ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଶାକର୍ମୀମାନେ ୭ ଦଫା ଦାବି ନେଇ ନବରଙ୍ଗପୁର ସିଡିଏମଓଙ୍କ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ଆଶାକର୍ମୀ ସଂଘର ସଭାନେତ୍ରୀ ଗୀତାଞ୍ଜଳି ହରିଜନ ଓ ସଂପାଦିକା ସଞ୍ଜୁ ନାୟକଙ୍କ ନେତୃତ୍ୱରେ ନବରଙ୍ଗପୁର ସିଡିଏମଓଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ଦାବି ହେଉଛି, କରୋନା ମହାମାରୀରେ ଆଶାକର୍ମୀଙ୍କୁ ନିୟୋଜିତ କରାଯାଉ ଥିବାରୁ ସେମାନଙ୍କ ମୃତୁ୍ୟରେ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ ସହ ମାସିକ ଦରମା ୫ ହଜାର ଟଙ୍କା ପ୍ରଦାନ କରାଯାଉ । ସମସ୍ତ ଆଶାକର୍ମୀଙ୍କୁ ମୋବାଇଲ ଦିଆଯାଉ । ବର୍ତ୍ତମାନ ମିଳୁଥିବା ପାରିଶ୍ରମିକ ପ୍ରତିମାସର ୧୦ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଦାବି ସହ ଅନ୍ୟାନ୍ୟ ଦାବି ପୂରଣ କରିବାକୁ କୁହାଯାଇଛି ।
ରିପୋର୍ଟ : ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.