୮ ଗିରଫ, ମାରଣାସ୍ତ୍ର ଜବତ

Get real time updates directly on you device, subscribe now.

ଭଞ୍ଜନଗର,(ବିବିନୁ୍ୟଜ୍): ଧରାକୋଟ ବ୍ଲକର ଗାଙ୍ଗପୁର ଥାନା ଅନ୍ତର୍ଗତ ବାଦୁଲା ଗ୍ରାମରେ ଗତ ୧୯ ତାରିଖ ରାତିରେ ସଂଗଠିତ ଏକ ହତ୍ୟା ମାମଲାରେ ପୁଲିସ ୮ ଜଣକୁ କୋର୍ଟ ଚାଲଣ କରିଛି । ବାଦୁଲା ଗ୍ରାମରେ ସଂଗବନ୍ଧ ଆକ୍ରମଣ ଯୋଗୁଁ ସାହାସପୁର ଗ୍ରାମର ଯବାନ ରଞ୍ଜନ ନାହାକ(୨୬)ଙ୍କ ମୃତୁ୍ୟ ହୋଇଥିଲା । ଗିରଫ ଅଭିଯୁକ୍ତ ହେଲେ ବାଦୁଲା ଗ୍ରାମର ଅଧିର ଗୌଡ(୨୭), ରନôାକର ସ୍ୱାଇଁ(୨୦), ପ୍ରଦୀପ ବିଶୋୟୀ ଓରଫ ନନ୍ଦ(୨୮), ରବି ଓରଫ ରବୀନ୍ଦ୍ର ଗୌଡ(୨୬), ଅଜିତ ଗୌଡ(୨୬), ମନୋଜ ପ୍ରଧାନ(୨୩), ଶମ୍ଭୁ ସ୍ୱାଇଁ ଓରଫ ଚାଇନା(୧୯) ଓ ହର ଓରଫ ହର୍ଷ ଗୌଡ(୧୯) । ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ କାତି, ଭୁଜାଲି, ଖଣ୍ଡା, ଲୁହା ରଡ, ଷ୍ଟିଲ୍ ଛଡ ସହ ଠେଙ୍ଗା ଆଦି ଜବତ କରାଯାଇଥିବା ଆଇଆଇସି ଧୀରେଶ ଦାଶ ସୂଚନା ଦେଇଛନ୍ତି ।
ଆଇଆଇସିଙ୍କ ସୂଚନା ଅନୁଯାୟୀ, ସାହାସପୁର ଗ୍ରାମର ଯବାନ ରଞ୍ଜନ ନନ୍ଦିଘୋର ଗ୍ରାମର ବିନୋଦ ଗୌଡ ଓ ତାର ଅନ୍ୟ ୪ଜଣ ସାଙ୍ଗ ସୁନୀଲ ବାଡ଼ତ୍ୟା, ପ୍ରତାପ ବାଡତ୍ୟା, ଚନ୍ଦନ ସେଠୀ ଓ ସୀମା ସାହୁଙ୍କ ସହ ମିଶି ବିନୋଦଙ୍କ ମାମୁଁଘର ବାଦୁଲା ଗ୍ରାମର ପାଣ୍ଡବ ଗୌଡଙ୍କ ଘରକୁ ଯାଇଥିଲେ । ଏମାନେ ଦୁଇଟି ବାଇକ୍ରେ ୬ଜଣ ବାଦୁଲା ଗ୍ରାମକୁ ଯାଇଥିବାବେଳେ ସେମାନଙ୍କୁ ଗ୍ରାମର କିଛି ଯୁବକ ଅଟକାଇ ଥିଲେ । କରୋନା ଯୋଗୁଁ ଗାଁ ଭିତରକୁ ଯିବାକୁ ମନା କରିଥିଲେ । ଏନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଅଧିର, ରନôାକର, ପ୍ରଦୀପ, ରବି, ଅଜିତ, ମନୋଜ, ଶମ୍ଭୁ ଓ ହର ଖଣ୍ଡା, କାତି, ଫାର୍ଶା, ଲାଠି, ଲୁହା ରଡ୍ରେ ଆକ୍ରମଣ କରିଥିଲେ । ଅନ୍ୟମାନେ ଖସି ଯାଇଥିବାବେଳେ ରଞ୍ଜନ ଓ ବିନୋଦ ଗୁରୁତର ଆହତ ହୋଇଥିଲେ । ବିନୋଦର ମାମୁଁ ପାଣ୍ଡବ ଅନ୍ୟମାନେ ସେମାନଙ୍କୁ ଉଦ୍ଧାର କରି ଆସିକା ଡାକ୍ତରଖାନାକୁ ପଠାଇଥିଲେ । ରଞ୍ଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗାଙ୍ଗପୁର ପୁଲିସ ଆସିକା ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବାସହ ବାଦୁଲା ଗ୍ରାମରେ ପହଞ୍ଚି ରାତି ଅଧିଆ ଚଢଉ କରି ୧୦ରୁ ଅଧିକ ଜଣକୁ ଉଠାଇ ଆଣିଥିଲା । ଏମାନଙ୍କୁ ୫ ଦିନ ଧରି ବିଭିନ୍ନ ପ୍ରକାର ଜେରା କରାଯିବାପରେ ୮ଜଣ ଅଭିଯୁକ୍ତ ଧରାପଡି ନିଜର ଦୋଷ ସ୍ୱୀକାର କରିଥିବା ଥାନା ଅଧିକାରୀ ଧୀରେଶ ଦାଶ ସୂଚନା ଦେଇଛନ୍ତି ।
ଏସଂପର୍କରେ ଗାଙ୍ଗପୁର ଥାନା କେସ ନମ୍ବର ୨୩୯/୨୦ ପ୍ରକାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କାରଣରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସାମାନ୍ୟ କଥାରେ ଗ୍ରାମକୁ ପ୍ରବେଶ ଉପରେ ଅଯଥା କଟକଣା ଓ ଏଡାକୁ ନେଇ ପାଟିତୁଣ୍ଡ ଓ ପରେ ହାତାହାତିରୁ ଗୋଟିଏ ନୀରିହ ଜବାନଙ୍କ ଜୀବନ ପ୍ରଦୀପ ଲିଭିଗଲା । ଏବେ ଅଭିଯୁକ୍ତମାନେ ସେମାନଙ୍କ ଭୁଲ ବୁଝିପାରିଛନ୍ତି ସତ ହେଲେ ଭୁଲ ବୁଝିବା ବେଳକୁ ନେଡିଗୁଡ କହୁଣୀକୁ ବୋହିଯାଇସାରିଛି । ଜେଲର ଅନ୍ଧାରୀ ସେଲ ଭିତରେ ଏବେ କେବଳ ଅନୁତାପର ଅଶ୍ରୁ ନିଗାଡି ନିଜ କୃତ କର୍ମ ପାଇଁ ନିଜ କର୍ମକୁ ନିନ୍ଦୁଛନ୍ତି ଏହି ୮ ଅଭିଯୁକ୍ତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons