୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ:ଜଣେ ଗିରଫ

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ୍): ମାଛକୁଣ୍ଡ ଥାନା ଅଞ୍ଚଳରୁ ରାଉରକେଲା ଚାଲାଣ ବେଳେ ପୁଲିସ୍ ହାତରେ %ରାପଡିଛି ୧ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ । ଏହି କାରବାରରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ରାଉରକେଲା ଭବାନୀପୁର ଗାଁର ମହମ୍ମଦ ଅଲ୍ଲୀ ହୁସେନ୍ ଖାନ୍ । ଗଞ୍ଜେଇ ଚାଲାଣରେ ବ୍ୟବହୃତ କାର୍କୁ ପୁଲିସ୍ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ପ୍ରତି ରବିବାର ମାଛକୁଣ୍ଡ ଡୁଡୁମା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ସୁରକ୍ଷାକୁ ଦୃଷ୍ଟିରେ ରଖି ମାଛକୁଣ୍ଡ ଥାନା ପକ୍ଷରୁ ଆଜି ସକାଳେ ଗାଡି ମୋଟର ଯାଞ୍ଚ କରାଯାଉଥିଲା । ଏହି ସମୟରେ ଏକ କାର୍(ଓଆର୍-୦୨ଏପି-୯୭୭୯) ଦ୍ରୁତଗତିରେ ଆସୁଥିବା ଦେଖି ପୁଲିସ୍ ଅଟକାଇଥିଲା । କିନ୍ତୁ ଗାଡିଟି ଦ୍ରୁତଗତିରେ ଚାଲିଯାଉଥିବା ଦେଖି ପୁଲିସ୍ କାର୍କୁ ପିଛା କରିଥିଲା । ମାଳିସାହି ପେଟ୍ରୋଲ ପମ୍ପ ନିକଟରେ ଗାଡିକୁ ଅଟକାଇବାରେ ସଫଳ ହୋଇଥିଲା । ଯାଞ୍ଚ ବେଳେ ଗାଡିରେ ଗଞ୍ଜେଇ ଥିବା ଜଣାପଡିଥିଲା । ପୁଲିସ୍ କାର୍ରେ ଥିବା ଗଞ୍ଜେଇ ଜବତ କରିବା ସହ ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖିଥିଲା । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିରେ ମୋଟ ୧ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ରହିଥିଲା । ପଚରାଉଚରା ବେଳେ ଏହି ଗଞ୍ଜେଇ ମାଛକୁଣ୍ଡ ଥାନା ଗୋଡିÿହଞ୍ଜର ପଞ୍ଚାୟତ ବାଙ୍ଗୁରପଡା ଗାଁରୁ ଜଣେ ବ୍ୟବସାୟୀଙ୍କଠାରୁ ନେଇ ରାଉରକେଲା ଚାଲାଣ କରୁଥିବା ଅଭିଯୁକ୍ତ ପୁଲିସ୍ ନିକଟରେ ସ୍ୱୀକାର କରିଥିଲା । ଏହି ଗଞ୍ଜେଇ କାରବାରରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି, ତାହାର ତଦନ୍ତ ଚାଲିଥିବା ପୁଲିସ କହିଛି । ଏ ସମ୍ପର୍କରେ ମାଛକୁଣ୍ଡ ଥାନାରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଥାନା ଅ%ିକାରୀ ପ୍ରଫୁଲ୍ଲ ଲାକ୍ରା କହିଛନ୍ତି । ଏହି ଚଢଉରେ ଥାନା ଅ%ିକାରୀ ଶ୍ରୀ ଲାକ୍ରାଙ୍କ ସମେତ ସେକେଣ୍ଡ ଅଫିସର ସୁଭ୍ରାନ୍ତ ପଣ୍ଡା, ଲମତାପୁଟ ଫାଣ୍ଡି ଅ%ିକାରୀ ମନୁଆ ବିଡିକାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons