୮ରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଏହି ଅବସରରେ ଆସନ୍ତା ୮ ତାରିଖ ଅପରାହ୍ଣ ୩ଟା ୩୦ରେ ଗୃହମନ୍ତ୍ରୀ ଅମିତ୍ ଶାହା ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏନେଇ ଆଜି ଦଳ ତରଫରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରସ୍ତୁତି ବୈଠକ ହୋଇଥିଲା । ବୈଠକରେ ରାଜ୍ୟର ୫ ହଜାରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିଲେ । ଏହି ଅବସରରେ ଭର୍ଚୁଆଲ୍ ରାଲିର ପୋଷ୍ଟର୍ ଏବଂ ଭିଡିଓ ରିଲିଜ୍ କରାଯାଇଛି । ଏହାସହ ରାଲିରେ ୧ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ଯୋଡ଼ିବା ନେଇ ରୂପରେଖ ପ୍ରସ୍ତୁତ ହୋଇଥିଲା ।
ରାଜ୍ୟବାସୀ ବିଜେପି ସୋସିଆଲ୍ ମିଡିଆ ଆକାଉଣ୍ଟ ଏବଂ ୟୁଟୁ୍ୟବ ମାଧ୍ୟମରେ ଏହି ରାଲିରେ ସାମିଲ ହୋଇପାରିବେ । ଏହି ଭର୍ଚୁଆଲ୍ ରାଲିର ପ୍ରସାରଣ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ କରାଯିବାର ବ୍ୟବସ୍ଥା ଏବଂ ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ବାର୍ତ୍ତା କିପରି ତୃଣମୃଳସ୍ତରରେ ପହଞ୍ଚି ପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଉପନେତା ବିଷ୍ଣୁ ସେଠୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଆଇଟି ସେଲ୍ ସଂଯୋଜକ ଅମିତ ମାଲଭିଆ, ମୋଦୀଙ୍କ ଏକ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ପ୍ରମୁଖ ତଥା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭର୍ଚୁଆଲ୍ ରାଲି ପ୍ରମୁଖ ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବrିପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ ) ମାନସ ମହାନ୍ତିଙ୍କ ସମେତ ରାଜ୍ୟର ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ, ସମସ୍ତ ମୋର୍ଚ୍ଚାର ସଭାପତି, ଜିଲ୍ଲା ସଭାପତି, ମଣ୍ଡଳ ସଭାପତିଙ୍କ ସମେତ ରାଜ୍ୟର ୫ ହଜାରରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିଲେ । ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ବୈଠକକୁ ପରିଚାଳନା କରିଥିଲେ ।
ମୋଦି ସରକାର ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଏବଂ ଓଡ଼ିଆ ଭାଇ ଭଉଣୀଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଗତ ୧ ବର୍ଷରେ ଓଡ଼ିଆଙ୍କ ବିକାଶ, ସମ୍ମାନ, ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । କରୋନା ମହାମାରୀରେ ପ୍ରଭାବିତ ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ଯୋଜନାରେ ଓଡ଼ିଶା ପାଇଁ ଅନେକ ସୁଯୋଗ ଅଛି । କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ପ୍ୟାକେଜ୍ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons