୯୦ ମୁହାଁ ପିଆଜ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପିଆଜ ବଜାରରେ ନିଆଁ ଲାଗିଛି । ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ପିଆଜ ଉପôାଦନ ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ବଜାରରେ ପଡ଼ିଛି । ପିଆଜ କିଲୋ ଖୁଚୁରା ବଜାରରେ ୮୦ରୁ ୯୦ଟଙ୍କାରେ ବିକ୍ରି ହେଉଛି । ଏହାକୁ ନେଇ ଖାଉଟିମାନେ ପିଆଜ କିଣିବାକୁ ଭୟ କଲେଣି । ସେପଟେ ମନ୍ତ୍ରୀ ଆଶ୍ୱାସନା ପରେ ଆଶ୍ୱାସନା ଦେଇ ଚାଲିଛନ୍ତି ।
ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ନାସିକ୍ ଓ ଲାସଲଗାଓଁ ନିଫାଡ୍ ମଣ୍ଡି ପିଆଜ ଶୂନ୍ୟ ହୋଇଯାଇଛି । ପିଆଜ କ୍ଷେତରେ ପାଣି ବୁଡି ରହିଛି । ଓଡିଶା ପିଆଜ ପାଇଁ ମହାରାଷ୍ଟ୍ର ଉପରେ ସର୍ବାଧିକ ନିର୍ଭର କରେ । କିନ୍ତୁ ମହାରାଷ୍ଟ୍ରରେ ଅବସ୍ଥା ଅଣାୟାତ୍ତ । ମହାରାଷ୍ଟ୍ରରୁ ପିଆଜ ଉପôାଦନ ଏକପ୍ରକାର ବନ୍ଦ ହୋଇଯାଇଛି । ସେପଟେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ସମାନ ଅବସ୍ଥା । ଭୁବନେଶ୍ୱରକୁ ଦୈନିକ ୩୦୦ଟନ୍ ପିଆଜ ଦରକାର । କିନ୍ତୁ ଆସୁଛି ମାତ୍ର ୧୦୦ଟନ୍ । ଟ୍ରକ୍ରେ ହିସାବ କଲେ ମାତ୍ର ଗୋଟିଏ ଟ୍ରକ୍ ଆସିଛି । କଟକକୁ ମାତ୍ର ଗୋଟିଏ ଗାଡିରେ ପିଆଜ ଆସିଛି ।
ଆଗମାର୍କ ନେଟ୍ରେ ପ୍ରଦତ୍ତ ତଥ୍ୟ ଅନୁସାରେ, ଆଜି ଲାସଲଗାଓଁ ନିଫାଡ୍ରେ ପିଆଜର ହୋଲସେଲ ଦର କ୍ୱିଣ୍ଟାଲ ଦର ୭ହଜାର ୮୦୦ଟଙ୍କା ରହିଛି । ଗତକାଲି ଏହି ଦର ୬ହଜାର ୭୫୧ ଥିଲା । ଆନ୍ଧ୍ରପ୍ରଦେଶର ତାଡେପାଲୀଗୁଡମ୍ରେ କ୍ୱିଣ୍ଟାଲ ଦର ୬୨୦୦ ଓ ହାଇଦ୍ରାବାଦରେ ୬୫୦୦ଟଙ୍କା ଥିଲା । ଏହି ଦୁଇ ସ୍ଥାନରୁ ଏବେ ଅଳ୍ପ ପରିମାଣର ପିଆଜ ଆମଦାନୀ ହୋଇ ଆସୁଛି । ହୋଲସେଲ ଦର ମୋଟାମୋଟି ଭାବେ ୭୦ ଟଙ୍କା ଥିବାବେଳେ ଖୁଚୁରା ହର କିନ୍ତୁ ଆହୁରି ବେଲଗାମ ହୋଇଯାଇଛି । ଖଚୁରା ବଜାରରେ ଦର ୮୦ ଟପିଯାଇଛି । ଖୁଚୁରା ଦୋକାନୀମାନେ ହୋଲସେଲ ଦରଠାରୁ ୭ରୁ ୧୦ଟଙ୍କା ଅଧିକ ମିଶାଇ ମନଇଚ୍ଛା ପିଆଜ ଦର ବଢାଇ ବିକୁଛନ୍ତି ।
ସେପଟେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଶ୍ୱାସନା ଦେଇ କହିଛନ୍ତି, ପିଆଜ ଦର ଉପରେ ସରକାର ନଜର ରଖିଛନ୍ତି । ବିଭିନ୍ନ ସ୍ଥାନରେ ୨୮୪ଟି ସୁଲଭ ମୂଲ୍ୟ ଦୋକାନ ଖୋଲିଛି । ସୁଲଭ ମୂଲ୍ୟ ଦୋକାନରେ ପିଆଜ ୫୦ରୁ ୬୦ଟଙ୍କା ଭିତରେ ବିକ୍ରି ହେଉଛି । ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ପାଇଁ ପିଆଜ ଦର ବଢିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons