୮ ପରିବାରର ୧୭ ବଖରା ଭସ୍ମୀଭୂତ

Get real time updates directly on you device, subscribe now.

ରାଜନଗର,(ବି.ବି.ନୁ୍ୟଜ୍): ରାଜନଗର ବ୍ଲକ ଘଡ଼ିଆମାଳ ଗାଁରେ ମଙ୍ଗଳବାର ବିଳମ୍ୱିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ଟି ପରିବାରର ୧୭ ବଖରା ଘର ଜଳି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ିଯାଇଛି । ଆଜି ସକାଳୁ ସକାଳୁ ବିପନ୍ନ ପରିବାର ପୋଡା ପାଉଁଶ ଭିତରୁ ବଞ୍ଚôବାର ରାହା ଖୋଜିବାର ଦୃଶ୍ୟ ବଡ଼ ହୃଦୟ ବିଦାରକ ଥିଲା ।
ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ଘଡ଼ିଆମାଳ ଗାଁର ପର୍ଶୁରାମ ରାଉତଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ କୌଣସି କାରଣରୁ ତାଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା । ନିଅାଁ ଧାସରେ ପରିବାର ଲୋକେ ନିଦରୁ ଉଠି ଜୀବନ ବଞ୍ଚାଇବା ପାଇଁ ଘର ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଚାହୁଁ ଚାହୁଁ ନିଅାଁ ପର୍ଶୁରାମଙ୍କ ଦୁଇ ପୁଅ ପାର୍ଥ ସାରଥି ଓ ତୀର୍ଥ ସାରଥିଙ୍କ ଘରକୁ ବ୍ୟାପି ଯାଇଥିଲା । ଗାଁ ଲୋକେ ନିଅାଁ ଲିଭାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ନିଅାଁକୁ ଆୟତ୍ତ କରିପାରି ନଥିଲେ କିମ୍ୱା କୌଣସି ଆସବାବପତ୍ର ଉଦ୍ଧାର କରିପାରିନଥିଲେ । ଅଗ୍ନିକାଣ୍ଡରେ ୩ଟି ପରିବାରର ୧୨ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାବେଳେ ଆଉ ୫ ପରିବାରର ୫ ବଖରା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଫଳରେ ପର୍ଶୁରାମ ଝିଅ ବାହାଘର ପାଇଁ କିଣି ରଖିଥିବା ସୁନା ଗହଣା ସହ ୧୦ କୁଇଣ୍ଟାଲ ଧାନ ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି ।
ଅଗ୍ନିକାଣ୍ଡ ଯୋଗୁଁ ପର୍ଶୁରାମଙ୍କ ସମେତ ପଡେ଼ାଶୀ ହରିଶ୍ଚନ୍ଦ୍ର ରାଉତ, କୁଳମଣି ରାଉତ, ବିଷ୍ଣୁଚରଣ ରାଉତ, ନିରଞ୍ଜନ ରାଉତ, ଅକ୍ଷୟ ରାଉତ ପ୍ରମୁଖ ୫ଟି ପରିବାରର ଗୋଟିଏ ଲେଖାଏଁ ଘର ପୋଡ଼ିଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚôବା ପରେ ପଡୋଶୀ ପରିବାରର ଘରଗୁଡିକୁ ଅଗ୍ନିକାଣ୍ଡରୁ ରକ୍ଷା କରିଥିଲେ । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇ ବିପନ୍ନ ପରିବାର ଗାଁରେ ଥିବା ଶୂନ୍ୟବାସୀ ଆଶ୍ରମରେ ଆଶ୍ରୟ ନେଇଛନ୍ତି । ଖବର ପାଇ ରାଜନଗର ତହସିଲଦାର ଦିବ୍ୟେନ୍ଦୁ ଶେଖର ଦାସ, ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚô ବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ ୮ ପରିବାରକୁ ପଲିଥିନ୍ ଯୋଗାଇ ଦେଇଛନ୍ତି । ଏଥିସହ ପର୍ଶୁରାମ ଓ ତାଙ୍କ ଦୁଇ ପୁଅଙ୍କୁ ତହସିଲଦାର ୧୦ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ସରପଞ୍ଚ କୁସୁମଲତା ମଲ୍ଲିକ ବିପନ୍ନ ପରିବାରକୁ ୩ ଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons