
ନବରଙ୍ଗପୁର, (ଗଗନ ଗନ୍ତାୟତଙ୍କ ରିପୋର୍ଟ): ୬ଘଣ୍ଟା ପରେ ଶବକୁ ମିଳିଲା ଜାଗା ।ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ନବରଙ୍ଗପୁର ସହରର ଏକ ମଶାଣିରେ । ସକାଳ ୬ଟାରେ ବିଶାଖାପଟଣାରୁ ଏକ ଆମ୍ବୁଲାନ୍ସ ଯୋଗେ ଏକ ଶବ ମଶାଣିରେ ପହିଂଚିଥିଲା । କିନ୍ତୁ ସାହି ବାସିନ୍ଦା ସନେ୍ଦହ କରି ମଶାଣିରେ ଶବକୁ ଦାହ କରିବାକୁ ଦେଇ ନଥିଲେ । ଏହାକୁ ନେଇ ମଶାଣି ନିକଟରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ପରେ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତ ପହଂଚି ଶବ ଦାହ ପାଇଁ ସହରରୁ ୨ କି.ମି ଦୂରରେ ଏକ ସ୍ଥାନ ଚିହ୍ନଟ କରିଦେବା ପରେ ୬ଘଣ୍ଟା ପରେ ଶବ ଦାହ କରାଯାଇଥିଲା ।
Comments are closed, but trackbacks and pingbacks are open.