ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରି କୃଷି କ୍ଷେତ୍ରକୁ ସମୃଦ୍ଧ କରିବା ସହିତ କୃଷି ଅଭିବୃଦ୍ଧି ଏବଂ କୃଷକଙ୍କ ଆୟକୁ ନିଶ୍ଚିତ କରାଇବା ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ‘ସମୃଦ୍ଧି’ ନାମରେ ‘ନୂଆ କୃଷି ନୀତି-୨୦୧୯’କୁ ମଞ୍ଜୁରି ଦେଇଛି । ଏଥିସହିତ ୮ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି । ଏହି ପ୍ରସ୍ତାବଗୁଡ଼ିକ ଭିତରେ ଭଲ କାମ କରୁଥିବା ଅଫିସର୍ଙ୍କୁ ବାଡ଼ ଡିଆଁ ପଦୋନ୍ନତି ଦିଆଯିବ । ରାଜସ୍ୱ ନୀରିକ୍ଷକ (ଆର୍ଆଇ) ଓ ଅମିନଙ୍କ ନିଯୁକ୍ତି ଓଡ଼ିଶା ସବ୍ଅଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (SAMRIDHI) କରିବ । ପୁରୀ ସତ୍ୟବାଦୀ ବକୁଳବନ ପରିବର୍ତ୍ତେ ଭୁବନେଶ୍ୱରରେ ହିଁ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ହେବ । କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି ।
ନୂତନ କୃଷି ନୀତି-୨୦୧୯ ଅନୁସାରେ ମୁଖ୍ୟତଃ ତିନୋଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି । ସେଗୁଡ଼ିକ ହେଲା କୃଷକମାନଙ୍କ ଆୟର ନିରନ୍ତର ଅଭିବୃଦ୍ଧି ନିଶ୍ଚିତ କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ କୃଷି ଅଭିବୃଦ୍ଧିକୁ ନିଶ୍ଚିତ ନିରନ୍ତର, ସ୍ଥାୟୀ ଓ ବିସ୍ତାରିତ କରାଇବା । ଇଂରାଜୀ ଅକ୍ଷର ‘ଝଇଗଜଓଊଐଓ’ କୁ ଆଧାର କରି ଯୋଜନାର ନାମ ସମୃଦ୍ଧି ରଖାଯାଇଛି । କୃଷି କ୍ଷେତ୍ରରେ ଥିବା ଅସୁବିଧାଗୁଡ଼ିକ ଦୂର କରିବା ସହିତ ସମ୍ବଳର ସୁବିନିଯୋଗ ଓ ବୈଜ୍ଞାନିକ ଜ୍ଞାନକୌଶଳର ଭରପୁର ବିନିଯୋଗ କରିବାକୁ ଯୋଜନାରେ ଲକ୍ଷ୍ୟ ରଖାଯାଇଛି । ଜଳବାୟୁ ସହିତ ଖାପଖୁଆଇ କିଭଳି ଫସଲ କରିହେବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି । କୃଷି ଉପôାଦ ପାଇଁ ଘରୋଇ ଓ ଆନ୍ତର୍ଜାତିକ ବଜାର ସୃଷ୍ଟି କରିବା ଓ ଏଥିପାଇଁ ଏକ ସ୍ୱଳ୍ପ ଏବଂ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯିବ । ଆନୁÂାନିକ କୃଷିକୁ ଏହି ଯୋଜନାରେ ଅଗ୍ରାଧିକାର ଦିଆଯିବ । ଉପଯୁକ୍ତ ଭିତ୍ତିଭୂମି ନିର୍ମାଣ ଓ ଉଚ୍ଚ ମୂଲ୍ୟଯୁକ୍ତ କୃଷି ଉପôାଦର ବିବିଧିକରଣ କରିବା ପାଇଁ ଲକ୍ଷ୍ୟ ରହିଛି । ଧାନ ବଦଳରେ ଅର୍ଥ ଉପାର୍ଜନକାରୀ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷକରି ପନିପରିବା, ଫଳ, ଦୁଗ୍ଧ, ମାଂସ ଇତ୍ୟାଦି ଉପôାଦନକୁ ଗୁରୁତ୍ୱ ଦିଆଯାଇଛି ।
ଏଣିକି ଦୃଷ୍ଟାନ୍ତମୂଳକ ଭଲ କାମ କରୁଥିବା ଅଫିସର୍ମାନଙ୍କୁ ବାଡ଼ ଡିଆଁ ପଦୋନ୍ନତି ଦିଆଯିବ । ସେମାନଙ୍କ ପଦୋନ୍ନତି କେବଳ ତାଙ୍କ ବ୍ୟାଚ୍ ଭିତରେ ସୀମିତ ରହିବ ନାହିଁ । ଆଜି ରାଜ୍ୟ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି । ଓଡ଼ିଶା ବେସାମରିକ ସେବା (ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି) ନିୟମାବଳୀ-୨୦୧୯କୁ କ୍ୟାବିନେଟ୍ ମୋହର ମାରିଛି । ଏହି ପଦୋନ୍ନତି ପାଇବା ପାଇଁ ପ୍ରଥମ ଶ୍ରେଣୀ ଅଫିସର୍ଙ୍କ କ୍ଷେତ୍ରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଷ୍ପତ୍ତି କରିବ । ସେହିଭଳି ଗ୍ରୁପ୍-ଏ କର୍ମଚାରୀଙ୍କ କ୍ଷେତ୍ରରେ ଉନ୍ନୟନ କମିଶନର ଏବଂ ଗ୍ରୁପ୍-ବି କର୍ମଚାରୀଙ୍କ ଅଗ୍ରାଧିକାର ପଦୋନ୍ନତି ପାଇଁ ବିଭାଗୀୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଷ୍ପତ୍ତି ନେବ । ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପାଇଁ ସେମାନଙ୍କ ବ୍ୟାଚ୍ କିମ୍ବା ଆବଣ୍ଟିତ ବର୍ଷକୁ ଡେଇଁ ପଦୋନ୍ନତି ଦିଆଯିବ ।
ଆର୍ଆଇ, ଏଆର୍ଆଇ ଓ ଅମିନ ନିଯୁକ୍ତି ଏଣିକି ଆଉ ଜିଲ୍ଲାପାଳ କରିପାରିବେ ନାହିଁ । ଆଜି କ୍ୟାବିନେଟ୍ ଏହି କ୍ଷମତା ଓଏସ୍ଏସ୍ଏସ୍ସିକୁ ପ୍ରଦାନ କରିଛନ୍ତି । ନିଯୁକ୍ତି ସର୍ତ୍ତାବଳୀରେ ମଧ୍ୟ ସଂଶୋଧନ କରାଯାଇଛି । ଆର୍ଆଇ ପାଇଁ ଯୋଗ୍ୟତା ଗ୍ରାଜୁଏଟ୍ କରାଯାଇଥିବାବେଳେ ଏଆର୍ଆଇ ଓ ଅମିନ ପାଇଁ ଯୋଗ୍ୟତା ଯୁକ୍ତ ଦୁଇ କରାଯାଇଛି । ଉଭୟ ପରୀକ୍ଷା ପାଇଁ ଅଲଗା ଅଲଗା ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି । ଏକ୍ଷେତ୍ରରେ ଥିବା ଶାରିରୀକ ପରୀକ୍ଷାକୁ ଉଠାଇ ଦିଆଯାଇଛି । ଓଡ଼ିଆରେ ଅତିକମ୍ରେ ସପ୍ତମ ଶ୍ରେଣୀ ପାସ୍ କରିବାକୁ ବାଧ୍ୟତାମୂଳକ ରଖାଯାଇଥିବାବେଳେ ଡିପ୍ଲୋମା, ଇଞ୍ଜିନିୟରମାନେ ଅମିନ ଓ ଏଆର୍ଆଇ ପରୀକ୍ଷା ଦେଇପାରିବେ ବୋଲି ଅନୁମତି ମିଳିଛି । ପୂର୍ବରୁ ଥିବା ସଟ୍ ଲିଷ୍ଟିଂ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି । ସମସ୍ତଙ୍କ ପାଇଁ ପରୀକ୍ଷାର ଦ୍ୱାର ଉନ୍ମୁକ୍ତ ରଖାଯାଇଛି । ଏବେ ଅନୁÂିତ ହେବାକୁ ଥିବା ପରୀକ୍ଷାରେ ନେଗେଟିଭ୍ ମାର୍କିଂର ବ୍ୟବସ୍ଥା ରହିବ ।
ଭୁବନେଶ୍ୱରରେ ହିଁ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ । ଆଜି ରାଜ୍ୟ କ୍ୟାବିନେଟ୍ ଏଭଳି ନିଷ୍ପତ୍ତି ନେଇ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣିଛି । ଏନେଇ ୨୦୧୮ ଜୁଲାଇ ୧୭ରେ ପୁରୀରେ ଅନୁÂିତ କ୍ୟାବିନେଟ୍ ବୈଠକରେ ଏହାର ମୁଖ୍ୟାଳୟ ସତ୍ୟବାଦୀର ବକୁଳବନରେ ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ବକୁଳବନର ଶୋଭାରଜିକୁ ଅକ୍ଷୁଣ୍ଣ ରଖିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ସରକାରୀ ଡିଗ୍ରୀ କଲେଜରେ ଓପିଏସ୍ସି ଜରିଆରେ ଅଧ୍ୟାପକ ନିଯୁକ୍ତି ପାଇଁ ବୟସ ସୀମା ୩୩ ବର୍ଷକୁ ବୃଦ୍ଧି କରାଯାଇ ୪୮ ବର୍ଷ କରାଯାଇଛି । ଏହି ସୀମା ସାଧାରଣବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ହୋଇଥିବାବେଳେ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ସଂରକ୍ଷିତବର୍ଗଙ୍କ ପାଇଁ ସମାନୁପାତିକ ଭିତ୍ତିରେ ବୃଦ୍ଧି କରାଯାଇଛି । ଅବସର ବୟସସୀମା ଭିତରେ ହିଁ ଏହାକୁ ସୀମିତ ରଖାଯାଇଛି । ଏହି କୋହଳ ସୀମା ମାତ୍ର ଗୋଟିଏ ଥର ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । ସଂଶୋଧିତ ନିୟମ ଅନୁସାରେ ପ୍ରାର୍ଥୀମାନଙ୍କ ପାଇଁ ପିଏଚ୍ଡି ବା ନେଟ୍ ଯୋଗ୍ୟତା ବାଧ୍ୟତାମୂଳକ କରାଯାଇଛି ।
ଢେଙ୍କାନାଳସ୍ଥିତ ପଲିଷ୍ଟର ସିଲାଇ କାରଖାନ ଓଡ଼ିଶା ସିନ୍ଥେଟିକ୍ ଲିମିଟେଡ୍କୁ ମେସର୍ସ ପଲି ଫାଇବର୍ ଲିମିଟେଡ୍ କିଣିବା ପରେ ଏହାର ସମ୍ପତ୍ତି ହସ୍ତାନ୍ତର ବାବଦ ଷ୍ଟାମ୍ପ ଦେୟକୁ କ୍ୟାବିନେଟ୍ ଆଜି ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି । ମେସର୍ସ ପଲି ଫାଇବର୍ସ ୨,୧୫,୬୪,୬୪୮ ଟଙ୍କାର ଷ୍ଟାମ୍ପ ଶୁଳ୍କ ଦେବାକୁ ପଡ଼ିଥାନ୍ତା । ହାଇକୋର୍ଟ ଏହା ଛାଡ଼ କରିବା ପାଇଁ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଯାହାକୁ ଆଜି କ୍ୟାବିନେଟ୍ ଗ୍ରହଣ କରିଛି ।
ଓଡ଼ିଶା ନ୍ୟାୟିକ ସେବା ଅଧିନିୟମ-୨୦୦୭କୁ ଆଜି କ୍ୟାବିନେଟ୍ ସଂଶୋଧନ କରିଛି । ଫଳରେ ସିଭିଲ୍ ଜଜ୍ ପଦବି ପାଇଁ ହେଉଥିବା ପରୀକ୍ଷା ନିମନ୍ତେ ପୂର୍ବତନ ସାମରିକ କର୍ମଚାରୀ ଓ ଏସ୍ଏସ୍ସି ଅଧିକାରୀଙ୍କ କ୍ଷେତ୍ରରେ ସର୍ବୋଚ୍ଚ ବୟସସୀମା ୫ ବର୍ଷ କୋହଳ କରାଯାଇଛି । ଏହିଭଳି ଭିନ୍ନକ୍ଷମ, ଏସ୍ସି, ଏସ୍ଟି ଓ ଏସ୍ଇବିସି ବର୍ଗଙ୍କ ପାଇଁ ୧୦ ବର୍ଷ କୋହଳ କରାଯାଇଛି । ବିଧାନସଭା ଛତ୍ରାବସାନକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛି ।
Comments are closed, but trackbacks and pingbacks are open.