୭ ବର୍ଷର ଛୁଆକୁ ବି ଛାଡ଼ିଲାନି

Get real time updates directly on you device, subscribe now.

ଗଞ୍ଜାମ: ପ୍ରେମିକାର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜ ଗଳା କାଟି ଧରାପଡିଲେ ଯୁବକ। ବୁଗୁଡ଼ା ଥାନାର ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲରୀ ଗ୍ରାମରେ ଘଟିଛି ଏହି ଚର୍ଚ୍ଚିତ ଘଟଣା ପ୍ରେମିକ ରୂପ ନାରାୟଣ ଦଳ ବେହେରାଙ୍କ ଘର ବାଣପୁର ଥାନା ଅନ୍ତର୍ଗତ ପେଣ୍ଡରା ପଲ୍ଲୀ ଗ୍ରାମରେ ସେ ଜଣେ ଡିପ୍ଲୋମା ଇଞ୍ଜିନିୟର। ଏକ ଘରୋଇ ନିର୍ମାଣ କମ୍ପାନୀରେ ଯୋଗ ଦେଇ ଢେଙ୍କାନାଳର ଲମ୍ବୋଦରପୁରରେ ଏକ ନିର୍ମାଣ କାର୍ୟ୍ୟରେ କାମ କରୁଥିଲେ।
ସେଠାରେ ବୁଗୁଡ଼ା ଥାନା ଝୋଲରୀ ଅଞ୍ଚଳର ଜଣେ ବିବାହିତା ମହିଳା ନିଜ ସ୍ୱାମୀଙ୍କ ସହଯାଇ ସେଠାରେ ରହୁଥିଲେ। ମହିଳାଙ୍କ ସ୍ଵାମୀ ସେହି କମ୍ପାନୀରେ ବିଦ୍ୟୁତ୍ ସଂଯୋଜନା କାର୍ୟ୍ୟ କରୁଥିଲେ। ସେଠାରେ ଏହି ମହିଳାଙ୍କ ସହ ରୂପନାରାୟଣଙ୍କ ପରିଚୟ ହୋଇଥିଲା। ମୋବାଇଲ ନମ୍ବର ଆଦାନ ପ୍ରଦାନ ପରେ କଥାବାର୍ତ୍ତା ହୋଇ ତାହା ପ୍ରେମ ଆଡକୁ ବଢିଯାଇଥିଲା।
ମହିଳା ଜଣକ ନିଜ ଗ୍ରାମକୁ ଫେରି ଆସିବା ପରେ ରୂପ ନାରାୟଣ ସମୟେ ସମୟେ ମହିଳାଙ୍କ ଘରକୁ ଯିବାଆସିବା କରୁଥିଲେ। ଦୀର୍ଘ ଅଢେଇ ବର୍ଷ ହେବ ମହିଳାଙ୍କ ସ୍ୱାମୀଙ୍କ ଅନୁପସ୍ଥିତି ସମୟରେ ଏହି ପରକୀୟା ପ୍ରୀତି ଚାଲିଥିଲା। ଏହି କିଛି ଦିନ ହେବ କୌଣସି କାରଣରୁ ମହିଳା ଜଣକ ରୂପ ନାରାୟଣଙ୍କ ଫୋନ ଉଠାଇ ନଥିଲେ। ଏଥିରେ ରୂପ ନାରାୟଣ ଭିଷଣ ଚିଡିଯାଇ ବଦଲା ନେବା ପାଇଁ ନିଷ୍ପତ୍ତି ନେଇଥିଲା। ଆଜି ସକାଳୁ ସେ ପିଣ୍ଡର ପଲ୍ଲୀର ନିଜ ଘରୁ ବାଇକ୍ ଯୋଗେ ବଦଲା ନେବା ଉଦେଶ୍ୟର ବାହାରିଥିଲେ।
ଅପରାହ୍ନ ୫ ଘଣ୍ଟା ସମୟରେ ସୁଯୋଗ ଉଣ୍ଡି ଉକ୍ତ ମହିଳା ଘରେ ପଶିଯାଇଥିଲେ। ସାଥିରେ ଆଣିଥିବା ଏକ ଛୁରୀରେ ମହିଳାଙ୍କ ତଣ୍ଟି କାଟି ପକାଇ ଦେଇଥିଲେ। ସେହି ଛୁରୀରେ ମହିଳାଙ୍କ ଏକ ସାତ ବର୍ଷର ପୁଅର ତଣ୍ଟି କାଟିବାକୁ ଗଲାବେଳେ ସେ ଚିତ୍କାର କରିବା ଯୋଗୁଁ ସାହି ପଡୋଶୀ ଓ ଗାଁ ଲୋକ ଆସି ପହଂଚି ଯାଇଥିଲେ। ଗାଁ ଲୋକଙ୍କ ଆଗରେ ରୂପ ନାରାୟଣ ନିଜ ତଣ୍ଟି କାଟିବାକୁ ଚେଷ୍ଟା କରିଥିଲା। ଗାଁ ଲୋକ ରୂପ ନାରାୟଣକୁ ଧରି ମାଡ ବି ଦେଇଥିଲେ। ପୋଲିସକୁ ଖବର ମିଳିବା ପରେ ଆଇ ଆଇ ସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶରେ ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ ପହଞ୍ଚି ତିନି ଆହାତଙ୍କୁ ଉଦ୍ଧାର କରିଥିଲା।
ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ମହିଳା ଓ ତାଙ୍କ ପୁଅଙ୍କୁ ଗୁରୁତର ଥିବା ଯୋଗୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ରୂପ ନାରାୟଣ ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଏହି ରିପୋର୍ଟ ଲେଖା ହେବା ଯାଏଁ ଥାନାରେ ମାମଲା ରୁଜୁ ହୋଇନଥିବା ଜଣାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons