୭୫ କିଲୋ ଗଞ୍ଜେଇ ଜବତ: ମହିଳା ଗିରଫ

Get real time updates directly on you device, subscribe now.

ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଲକ୍ଡାଉନ୍ ପାଇଁ ସବୁ ବନ୍ଦ ଥିବା ବେଳେ ଜୋରସୋରରେ ଚାଲିଚି ନିଶା କାରବାର । ଆଖିରେ ଧୂଳି ଦେଇ ନିଶା କାରବାର କରୁଛନ୍ତି ନିଶା ବେପାରୀ । ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି । ବୋଲଗଡ଼ ଥାନା ଅନ୍ତର୍ଗତ ଅସରନ୍ଦା ଗାଁରୁ ମଙ୍ଗଳବାର ୭୫ କିଲୋ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଏହାସହ ଗୋଟିଏ କାର୍ ଓ ୨ ଲକ୍ଷ ୬ ହଜାର ଟଙ୍କା ଜବତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଅସରନ୍ଦା ଗାଁରେ ଗଞ୍ଜେଇ କାରବାର ଚାଲିଥିବା ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଆଉ ମଙ୍ଗଳବାର ସକାଳେ ଗାଁରେ ଚଢ଼ଉ କରଥିଲା । ସୂଚନାଯୋଗ୍ୟ, କିଛିଦିନ ତଳେ ବେଗୁନିଆ ଅଞ୍ଚଳରୁ ମଦ କାରଖାନା ଠାବ କରାଯାଇଥିଲା । ସେଠାରୁ ମଦ ତିଆରି ସାମଗ୍ରୀ, ୧୭ ଲକ୍ଷ ଟଙ୍କା ଓ ଏକ କାର ଜବତ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons