୬ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ରାସ୍ତା ଅବରୋଧ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆଠାରେ ଜଣେ କରୋନା ସଂକ୍ରମିତଙ୍କ ଶବ ସକ୍ରାର ଘଟଣାକୁ ନେଇ ଉତ୍ତେଜନା । ପ୍ରଶାସନ ଅସ୍ଥୟୀ ଭାବେ ନିର୍ଦ୍ଧାରଣ କରିଥିବା ଜାଗାରେ ଶବଦାହ କରିବାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ । ଶବ ନେଇ ଆସିଥିବା ଆମ୍ବୁଲାନ୍ସକୁ ୬ ଘଣ୍ଟା ଅଟକାଇଥିଲେ । ସେଠାରେ ଶବ ସକ୍ରାର କରିବାକୁ ଅନୁମତି ଦେଇ ନଥିଲେ ଅଞ୍ଚଳବାସୀ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶବ ଦାହ କରି ନପାରି ଅଡୁଆରେ ପଡିଥିଲେ ମୃତକଙ୍କ ପରିବାର । ଖବର ପାଇ ଫିରିଙ୍ଗିଆ ତହସିଲଦାର ପୁନମ ରାଉତ ଏବଂ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ସ୍ଥାନୀୟ ଲୋକ ଯୁକ୍ତି କରିଥିଲେ ଯେ ଶବଦାହ କରିବାକୁ ଚିହ୍ନଟ ରାସ୍ତାରେ ସାଧାରଣ ଲୋକ ସବୁବଳେ ଯାତାୟାତ କରୁଥିବାରୁ ସେଠାରେ କୋଭିଡ ରୋଗୀର ଶବକୁ ସକ୍ରାରବା ଉଚିତ ନୁହେଁ । ପ୍ରବଳ ବିରୋଧ ଯୋଗୁଁ ପ୍ରଶାସନ ଓ ପୁଲିସ ଉଦ୍ୟମରେ ଅନ୍ୟ ଏକ ନିରୋଳା ସ୍ଥାନରେ ଶବ ସକ୍ରାର ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଗତକାଲି ଫୁଲବାଣୀ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଫିରିଙ୍ଗିଆ ଅଞ୍ଚଳର ଭାଗବତ ବେହେରା(୬୫)ଙ୍କ ମୃତୁ୍ୟ ହୋଇଥିଲା । କୋଭିଡ ହସପିଟାଲ କର୍ତ୍ତୃପକ୍ଷ ଆଜି ଭୋରରେ ଏକ ଆମ୍ବୁଲାନ୍ସରେ ଶବକୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ପ୍ରଶାସନ ସ୍ଥିର କରିଥିବା ଶ୍ମଶାନରେ ଶବ ଦାହ କରିବାକୁ କହିଥିଲେ । ଏହା ଜାଣିବାରେ ଆଖପାଖରେ ଥିବା ମଝିପଡା, ଫିରିଙ୍ଗିଆ, ଉପରପଡା, ନାହାନାଗାଁ, ଘାଟିସାହି ଆଦି ଅଞ୍ଚଳର ଲୋକମାନେ ସେଠାରେ କରୋନା ରୋଗୀଙ୍କ ଶବ ଦାହ କରିବାକୁ ବିରୋଧ କରିଥିଲେ । ପ୍ରଶାସନ ନିଷ୍ପତ୍ତିକୁ ବିରୋଧ କରି ମଝିପଡ଼ା ଘାଟି ନିକଟ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲୋ । ଫଳରେ କାଶୀନିପଦର ଓ ଫିରିଙ୍ଗିଆ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା । ଖବର ପାଇ ଫିରିଙ୍ଗିଆ ତହସିଲଦାର ପୁନମ ରାଉତ ଏବଂ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ପୁଲିସ ଫୋର୍ସ ସହ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ସ୍ଥାନୀୟ ଲୋକ ସେମାନଙ୍କ ଦାବିରେ ଅଟଳ ରହିଥିଲେ । ଫଳରେ ପ୍ରଶାସନ ବାଧ୍ୟ ହୋଇ ମଝିପଡ଼ା ଘାଟି ନିକଟରେ ଥିବା ଏକ ନିଛାଟିଆ ଜାଗାରେ ଶବ ସକ୍ରାର କରାଯାଇଥିଲା । ମୃତ ଭାଗବତ ବେହରୋ ଫିରିଙ୍ଗିଆ ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ । ତାଙ୍କ ମୃତୁ୍ୟରେ ଗଭୀର ଶୋକ ପ୍ରକାଶ କରି ଆଜି ଫିରିଙ୍ଗିଆର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons