୭୫ ଟପିଲାଣି, ତଥାପି ହାରିନାହାନ୍ତି କଣ୍ଡାମ୍ମା

Get real time updates directly on you device, subscribe now.

ଲମତାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଖରାଦିନ ଆସିଲେ କୋରାପୁଟ ଜିଲ୍ଲା ଲମତାପୁଟ ବଜାରରେ ତାମିଲନାଡ଼ୁର ଧଳା ଗଞ୍ଜି ଓ ସୂତା ସାର୍ଟର ଆସର ଜମେ । ଲୋକମାନେ ବେଶ୍ ସରାଗରେ କିଣି ନିଅନ୍ତି । ୭୫ ବର୍ଷୀୟା କଣ୍ଡାମ୍ମା ସୁଦୂର ତାମିଲନାଡୁରୁ ପ୍ରତିବର୍ଷ ଖରାଦିନେ ଲମତାପୁଟକୁ ଧାସି ଆସିଥାନ୍ତି । ଲୋକମାନେ ଯେମିତି ତାଙ୍କୁ ଅପେକ୍ଷା କରିଥାନ୍ତି । ସେ ପସରା ଖୋଲିବା କ୍ଷଣି ତାଙ୍କ ଚାରିପାଖ ରୁଣ୍ଡ ହୋଇ ନିଜ ନିଜ ସାଇଜ୍ର ପୋଷାକ ବାଛି ନିଅନ୍ତି ସଭିଏଁ ।
କଣ୍ଡାମ୍ମା ବୟସର ଅପରାହ୍ନରେ ପହଞ୍ଚôଥିଲେ ବି ସେ ହାର୍ମାନିନାହାନ୍ତି । ସ୍ୱାଭିମାନ ଭାବେ ବଞ୍ଚôବାର ନିଶା ତାଙ୍କୁ ପରିଶ୍ରମ କରିବାକୁ ଶକ୍ତି ଯୋଗାଉଛି । ୩ ବର୍ଷ ହେଲାଣି କଣ୍ଡାମ୍ମା ତାମିଲନାଡୁରୁ ଗଞ୍ଜି ଓ ସାର୍ଟ ଆଣି ଲମତାପୁଟରେ ବ୍ୟବସାୟ କରୁଛନ୍ତି । ଗଞ୍ଜିର ଦାମ୍ ୫୦ ଟଙ୍କା ହୋଇଥିବାବେଳେ ସୂତା ସାର୍ଟ ୧୫୦ ଟଙ୍କାରେ ବିକ୍ରି କରିଥାନ୍ତି । ତାମିଲନାଡୁର ତ୍ରିପୁର ସହରରୁ ସେ ବସ୍ତ୍ର ଆଣି ଏଠାରେ ବିକ୍ରି କରିଥାନ୍ତି । ଓଡ଼ିଆ ଭାଷା ଜାଣିନଥିବା କଣ୍ଡାମ୍ମା ତେଲୁଗୁ ଭାଷାରେ କହି ଏଠାରେ ବ୍ୟବସାୟ କରୁଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ଅପରାହ୍ନ ବୟସ ସବୁ ଯେପରି କଣ୍ଡାମ୍ମାଙ୍କ ଆଗରେ ହାର ମାନିଛି । ସେ କେବଳ ଖରାଦିନରେ ଥରେଟେ ଆସନ୍ତି ତାହା ନୁହେଁ ଖରାଦିନ ଭିତରେ ଯଦି ସବୁ ବସ୍ତ୍ର ସରିଯାଏ ସେ ପୁଣି ସଙ୍ଗେ ସଙ୍ଗେ ତାମିଲନାଡୁ ଯାଇ ବସ୍ତ୍ର କିଣି ପୁଣି ଲମତାପୁଟ ବଜାରରେ ବିକ୍ରି କରିଥାନ୍ତି ।
ଏହି ବୟସରେ କାହିଁକି ଏତେ ପରିଶ୍ରମ କରୁଛନ୍ତି ବୋଲି ପଚାରିବାରୁ କଣ୍ଡାମ୍ମା କହନ୍ତି, ମୁଁ କାହା ଉପରେ ବୋଝ ହୋଇ ଚଳିବି ନାହିଁ । ସ୍ୱାଭିମାନର ସହିତ ବଞ୍ଚôବାକୁ ମୁଁ ବହୁତ ପସନ୍ଦ କରେ । ଏହି ବ୍ୟବସାୟରେ ଯେତିକି ରୋଜଗାର କରେ ଏକୁଟିଆ ଚଳିବା ପାଇଁ ହୋଇଯାଏ । ତାମିଲନାଡୁର ତ୍ରିପୁର ସହରର ବସ୍ତ୍ର ଲମତାପୁଟ ବାସୀଙ୍କ ବେଶ୍ ପସନ୍ଦ । ବସ୍ତ୍ରର ମୂଲ୍ୟ କମ୍ ଥିବା ହେତୁ ମୋ ଠାରୁ ବହୁ ପରିମାଣରେ ବସ୍ତ୍ର ବିକ୍ରି ହେଉଛି । ତେଣୁ ତାମିଲନାଡୁରୁ ମୁଁ ଏଠାକୁ ଚାଲିଆସିଥାଏ ବୋଲି କଣ୍ଡାମ୍ମା କହିଛନ୍ତି । କଣ୍ଡାମ୍ମାଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖି ବ୍ୟବସାୟୀମାନେ ବେଶ୍ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons