଳିଲା ପୋଲିସ ଓ ରାଜ୍ୟପାଳ ପଦକ। ଭୁବନେଶ୍ବର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟାଜିତ ରାଜ୍ୟ ସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ରାଜ୍ୟ ୫୦ ଜଣ ପୋଲିସ,ଅଧିକାରୀ ୧୦ ଜଣ ଅଗ୍ନିଶମ ଓ ୬ ଜଣ ଜେଲ କର୍ମଚାରୀଙ୍କୁ ପଦକ ପ୍ରଦାନ କରିଛନ୍ତି ରାଜ୍ୟପାଳ। ଦୁର୍ଗମ ଅ୍ଞ୍ଚଳରେ ମାଓବାଦୀଙ୍କ ସହ ମୁକାବିଲା କରିବା ହେଉ ଅବା ଅପରାଧୀ ଦମନ, ଆଇନ ଶୃଖଂଳା କ୍ଷେତ୍ରରେ ଉଳେଖନୀୟନୀୟ କାମ କରିଥିବା ପୋଲିସ କର୍ମଚାରୀ ମାନଙ୍କୁ ପଦକ ପ୍ରଦାନ କରାଯାଇଛି। ପୋଲିସ ବିଭାଗର ୨୩ ଜଣ ପୋଲିସ ଅଧୀକାରୀଙ୍କୁ ସାହାସିକତା, ଓ ଉଲେଖନୀୟ କାମ କରିଥିବା ଭୁବନେଶ୍ବରରେ କମିଶନରେଟରେ କାଯ୍ୟରତ ଅତିରିକ୍ତ ଡିଏସପି ପ୍ରମୋଦ ପଣ୍ଡା, ଓ ଭିଜିଲାନ୍ସ ନିଦେଁଶାଳୟରେ କାର୍ୟ୍ୟରତ ଭିଜିଲାନ୍ସ ଏଏସଆଇ ଶିବ ନାରାୟଣ ରଥଙ୍କୁ ଉଲ୍ଲେଖନୀୟ କାମ ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ ପ୍ରଦାନ କରାଯାଇଛି। ​ ପଦକ ଆଗାମି ଦିନରେ ଉତ୍ସାହ ଓ ପ୍ରେରଣା ଯୋଗାଇ ଦେବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ।
୫୦ ଜଣ ପୋଲିସ ଅଧିକାରୀ ୧୦ ଜଣ ଅଗ୍ନିଶମ ଓ ୬ ଜଣ ଜେଲ କର୍ମଚାରୀଙ୍ଗ ପଦକ ପ୍ରଦାନ କରାଯାଇଛି ଅତିରିକ୍ତ ଡିଜି ବିନୟ ତୋଶ ମିଶ୍ର, ଆଇଜି ରେଖା ଲୋହାନୀ, ପୁରୀ ଏସପି ଉମାଶଙ୍କର ଦାସଙ୍କସମେତ ୧୪ ଜଣ ପୋଲିସ ଅଧୀକାରୀଙ୍କୁ ରାଜ୍ୟପାଳ ପଦକ ପ୍ରଦାନ କରାଯାଇଥିଲା। ସେପଟେ ଲିଡିଙ୍ଗ ଫାୟାର ମ୍ୟାନ ଭରତ ଭୁଷଣ ନାଏକଙ୍କୁ ଉଲେଖନୀୟ କାମ ପାଇଁ ରାଷ୍ଟ୍ରପତି ଅଗ୍ନିଶମ ​‌ ମେଡାଲ ପ୍ରଦାନ କରାଯାଇଛି। ୯ ଜଣ ଆଗ୍ମିକ ଓ ସିଭିଲ ଡିଫେନ୍ସ, ପ୍ଲାଟୁନ କମାଣ୍ଡର ଓ ମହିଳା ହୋମ ଗାର୍ଡଙ୍କୁ ପ୍ରଶଂସନୀୟ କାମ ପାଇଁ ପଦକ ପ୍ରଦାନ କରାଯାଇଛି। ଏହି ପଦକ ଆଗାମୀ ଦିନ​‌ଭଲ କାମ କରିବା ସହ ପ୍ରେରଣା ଯୋଗାଇବା ବୋଲି କହିଛନ୍ତି ପଦକ ପାଇଥିବା ଅଧିକାରୀ ଓ କର୍ମଚାରୀ।
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉତ୍ସାହ ଓ ପ୍ରେରଣା ପାଇଁ ଆଗକୁ ଭଲ ମଣିଷ ହେବା ସହ ସେବା ଚାକିରି କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ଯୋଗାଇ ବାରେ ବେଶ ସହାୟକ ହୋଇଥାଏ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons