୮୦ ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ପୁଲିସକୁ ଗଞ୍ଜେଇ ଧରପଗଡ଼ରେ ପୁଣିଥରେ ମିଳିଛି ସଫଳତା । ଅଭିନବ ଢ଼ଙ୍ଗରେ ଲୁଣ ବୋଝେଇ ଏକ ଟ୍ରକରେ ଲମତାପୁଟରୁ ଛତିଶଗଡ଼କୁ ଚାଲଣ ବେଳେ ସେମିଳିଗୁଡ଼ା ଥାନା ରାଜପୁଟ ଛକ ନିକଟରେ ଏହା ଧରାପଡ଼ିଛି । ଏହି କାରବାରରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ଯୁବକମାନେ ବିହାର ରାଜ୍ୟ ବrର ଜିଲ୍ଲାର ଧିରୋଜ କୁମାର(୨୦) ଓ ଅରବିନ୍ଦ କୁମାର(୧୯) । ଜବତ ଗଞ୍ଜେଇ ଓଜନ କରାଯିବା ପରେ ସେଥିରୁ ୮୪୧ କେଜି ଗଞ୍ଜେଇ ମିଳିଥିଲା । ଜବତ ଗଞ୍ଜେଇର ବଜାର ଦର ୮୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଉଭୟ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇ ସେମିଳିଗୁଡ଼ା କୋର୍ଟ ଚାଲଣ କରାଯାଇଥିଲା । ବେଲ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ କୋରାପୁଟ ଜେଲକୁ ପଠାଇ ଦିଆଯାଇଛି । ସୂଚନା ଥାଉକି ନିକଟରେ ସେମିଳିଗୁଡ଼ା ପୁଲିସ ଏକ କମାଣ୍ଡର ଗାଡ଼ି ଭିତରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଥିଲା । ନଦନ୍ଦପୁର ପଟୁ ଏକ କମାଣ୍ଡର ଆସୁଥିବା ବେଳେ ସେମିଳିଗୁଡ଼ା ନିକଟ ବୋଡେ଼ଙ୍ଗା ଛକ ନିକଟରେ ପୁଲିସ ଗାଡ଼ିକୁ ପିଛାକରିଥିଲା । ପରେ ଯାଞ୍ଚ କରାଯିବାରୁ ଗାଡିରୁ ୫୦୭ କେଜି ଗଞ୍ଜେଇ ଜବତ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons