୮୭ ଏକର ଗଞ୍ଜେଇ ଚାଷ ନଷ୍ଟ

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ସଦର ପଞ୍ଚାୟତ ଓ ବନୁର ଗାଁରେ ହୋଇଥିବା ୮୭ ଏକର ଜମିର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ପୁଲିସ ଓ ଅବକାରୀ ବିଭାଗ ଚଢଉ କରି ଉଭୟ ଗାଁରେ ହୋଇଥିବା ୧ଲକ୍ଷ ୨୩ହଜାର ୬୦୦ ଗଞ୍ଜେଇ ଗଛକୁ କାଟି ପୋଡି ଦେଇଥିଲେ । ନଷ୍ଟ କରାଯାଇ ଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଉଭୟ ଗାଁରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଅବକାରୀ ଓ ପୁଲିସ ବିଭାଗ ମିଳିତ ଭାବେ ଚଢଉ କରିଥିଲେ । ନନ୍ଦପୁର ଏସଡିପିଓ ସଞ୍ଜୟକୁମାର ମହାପାତ୍ର, ଅବକାରୀ ଅତିରିକ୍ତ ଏସପି ଶାନ୍ତି ମାରାଣ୍ଡି, ତହସିଲଦାର ନରସିଂହ ଗାଦବା, ପାଡୁଆ ଥାନା ଅ%ିକାରୀ ସରୋଜକୁମାର ମଲ୍ଲିକ, ଅବକାରୀ ଇନ୍ସପେକ୍ଟର ଟି.ଜାନୀ, ବି.ପଣ୍ଡା, ନନ୍ଦପୁର ଅବକାରୀ ଓଆଇସ ଭବାନୀଶଙ୍କର ସେଠୀ, ଥାନା ଇନ୍ସପେକ୍ଟର ମାନସକୁମାର ଭୋଇ, ଡିଭିଏଫ୍ର ଦୁଇ ସେକ୍ସନ ଫେର୍ସ ଏହି ଚଢଉରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons