୬ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହମତି ଭିତ୍ତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୬ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି । କିଛି ରାଜ୍ୟପାଳଙ୍କୁ ବଦଳି କରାଯାଇଥିଲା ବେଳେ ଆଉ କିଛି ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ମିଳିଛି । ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ନିଯୁକ୍ତ କରାଯାଇଛି ।
ଉତ୍ତର ପ୍ରଦେଶର ରାଜ୍ୟପାଳ ଥିବା ରାମ ନାଏକଙ୍କୁ ହଟାଇ ଦିଆଯାଇଛି । ୨୦୧୮ ଜାନୁଆରୀ ୧୯ରେ ଆନନ୍ଦିବେନ୍ଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ନିଯୁକ୍ତ କରାଯାଇଥିଲା । ଓମ୍ ପ୍ରକାଶ କୋହଲିଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ଲାଲଜୀ ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ କରାଯାଇଛି । ସେ ବିହାର ରାଜ୍ୟପାଳ ଥିଲେ । ସେପଟେ ବିହାରର ନୂଆ ରାଜ୍ୟପାଳ ଭାବେ ୟୁପିର ପୂର୍ବତନ ମନ୍ତ୍ରୀ ଫଗୁ ଚୌହାନଙ୍କୁ ନିଯୁକ୍ତି ମିଳିଛି । ଗତ ଫେବ୍ରୁଆରୀରେ ତାଙ୍କୁ ୟୁପିର ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ କରାଯାଇଥିଲା । କେଶରୀ ନାଥ ତ୍ରିପାଠୀଙ୍କୁ ହଟାଇ ତାଙ୍କ ସ୍ଥାନରେ ଜଗଦୀପ ଧନଖରଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ କରାଯାଇଥିଲା ବେଳେ ବିଜେପିର ପୂର୍ବତନ ସାଂସଦ ରମେଶ ବୈଶଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ୨୦୧୯ ଲୋକସଭା ନିର୍ବାଚନ ବେଳେ ବୈଶଙ୍କ ଟିକେଟ କାଟି ଦିଆଯାଇଥିଲା । ଏହା ସତ୍ତେ୍ୱ ମଧ୍ୟ ସେ ଦଳ ପାଇଁ ପ୍ରଚାର କରିଥିଲେ । ପୂର୍ବତନ ନାଗା ଇଣ୍ଟରଲୋକୁଟର ଆର.ଏନ୍ ରବିଙ୍କୁ ନାଗାଲାଣ୍ଡ ରାଜ୍ୟପାଳ କରାଯାଇଛି । ପୂର୍ବରୁ ତାଙ୍କୁ ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନ୍ଏସ୍ଏ)ଅଜିତ ଡୋଭାଲଙ୍କ ସହଯୋଗୀ ଭାବେ ଉପ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା । ସେ ୧୯୭୬ ବ୍ୟାଚ୍ର ଆଇପିଏସ୍ ଅଫିସର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons