ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ଚନ୍ଦାହାଣ୍ଡିର ସଦର ପଞ୍ଚାୟତ ହଳଦୀଖଳିଆପଡା ଗାଁରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୭୬ ଲିଟର ଦେଶୀ ମଦ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫମାନେ ହେଲେ ନିଲେନ୍ଦ୍ରୀ ଗୋପାଳ(୪୦) ଓ ସୁନ୍ଦରଲାଲ ଝାଙ୍କର । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଉମରକୋଟ ଅବକାରୀ ନିରୀକ୍ଷକ ଜଗଦୀଶ ପ୍ରସାଦ ନାଥ କହିଛନ୍ତି । ତହସିଲଦାର ହୃଦାନନ୍ଦ ସିଂ ମାଝୀଙ୍କ ନେତୃତ୍ୱରେ ଏହି ଚଢଉରେ ଥାନା ଅଧିକାରୀ ଅଭୟ ବେହେରା, ଆଇଆରବି ଯବାନ, ଏଏସଆଇ ରମେଶ ପାତ୍ର, କୁଶ ଜାଲ, ଚନ୍ଦ୍ରକାନ୍ତି ଜଗତ ପ୍ରମୁଖ ସାମିଲ ଥିଲେ । ଆଗାମୀଦିନରେ ମଧ୍ୟ ଅନୁରୂପ ଚଢଉ ଜାରି ରହିବ ବୋଲି ତହସିଲଦାର ଶ୍ରୀ ସିଂମାଝୀ କହିଛନ୍ତି ।
Comments are closed, but trackbacks and pingbacks are open.