ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅଟକ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଶୁକ୍ରବାର ମୁକ୍ତ ହୋଇଛନ୍ତି । ଦୀର୍ଘ ୭ ମାସ ପର୍ଯ୍ୟନ୍ତ ତାଙ୍କୁ ଅଟକ ରଖାଯାଇଥିଲା । ଶ୍ରୀନଗରରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଫାରୁକଙ୍କୁ ପବ୍ଲିକ ସେଫ୍ଟି ଆକ୍ଟ(ପିଏସ୍ଏ) ଅଧୀନରେ ନଜରବନ୍ଦି ରଖାଯାଇଥିଲା । ମୁକ୍ତ ହେବା ପରେ ସେ ନିଜ ପରିବାର ଲୋକଙ୍କ ସହ ନଜର ଆସିଥିଲେ । ଗଣମାଧ୍ୟମ ପ୍ରତିନିଧୀଙ୍କ ସମ୍ମୁଖରେ ନିଜ ପ୍ରତିକ୍ରିୟା ରଖି ଫାରୁକ କହିଥିଲେ, ୭ ପରେ ମୁକ୍ତ ହୋଇଛି । ଏଣୁ ମୋ ପାଖରେ କହିବାକୁ କୌଣସି ଶବ୍ଦ ନାହିଁ । କିନ୍ତୁ ୩୭୦ ଉଚ୍ଛେଦ ପରେ ଅଟକ ରହିଥିବା ସମସ୍ତ ନେତାଙ୍କୁ ମୁକ୍ତ କରା ନ ଯିବା ଯାଏଁ ମୁଁ ସମ୍ପୂର୍ଣ୍ଣ ମୁକ୍ତ ହୋଇନାହିଁ । ସମସ୍ତେ ମୁକ୍ତ ନ ହେବା ଯାଏଁ ସେ କୌଣସି ରାଜନୈତିକ ମନ୍ତବ୍ୟ ଦେବେନି ବୋଲି ମଧ୍ୟ ଫାରୁକ ପ୍ରକାଶ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଫାରୁକଙ୍କ ପୁଅ ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ମେହବୁାବ ମୁଫ୍ତି, ପୂର୍ବତନ ଆଇଏଏସ୍ ଅଫିସର ଶାହ ଫୈସଲଙ୍କ ଭଳି ବରିÂ ନେତାମାନଙ୍କୁ ବର୍ତ୍ତମାନସୁଦ୍ଧା ଅଟକ ରଖାଯାଇଛି । କେତେକ ନେତାଙ୍କ ବିରୋଧରେ ପିଏସ୍ଏ ମଧ୍ୟ ଲାଗୁ କରାଯାଇଛି । ପିଏସ୍ଏ ଅଧୀନରେ କୌଣସି ବ୍ୟକ୍ତିକୁ ବିନା ନ୍ୟାୟିକ ପ୍ରକ୍ରିୟାରେ ୨ ବର୍ଷ ପର୍ଯ୍ୟନ୍ତ ଅଟକ ରଖାଯାଇପାରିବ । ଏହି ଆଇନ ସାଧାରଣତଃ ଆତଙ୍କବାଦୀଙ୍କ ବିରୋଧରେ ଲାଗୁ କରାଯାଇଥାଏ । ଦେଶ ଇତିହାସରେ ପ୍ରଥମ ଥର ପାଇଁ ଗତ ସେପ୍ଟେମ୍ବର ମାସରେ କୌଣସି ରାଜନେତାଙ୍କ ବିରୋଧରେ ପିଏସ୍ଏ ଲାଗୁ କରାଯାଇଥିଲା । ମୁକ୍ତ ହେବା ପରେ ଫାରୁକ ଖୁବ୍ଶୀଘ୍ର ଲୋକସଭା ଅଧିବେଶନରେ ଭାଗ ନେବେ ବୋଲି ମଧ୍ୟ ପ୍ରକାଶ କରିଥିଲେ ।
Comments are closed, but trackbacks and pingbacks are open.