ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା । ଗତ ୯ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଦୁଇଗୁଣା ହୋଇଛି ।
ଗତ ୧୯ ତାରିଖ ଦିନ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୬୧ । ଆଜି ଅର୍ଥାତ୍ ୨୮ ତାରିଖରେ ଏ ସଂଖ୍ୟା ୧୧୮କୁ ଛୁଇଁଛି । ଅର୍ଥାତ ୯ ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣା (୯୩.୪ଧ) ହୋଇଯାଇଛି ।
କିନ୍ତୁ ଏହା ପୂର୍ବ ୯ ଦିନରେ (ଏପ୍ରିଲ ୧୦ରୁ ୧୯ ଭିତରେ) ଏହା ମାତ୍ର ୨୨ଧ ବୃଦ୍ଧି ଘଟିଥିଲା । ଏପ୍ରିଲ ୧୦ରେ ରାଜ୍ୟରେ ୫୦ ଜଣ କରୋନା ପଜିଟିଭ ରୋଗୀ ଥିଲା ବେଳେ ୧୯ ତାରିଖରେ ଏହି ସଂଖ୍ୟା ୬୧ ହୋଇଥିଲା ।
ଆଜି ଭଦ୍ରକ ଓ ସୁନ୍ଦରଗଡ଼ ଆଜି ପୁଣି ମୁଣ୍ଡବିନ୍ଧା ବଢ଼ାଇଛି । ଏ ଦୁଇ ଜିଲ୍ଲାରୁ ୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ୩ ଜଣ ଭଦ୍ରକର ହୋଇଥିବା ବେଳେ ୪ ଜଣ ସୁନ୍ଦରଗଡ଼ ଜିଲ୍ଲା (ରାଉରକେଲା) ନାଲାର । ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ମିଶିବା ପରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୮ ହୋଇଛି ।
ସ୍ୱାସ୍ଥ୍ୟ ବିଭାଗ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୬,୬୮୭ ନମୁନା ପରୀକ୍ଷା ହୋଇଛି । ଏଥିରୁ ୧୧୮ ଟି ପଜିଟିଭ୍ ଆସିଥିବା ବେଳେ ୩୮ ଜଣ ଡିସଚାର୍ଜ ହୋଇସାରିଛନ୍ତି । ଆଜି ଭୁବନେଶ୍ୱରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ମଧ୍ୟ ୭୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ଜଣାଇଛି ।
ଆଜି ଭଦ୍ରକରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହେଉଛନ୍ତି ପୁରୁଷ । ଏମାନଙ୍କ ବୟସ ହେଉଛି ୪୫, ୨୮ ଓ ୨୯ ବର୍ଷ । ଏ ସମସ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ରହିଛି । ୨ ଜଣ ପୁରୁଷ ହୋଇଥିବା ବେଳେ ୨ ଜଣ ମହିଳା । ପୁରୁଷ ଆକ୍ରାନ୍ତଙ୍କ ବୟସ ୫୫ ଓ ୩୫ ବର୍ଷ, ମହିଳା ଆକ୍ରାନ୍ତଙ୍କ ବୟସ ୫୫ ଓ ୩୫ ବର୍ଷ ।
ଏ ପଟେ ବିଭାଗ ଆଜି ୫ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ଜାରି କରିଛି । ୬୧ ନମ୍ବର ଆକ୍ରାନ୍ତ ସୁପରସ୍ପେ୍ରଡର ପାଲଟିଛନ୍ତି । ବାଲେଶ୍ୱର ନେଡିଆବାଗ୍ର ୧୦୪ ନମ୍ବର ଆକ୍ରାନ୍ତ ତାଙ୍କ ପଡୋଶୀ । ସେ ଲକଡାଉନ୍ ସମୟରେ ଘରେ ରହିଥିଲେ । ତାଙ୍କ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ରେ ଯିବାରୁ ସ୍ୱାବ୍ ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ୧୦୫ ନମ୍ବର ଆକ୍ରାନ୍ତ ମଧ୍ୟ ୬୧ ନମ୍ବର ଆକ୍ରାନ୍ତଙ୍କ ନିକଟତମ ପଡୋଶୀ । କଣ୍ଟେନମେଣ୍ଟ ଜୋନ୍ରେ ସର୍ଭିଲାନ୍ସ ସମୟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ୧୦୬ ନମ୍ବର ଓ ୧୦୭ ନମ୍ବର ଆକ୍ରାନ୍ତ ମଧ୍ୟ ୬୧ ନମ୍ବର ଆକ୍ରାନ୍ତଙ୍କ ପଡୋଶୀ । ତେବେ ୧୦୮ ନମ୍ବର ଆକ୍ରାନ୍ତ ହେଉଛନ୍ତି ୭୯ ନମ୍ବର ଆକ୍ରାନ୍ତଙ୍କ ପଡୋଶୀ ।
ଆଜି ସାମ୍ବାଦିକ ସମ୍ମିଳନୀରେ ସରକାରୀ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି, ଏବେ ରାଜ୍ୟରେ କୋଭିଡ୍ ପରୀକ୍ଷା ବଢିଛି । ଆଗକୁ ଏ ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ । ଆରଏମ୍ଆରସିରେ ଏବେ କୋବାସ୍ ମେସିନ୍ ରହିଛି । ଏହି ମେସିନ୍ ସହାୟତାରେ ୮୦୦ ନମୁନା ପରୀକ୍ଷା ହୋଇପାରୁଛି । ଆସନ୍ତା ୩ ମାସ ମଧ୍ୟରେ ଆଉ ୩ ଟି ମେସିନ୍ ଆସିବାକୁ ଯାଉଛି । କୋରାପୁଟ୍, ବାଲେଶ୍ୱର ଓ ବଲାଙ୍ଗୀରରେ ଏହି ମେସିନ୍ ଲାଗିବ ।
ସରକାର କୋଭିଡ୍ ଯୁଦ୍ଧ ପାଇଁ ସ୍ପଷ୍ଟ କରି କହିଛନ୍ତି, ରାଜ୍ୟବାସୀଙ୍କୁ ଯେମିତି ବି ହେଉ କରୋନା ମୁକ୍ତ ରଖାଯିବ । ସେ ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ରହିଛି । ଏବେ ଔଷଧ, ପରୀକ୍ଷା କିଟ୍ ସହ ସମସ୍ତ ଯନ୍ତ୍ରପାତି ଓଏସଏମସି ଜରିଆରେ କିଣାଯାଉଛି । ପୂର୍ବରୁ ଓଏସ୍ଏମ୍ସିଏଲ୍ର ବଜେଟ୍ ୬୦୦ କୋଟି ଥିଲା । ହେଲେ ମୁଖ୍ୟମନ୍ତ୍ରୀ ଏବେ କେବଳ କୋଭିଡ୍ -୧୯ ମୁକାବିଲା ପାଇଁ ୬୩୦ କୋଟି ଟଙ୍କା ମଞ୍ଜୁର କରି ସାରିଛନ୍ତି । ମୁକାବିଲା ପାଇଁ ଯେତେ ଟଙ୍କା ଆବଶ୍ୟକ ସରକାର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
Comments are closed, but trackbacks and pingbacks are open.