୮ ଜିଲ୍ଲାରେ ହେବ ମେଡିକାଲ୍ ଅrିଜେନ୍ ପ୍ଲାଣ୍ଟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପିଏମ୍ କେୟାର୍ସ ଫଣ୍ଡରୁ ପୁଣି ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରେସର୍ ସ୍ୱିଙ୍ଗ ଆଡଜର୍ପସନ୍ (ପିଏସ୍ଏ) ମେଡିକାଲ୍ ଅrିଜେନ୍ ପ୍ଲାଣ୍ଟ ପ୍ରତିÂା କରିବା ପାଇଁ ଅନୁମୋଦନ ମିଳିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ଅନେକ ଲୋକଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ ଡିଆର୍ଡିଓ ଦ୍ୱାରା ପିଏସ୍ଏ ଅrିଜେନ୍ ପ୍ଲାଣ୍ଟ ପ୍ରତିÂା କରାଯିବ । ବୌଦ୍ଧ ଏବଂ କଟକ ଜିଲ୍ଲାରେ ଡିଆର୍ଡିଓ ପିଏସ୍ଏ ଅrିଜେନ ପ୍ଲାଣ୍ଟ ସ୍ଥାପନ କରୁଛି । ଅପରପକ୍ଷରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପିଏସ୍ଏ ଅrିଜେନ୍ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଥିବା ପରିପ୍ରେକ୍ଷୀରେ ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ରାୟଗଡ଼ା ଜିଲ୍ଲାରେ ପିଏସ୍ଏ ପ୍ଲାଣ୍ଟ ପ୍ରତିÂା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ୟାପଟିଭ୍ ମେଡିକାଲ ଅrିଜେନ୍ ଜେନେରେସନ୍ ପ୍ଲାଣ୍ଟ ପ୍ରତିÂା ହେଲେ ରାଜ୍ୟର କୋଭିଡ୍-୧୯ ବିରୋଧୀ ଲଢେ଼ଇକୁ ସଶକ୍ତ କରିବା ସହ ସ୍ୱାସ୍ଥ୍ୟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ପାଇଁ ରାଜ୍ୟକୁ ପ୍ରସ୍ତୁତ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପୂର୍ବରୁ ରାଜ୍ୟରେ ପିଏମ୍ କେୟାର୍ସ, ପେଟ୍ରୋଲିୟମ୍ ମନ୍ତ୍ରାଣାଳୟର ପିଏସୟୁ, ଡିଆରଡିଓ ଏବଂ ଏନ୍ଏଚ୍ଏଆଇ ଦ୍ୱାରା ବିଭିନ୍ନ ଜାଗାରେ ପିଏସ୍ଏ ଅrିଜେନ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ରାଜ୍ୟରେ ମେଡିକାଲ୍ ଅrିଜେନର ଉପଲବ୍ଧିକୁ ଗତି ଦେବା ପାଇଁ ତଥା ମହାମାରୀ ମୁକବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ପିଏମ୍ କେୟାର୍ସ ଫଣ୍ଡରୁ ଅନୁଗୁଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମାଲକାନଗିରି ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପିଏସ୍ଏ ଅrିଜେନ୍ ପ୍ଲାଣ୍ଟ ପ୍ରତିÂା କରାଯାଉଛି । ଅନୁରୂପ ଭାବେ କୋଭିଡ୍-୧୯ ରୋଗୀଙ୍କୁ ଜରୁରିକାଳୀନ ସେବା ଯୋଗାଇବା ପାଇଁ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସୟୁ) ଦ୍ୱାରା ଓଡ଼ିଶାର ୭ଟି ସ୍ଥାନ ଯଥା³ ବରଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ନୂଆପଡ଼ା, ପୁରୀ, ସମ୍ବଲପୁର ଏବଂ ରାଉରକେଲାରେ ପିଏସଏ ଅrିଜେନ୍ ପ୍ଲାଣ୍ଟ ପ୍ରତିÂା କରାଯାଉଛି ।
ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଅନୁ୍ୟନ ଗୋଟିଏ ଲେଖାଏଁ ଅrିଜେନ୍ ପ୍ଲାଣ୍ଟ ପ୍ରତିÂା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons