ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରେଳ ବଜେଟରେ ଓଡ଼ିଶାକୁ ଅତିକମ୍ରେ ୬ ହଜାର କୋଟି ଟଙ୍କା ଆଶା କରିଥିଲୁ । ମାତ୍ର ବଜେଟରେ ରାଜ୍ୟକୁ କମ୍ ପାଣ୍ଠି ବରାଦ ହୋଇଛି । ରେଳ ବଜେଟ୍ ନେଇ ଏ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ବଜେଟରେ ରେଳବାଇ ଯେତିକି ପାଣ୍ଠି ବରାଦ କରୁଛି ତାକୁ ଆର୍ଥିକ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରୁନି । ତେଣୁ ବରାଦ ପାଣ୍ଠି ଲାଭ ଓଡ଼ିଶା ପାଇପାରୁନି । ରାଜ୍ୟ ସରକାର ବହୁ ପ୍ରକଳ୍ପ ପାଇଁ ଜମି ମାଗଣା ଓ କିଛି ପ୍ରକଳ୍ପ ମୂଲ୍ୟର ଅଧା ପାଣ୍ଠି ମଧ୍ୟ ଦେଉଛନ୍ତି । ମାତ୍ର ରେଳବାଇ ବଜେଟ୍ ପାଣ୍ଠି ଖର୍ଚ୍ଚ କରିବାରେ ଫେଲ୍ ମାରୁଛି । ନୂଆ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଯେତିକି ଅଗ୍ରାଧିକାର ଦେଇ ସମ୍ପୂର୍ଣ୍ଣ କରିବା କଥା କରାଯାଉନି । ଏ ଦିଗକୁ ଧ୍ୟାନ ଦେଇ ରେଳବାଇ ଓଡ଼ିଶାର ପ୍ରକଳ୍ପଗୁଡ଼ିକୁ ଫୋକସ୍ କରିବା ସହ ବଜେଟ ପାଣ୍ଠି ଯେପରି ଧାର୍ଯ୍ୟ ସମୟରେ ଖର୍ଚ୍ଚ ହେବ ସେଥିପ୍ରତି ଯତ୍ନବାନ ହେବାକୁ ମତ ରଖିଛନ୍ତି ।
Comments are closed, but trackbacks and pingbacks are open.