୭ ମୃତ ବାର୍ହା ଉଦ୍ଧାର

Get real time updates directly on you device, subscribe now.

ଗୋପାଳପୁର, (ବି.ବି.ନୁ୍ୟଜ୍): ଭଞ୍ଜବିହାରସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପଛପଟେ ଥିବା ଘଞ୍ଚ ବୁଦାରୁ ୭ ମୃତ ବାର୍ହାକୁ ମଙ୍ଗଳବାର ଉଦ୍ଧାର କରିଛି ବନ ବିଭାଗ । ସ୍ଥାନୀୟ ଲୋକେ ଦୁର୍ଗନ୍ଧ ହେଉଥିବାରୁ ଖୋଜାଖୋଜି କରିଥିଲେ । ଘଞ୍ଚ ବୁଦା ଭିତରେ କିଛି ବାର୍ହା ମରି ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଫରେଷ୍ଟର ଘରମଣି ପାଣିଗ୍ରାହୀ ଏବଂ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ବାର୍ହା ସବୁକୁ ଉଦ୍ଧାର କରି ସ୍ଥାନୀୟ କରାପଲ୍ଲୀ ପଶୁ ଚିକିତ୍ସା କେନ୍ଦ୍ରରେ ବ୍ୟବଚ୍ଛେଦ କରାଇଥିଲେ । ଏହା ପରେ ବାର୍ହାମାନଙ୍କ ମୃତଦେହକୁ ଗଭୀର ଗାତ କରି ସେଥିରେ ରାସାୟନିକ ଦ୍ରବ୍ୟ ପକାଇ ପୋତି ଦିଆଯାଇଥିଲା ।
ସମ୍ଭାବ୍ୟ ମୃତୁ୍ୟ କାରଣ ନେଇ ପଶୁ ଡାକ୍ତର ପ୍ରଭୁଦତ୍ତ ଦାସ କହିଛନ୍ତି ଯେ- କୌଣସି ବିଷାକ୍ତ ଖାଦ୍ୟ ଖାଇଥିବାରୁ ଏହି ପଶୁମାନଙ୍କ ମୃତୁ୍ୟ ଘଟିଥାଇ ପାରେ । ସେହିପରି ଫରେଷ୍ଟର କହିଛନ୍ତି ଯେ- ଉକ୍ତ ଅଞ୍ଚଳରେ ଆଉ କିଛି ବାର୍ହା ରହୁଛନ୍ତି ତଥା ଚଲାବୁଲା କରୁଛନ୍ତି । ସେମାନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ କରାଯାଉଥିବା ସେ କହିଛନ୍ତି । ଗୋଟିଏ ଥରକେ ଏତେ ବାର୍ହା ମରିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ହୋଇଛି । ପୂର୍ବରୁ ଭଞ୍ଜବିହାରରେ ହରିଣ ପାର୍କ ଥିବା ବେଳେ ମଝିରେ ମଝିରେ ହରିଣମାନଙ୍କ ମୃତୁ୍ୟ ଖବର ଆସୁଥିଲା । ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ନିକଟକୁ ଅତୀତରେ ପ୍ରାୟ ଦୁଇ ଥର ହାତୀ ଆସିଥିବା ମଧ୍ୟ ନଜୀର ରହିଛି । ଗତ କିଛି ଦିନ ହେଲା ସେହି ଅଞ୍ଚଳ ଓ ଆଖପାଖ ଇଲାକାରେ ବାର୍ହା ଦଳ ଫସଲ ନଷ୍ଟ କରି ଦେଉଥିବା ଅଭିଯୋଗ ହୋଇ ଆସୁଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons