କୋରାପୁ.(ବି.ବି.ନୁ୍ୟଜ୍):କୋରାପୁଟରେ ଜାଡ଼ କଡ଼ ଲେଉଟାଇଛି । ଆଜି ପାରଦ ୯ ଡିଗ୍ରୀ ତଳକୁ ଖସିଥିବା ବେଳେ ପ୍ରବଳ ଶୀତ ବଢ଼ିଛି । ଚଳିତବର୍ଷର ପ୍ରଥମ ସର୍ବନିମ୍ନ ତାପମାତ୍ରା ୯ଡ଼ିଗ୍ରୀକୁ ଖସିଛି । ଗତକାଲି କୋରାପୁଟରେ ୧୨ ଡ଼ିଗ୍ରୀ ତାପମାତ୍ରା ରହିଥିଲା । ଆଜି ଏହା ୩ ଡ଼ିଗ୍ରୀକୁ ହ୍ରାସ ପାଇଛି । ଫଳରେ ସହରଠୁ ଆରମ୍ଭ କରି ଗାଁ ଏବେ ଶୀତରେ ଥରୁଛି । ସକାଳ ୯ଟା ପର୍ଯ୍ୟନ୍ତ କୁହୁଡ଼ି ଛାଡ଼ୁ ନାହିଁ । ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଶ୍ରମିକମାନେ ସକାଳୁ କାମକୁ ଯିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଶୀତରୁ ତ୍ରାହି ପାଇବା ପାଇଁ ନିଆଁ ଜାଳି ଲୋକେ ଦେହ ସେକୁଛନ୍ତି । ସୂଚନା ଥାଉକି ଗତ ଡିସେମ୍ବର ୨୯ରେ ତାପମାତ୍ରା ୧୦ଡ଼ିଗ୍ରୀ ତଳକୁ ଖସି ୯.୫ ଡିଗ୍ରୀ ହୋଇଥିଲା । ଜାନୁଆରୀ ପହିଲାରୁ ତାପମାତ୍ରାରେ ବୃଦ୍ଧି ଘଟିଥିଲା । ଗତ ୫ଦିନ ହେଲା ଜିଲ୍ଲାରେ ତାପମାତ୍ରା ୧୨ରୁ ୧୪ ଡିଗ୍ରୀ ମଧ୍ୟରେ ରହିଥିଲା । ଆଜି ହଠାତ୍ ପୁଣି ଶୀତ ବଢ଼ିଛି । ତାପମାତ୍ରା ଦିନକରେ ୩ଡ଼ିଗ୍ରୀ ତଳକୁ ଖସିଥିବା ଜିଲ୍ଲା ଜରୁରୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ କହିଛନ୍ତି । କୋରାପୁଟରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ର ଆଜି ଅନୁଭୂତ ହୋଇଛି । ସହରର ଶୀତ ବସ୍ତ୍ର ଦୋକାନଗୁଡିକରେ ଭିଡ ପରିଲକ୍ଷିତ ହୋଇଛି ।
Comments are closed, but trackbacks and pingbacks are open.